କିଏ ହେବ Naveen ଙ୍କ ଉତ୍ତରାଧିକାରୀ ? ଦେଖନ୍ତୁ ଏହି Special Report

ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକରୀ କିଏ ? ନବୀନଙ୍କ ପରିବାରର କେହି ନୁହନ୍ତି ତାଙ୍କର ଉତ୍ତରାଧିକାରୀ । ଭି କାର୍ତ୍ତିକେୟନ ପାଣ୍ଡିୟାନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ହେବେ କି ନବୀନଙ୍କ ଉତ୍ତରାଧିକାରୀ ? ସାଙ୍ଗଠନିକ ସମ୍ପାଦକ ବବି ଦାସ ଖୋଲାଖୋଲି ଘୋଷଣା କଲେ । ମୁଖପାତ୍ର ଓ ପ୍ୟାନେଲିଷ୍ଟ ମାନଙ୍କ ମିଟିଂରେ ଘୋଷଣା କରିଛନ୍ତି । ଆଉ ଏହାକୁ ନେଇ ସମସ୍ତଙ୍କ ପାଟି ଚୁପ୍ । ସେଥିପାଇଁ ଧୀରେ ଧୀରେ ନବୀନଙ୍କ ଲୟାଲଙ୍କୁ କରାଯାଉଛି କି ଆଉଟ ?

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଦଳ ବାଛି ସାରିଥିବା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇବାକୁ ପରୋକ୍ଷରେ ଏକ ପ୍ରକାର ସ୍ଥିର କରିଛି ଦଳ । ଏଥିପାଇଁ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ କରୁଛି ଦଳ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବ୍ଲୁ ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବ ଦଳ ।

ସୁଚିନ୍ତିତ ଭାବେ ଦଳ ସୁଜାତାଙ୍କ ନାଁ’କୁ ଉତ୍ତରାଧିକାରୀ ଭାବେ ଉଠାଇ ଦଳ ଭିତରେ ଓ ବାହାରେ ଏହାର ପ୍ରତିକ୍ରିୟା ଦେଖିବାକୁ ଚାହିଁଛି । ସେଥିପାଇଁ ଏପ୍ରିଲ ୨୨ ତାରିଖରେ ବିଜେଡି ମୁଖପାତ୍ର ଓ ପ୍ୟାନେଲିଷ୍ଟ ମାନଙ୍କୁ ଡାକି ଏକ ବୈଠକ କରିବା ସମୟରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନବୀନଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା କରିଥିଲେ । ଏହି ବୈଠକରେ ଭି କାର୍ତ୍ତିକେୟନ ପାଣ୍ଡିୟାନ ନିଜେ ଭିଡିଓ କନ୍ଫରେନ୍ସ ମାନଙ୍କରେ ଉପସ୍ଥିତ ଥିଲେ ବୋଲି ଶୁଣିବାକୁ ମିଳିଛି ।

ସୁଚିନ୍ତିତ ଭାବେ ଏହି ନାଁ’କୁ ଘୋଷଣା କରି ଦଳ ଚାହୁଁଛି ସୁଜାତାଙ୍କୁ ଦଳର ମୁକୁଟ ପିନ୍ଧାଇବାକୁ । ସ୍ଵୟଂ ସହାୟକ ଗୋଷ୍ଠୀ ସହ ଜଡିତ ଥିବା ରାଜ୍ୟର ୭୦ ଲକ୍ଷ ମହିଳା ଏବେ ବିଜେଡ଼ିର ଭୋଟ ବ୍ଯାଙ୍କ । ତେଣୁ ଦଳରେ ଜଣେ ମହିଳାଙ୍କୁ ନେତୃତ୍ଵ ଦେଇ ଭୋଟ ବ୍ଯାଙ୍କକୁ ନିଜ କବଜାରେ ରଖିବା ପାଇଁ ସଫଳ ପ୍ରୟାସ ଆରମ୍ଭ କରିଛି ଦଳ । ରାଜ୍ୟର ଦୁଇ ପ୍ରମୁଖ ବିରୋ୯ଢି ଦଳ ବିଜେପି ଓ କଂଗ୍ରେସ ଏବେ ବ୍ୟାକ ଫୁଟ୍ ରେ ଅଛନ୍ତି । ତେଣୁ ସୁଯୋଗ ଉଣ୍ଡି ସୁଜାତାଙ୍କୁ ଆଗକୁ ଛାଡିବାକୁ ଚିନ୍ତା କରିଛି ଦଳ ।

ଦଳର ବରିଷ୍ଠ ଓ ଅସନ୍ତୁଷ୍ଟ ନେତାମାନେ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହେବେ । ରାଜନୈତିକ ପରିସ୍ଥିତି ଓ ଦଳର ଅନ୍ୟ କୌଣସି ବିକଳ୍ପ ନଥିବାରୁ ଦଳ ଭିତରେ ଚୁପ୍ ରହିବାକୁ ସେମାନେ ବାଧ୍ୟ ହୋଇପାରନ୍ତି । ଏସବୁକୁ ଆଖିରେ ରଖି ବିଜେଡି ଉତ୍ତରାଧିକାରୀ ଭାବେ ସୁଜାତାଙ୍କ ନାଁ’କୁ ବଜାରକୁ ଛାଡିଛି । ଦେଖୁଛି କିଏ ଗ୍ରହଣ କରୁଛି ଓ କିଏ ପ୍ରତିକ୍ରିୟାଶୀଳ ହେଉଛି ।

ତେବେ ଏକ କୋଟି ସଦସ୍ୟ ବିଶିଷ୍ଟ ଦଳ ଓ ଚାରି କୋଟି ଓଡିଆଙ୍କ ଦ୍ଵାରା ସୁଜାତା କିଭଳି ଗ୍ରହଣୀୟ ହେଉଛନ୍ତି ତାହା ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।