ଛାତ୍ରୀନିବାସରେ ପଶି ରାତି ଅଧରେ ଛାତ୍ରୀଙ୍କ ଅନ୍ତବସ୍ତ୍ର କାଟିଲେ ଦୁର୍ବୃତ୍ତ, ଏ ନେଇ କଲେଜ Superintendent ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ଛାତ୍ରୀଙ୍କର କେବଳ ଏତିକି ଭୁଲ କି ଗରମ ଯୋଗୁଁ ନିଜର ଡ୍ରେସ ଖୋଲି ଇନର୍ ପିନ୍ଧି ଶୋଇଥିଲେ । ଆଉ ଏହି ସମୟରେ ହଷ୍ଟେଲରେ ପ୍ରବେଶ କରିଥିଲା ଏକ ଚୋର । ଯିଏକି ଛାତ୍ରୀଙ୍କ ବେକରେ ବ୍ଲେଡ଼ ଲଗେଇବା ସହ ତାଙ୍କ ଇନର୍ ଟିକୁ କାଟି ଦେଇଥିଲା । ଆଉ ଏହାପରେ ତାଙ୍କ ସହ ଅଶାଳୀନ କାମ ମଧ୍ୟ କରିଥିଲା । କିନ୍ତୁ ଘଟଣାକୁ ଗୁରୁତର ସହ ନନେଇ ହଷ୍ଟେଲର ମ୍ୟାଡାମ ନୈତିକତାର ଜ୍ଞାନ ଝାଡି ଦେଇଥିଲେ ।

ସକାଳେ ଯେତେବେଳେ ଛାତ୍ରୀମାନେ ତାଙ୍କ ନିକଟରେ ଅଭିଯୋଗ କରିଥିଲେ ସେତେବେଳେ ସେ କହିଥିଲେ କି, ତୁମେମାନେ ଦେହ ଦେଖାଉଛ ସେଥିପାଇଁ ପୁଅମାନେ ଆଟ୍ରାକ୍ଟ ହୋଇ ଆସୁଛନ୍ତି । କିନ୍ତୁ ଛାତ୍ରୀମାନେ ମଧ୍ୟ ମୁହଁ ଖୋଲି ଉଚିତ ଜବାବ ଦେଇ ଦେଇଛନ୍ତି ୱାର୍ଡେନ ଦିଦି ପୂର୍ଣ୍ଣମାସୀ ପଣ୍ଡାଙ୍କୁ । କେନ୍ଦ୍ରାପଡା ଅଟୋନାମାସ କଲେଜର ଗାର୍ଲ୍ସ ହଷ୍ଟେଲରେ ଚୋରଟିଏ ଝରକା ଭାଙ୍ଗି ପଶି ଗୋଟିଏ ଝିଅ ବେକରେ ବ୍ଲେଡ ଲଗେଇ ତା’ ଇନର୍ କାଟିବା ସହ ଦୁର୍ବ୍ୟବହାର ମଧ୍ୟ କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣା ପରେ ଅଭିଭାବକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି । ତେବେ କଥା ଉଠୁଛି କି ହଷ୍ଟେଲରେ ରହୁଥିବା ସିକ୍ଯୁରିଟି ଛାତ୍ରୀମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉ ନାହାନ୍ତି । ଆଉ ଅନ୍ୟପଟେ କେହି କିଛି ଅଭିଯୋଗ ଆଣି ଆସିଲେ ତାଙ୍କ ପ୍ରତି କର୍ଣ୍ଣପାତ ନକରି ଓଲଟା ନୈତିକତାର ଜ୍ଞାନ ଦିଅନ୍ତି ୱାର୍ଡେନ ଦିଦି ଜଣକ ।

ତେବେ ଉକ୍ତ ଝିଅଙ୍କ ସହ ଅସଦାଚରଣ କରାଯିବା ସହ କିଛି ଝିଅଙ୍କ ଟଙ୍କା ଏବଂ ଫୋନ ମଧ୍ୟ ଚୋରୀ ହୋଇଛି । ସିକ୍ଯୁରିଟି କେବଳ ବେଲ୍ ବଜାଇବା ପାଇଁ ଆସନ୍ତି ବୋଲି ଝିଅମାନେ ଅଭିଯୋଗ ଆଣିଛନ୍ତି । ପୋଲିସକୁ ଖବର ଦେବାରେ ମଧ୍ୟ ବିଳମ୍ବ କରା ଯାଇଥିଲା । କିନ୍ତୁ ପୋଲିସ ଆସି ଏଫଆଇଆର ଗ୍ରହଣ କରିବା ସହ ଘଟଣାର ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିଛି । ତଥାପି ଏଠାରେ ପ୍ରଶ୍ନ ଉଠୁଛି କି ଯଦି ଗାର୍ଲ୍ସ ହଷ୍ଟେଲରେ ରହୁଥିବା ଝିଅମାନେ ସୁରକ୍ଷିତ ନାହାନ୍ତି ତେବେ କଲେଜ ପ୍ରଶାସନ ଓ ୱାର୍ଡେନ ଦିଦି କଣ କରୁଛନ୍ତି ।

ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନନେଇ ସେମାନଙ୍କୁ ନୈତିକତାର ଜ୍ଞାନ ଦେବା କଣ ଅଧିକ ଗୁରୁତ୍ୱପୂର୍ଣ୍ଣ ? ତେବେ ଏହି ଘଟଣାକୁ ଏଇ ବିଭାଗୀୟ ତଦନ୍ତ କରାଯିବା ସହ କିଏ ଏଭଳି ଅଶାଳୀନ ଘଟଣା ଘଟେଇଛି ପୋଲିସ ମଧ୍ୟ ତା’ର ତଦନ୍ତ କରିବା ଆବଶ୍ୟକ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।