ବର୍ଷର ପ୍ରଥମ ସୂର୍ଯ୍ୟପରାଗ ( 30th April 2022) ନେଇ ଆସୁଛି ଏହି 5 ରାଶିଙ୍କ ପାଇଁ ଶୁଭ ଖବର, ଆପଣଙ୍କ ରାଶି ଏଥିରେ ନାହିଁ ତ ?

ଜ୍ଯୋତିଷ ଗଣନା ଅନୁସାରେ ବୈଶାଖ ମାସରେ ତଥା ଏପ୍ରିଲ ୩୦ ତାରିଖ ଦିନ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । କିନ୍ତୁ ଏହା ଏକ  ଆଂଶିକ ସୂର୍ଯ୍ୟପରାଗ ଅଟେ । ଶନିବାର ଦିନ ଏହା ପଡୁଥିବାର ଶନିଶ୍ଚର ଅମାବାସ୍ୟାର ଯୋଗ ଉତ୍ପନ୍ନ ହେଉଛି । ଜ୍ଯୋତିଷ ଦୃଷ୍ଟିରୁ ଏହି ସୂର୍ଯ୍ୟପରାଗ ବହୁତ ମହତ୍ବପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟପରାଗ ଯୋଗୁଁ କେଉଁ ଭାଗ୍ୟଶାଳୀ ରାଶିଙ୍କ ଉପରେ ଏହାର କଣ ସବୁ ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ବୃଷ ରାଶି । ଆପଣଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଶୁଭଫଳ ପ୍ରଦାନ କରିବାକୁ ଯାଉଛି । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ହେବା ସହ କିଛି ଅଟକି ରହିଥିବା କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଛି । ଯେକୌଣସି ପ୍ରକାରର ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ । ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ପରାଗ ଶୁଭ ସାବ୍ୟସ୍ତ ହେବ । ଶେୟାର ମାର୍କେଟରେ ଟଙ୍କା ନିବେଶ କରିଥିଲେ ସେଥିରୁ ନିଶ୍ଚିତ ଲାଭ ପ୍ରାପ୍ତ ହେବେ ।

କନ୍ୟା ରାଶି । ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବା ସହ ବନ୍ଧୁ ଓ ମିତ୍ରଙ୍କ ଠାରୁ ସଫଳତା ପ୍ରାପ୍ତ ହେବ । କାର୍ଯ୍ୟସ୍ଥଳ ଓ ସମାଜରେ ଆପଣଙ୍କ ମାନ ସମ୍ମାନ ଓ ଯଶ ଖ୍ଯାତି ବୃଦ୍ଧି ପାଇବ । ଏହି ସମୟ ଆପଣଙ୍କ ଭାଗ୍ୟକୁ ମଧ୍ୟ ମଜବୁତ କରିବ ଓ ଆପଣଙ୍କୁ ନିଜ ଯୋଗ୍ୟତା ସାବ୍ୟସ୍ତ କରିବାକୁ ମଧ୍ୟ ଅବସର ମିଳିବ । ଉଚ୍ଚ ଅଧିକାରୀ ଓ ସହଯୋଗୀଙ୍କ ଠାରୁ ମଧ୍ୟ ସହଯୋଗ ପ୍ରାପ୍ତ ହେବାକୁ ଯାଉଛି ।

ତୁଳା ରାଶି । ଆପଣଙ୍କୁ ମଧ୍ୟ ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବାକୁ ଯାଉଛି ।  ଏମାନେ ନିଜ ଭାଗ୍ୟ ବଳରେ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ଆପଣଙ୍କୁ ଉନ୍ନତି ହେବ । ଆସନ୍ତା ସମୟରେ ଆପଣଙ୍କ ଜୀବନରେ ଧନର କୌଣସି ଅଭାବ ଦେଖା ଦେବନାହିଁ ଓ ଜୀବନରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହେବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ପରଠାରୁ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି ।

କୁମ୍ଭ ରାଶି । ଏହି ସୂର୍ଯ୍ୟପରାଗ ପରଠାରୁ ଆପଣଙ୍କ ଜୀବନରେ ଶୁଭ ସମୟର ଆଗମନ ହେବ । କୌଣସି କାର୍ଯ୍ୟରେ ସଫଲଟକା ପାଇବାକୁ ଆଶା ରଖିଥିଲେ ତାହା ନିଶ୍ଚିତ ରୂପେ ପାଇବେ । ବେପାର ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ଲୋକଙ୍କୁ ଲାଭ ପ୍ରାପ୍ତ ହେବ । ବେପାରୀମାନେ ବେପାରରେ ଦୁଇଗୁଣ ଲାଭ ପାଇବେ ଏବଂ ଚାକିରି କରୁଥିବା ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିବ ।

ମିଥୁନ ରାଶି । ଏହି ସୂର୍ଯ୍ୟପରାଗ ଠାରୁ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ବୈବାହିକ ଜୀବନ ସୁଖମୟ ହେବ । ଚାକିରିରେ ପଦୋନ୍ନତି ହେବା ସହ ଅର୍ଥ ଉପାର୍ଜନ କରିବାର ସୁଯୋଗ ମଧ୍ୟ ଆସିବ । ସମାଜରେ ମାନ ସମ୍ମାନ ବଢିବ ଓ ଆର୍ଥିକ ସ୍ଥିତିରେ ବିଶେଷ ସୁଧାର ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।