ସକାଳୁ ଉଠି ଏମାନଙ୍କ ମୁହଁ ଦେଖିବା ଦ୍ଵାରା ହୋଇଥାଏ ବହୁତ ଶୁଭ- Ajira Anuchinta

ଯଦି ଆପଣ ସକାଳୁ ଉଠିବା ମାତ୍ରେ କୌଣସି ସକାରାତ୍ମକ ଜିନିଷ ଦେଖନ୍ତି କିମ୍ବା ସ୍ଵର ଶୁଣନ୍ତି ତେବେ ଆପଣଙ୍କ ଦିନଟି ଶୁଭମୟ ହୋଇଥାଏ । ସକାଳୁ ଉଠିବା ମାତ୍ରେ ଶଙ୍ଖ, ଘଣ୍ଟି ଓ ଭକ୍ତି ସଙ୍ଗୀତ ଆଦି ଶୁଭିବା କିମ୍ବା ଦହି କିମ୍ବା କ୍ଷୀର ଭର୍ତ୍ତି ପାତ୍ର ଉପରେ ନଜର ପଡେ ତେବେ ମଧ୍ୟ ଶୁଭ ହୋଇଥାଏ । ତେବେ ଏହା ବ୍ଯତୀତ ଆହୁରି ଅନେକ ଜିନିଷ ରହିଛି ଯାହା ଆପଣଙ୍କୁ ଶୁଭ ସଂକେତ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଜିନିଷ ସକାଳୁ ଦେଖିବା ଆମକୁ ଶୁଭ ସଂକେତ ଦେଇଥାଏ ।

୧- ଭିକାରି ଦେଖିଲେ

ସକାଳୁ ଭିକାରି ଦେଖିବା ଅତ୍ୟନ୍ତ ଶୁଭ ସଂକେତ ଅଟେ । ଯଦି ଆପଣ ସକାଳୁ ଉଠିବା ମାତ୍ରେ ଆପଣଙ୍କ ଦ୍ଵାର ସମୁଖରେ କୌଣସି ଭିକାରି ଦେଖୁଛନ୍ତି ତେବେ ଆପଣ ଉଧାର ଦେଇଥିବା ଧନ ଫେରି ଆସିବା ସହ ଆପଣ କରଜରୁ ମଧ୍ୟ ମୁକ୍ତି ପାଇବେ । ସେଥିପାଇଁ ସକାଳେ ଘର ଆଗରେ ଭିକାରି ଦେଖିଲେ କେବେ ହେଲେ ବିରକ୍ତ ହୁଅନ୍ତୁ ନାହିଁ । ଏହା ଆପଣଙ୍କ କରଜ ମୁକ୍ତିର ଏକ ସଂକେତ ଅଟେ । ତେଣୁ ସକାଳୁ ଭିକାରି ଦେଖିଲେ ଖୁସି ହୋଇଯାନ୍ତୁ ଓ ତାଙ୍କୁ ନିଶ୍ଚୟ କିଛି ଦାନ କରନ୍ତୁ ।

୨- ସୁହାଗିନୀ ନାରୀ, ଗାଈ

ସକାଳୁ କୌଣସି କାର୍ଯ୍ୟରେ ବାହାରକୁ ଯିବାବେଳେ ସାମ୍ନାକୁ ସୁହାଗିନୀ ନାରୀ କିମ୍ବା ଗାଈ ଆସିଯିବା ମଧ୍ୟ ଏକ ଶୁଭ ସଂକେତ ଅଟେ । ସକାଳୁ ସାମ୍ନାରେ ସୁହାଗିନୀ ସ୍ତ୍ରୀ କିମ୍ବା ଗାଈ ଦେଖିବାର ଅର୍ଥ ହେଉଛି ଆପଣ ଯେଉଁ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ସେଥିରେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ । ତେବେ ଯଦି ପାରୁଛନ୍ତି ତେବେ ଗୋମାତାଙ୍କୁ ନିଶ୍ଚୟ କିଛି ଖାଇବାକୁ ଦିଅନ୍ତୁ ।

୩- ଗୁଡ ଦେଖିବା

ସକାଳୁ ଉଠିବା ପରେ କେହି ଆପଣଙ୍କ ସାମ୍ନାରେ ଗୁଡ ନେଇ ଯାଉଥିବାର ଦେଖିବା ମଧ୍ୟ ଏକ ଶୁଭ ସଂକେତ ଅଟେ । ଯଦି କାହାକୁ ଆପଣଙ୍କ ସାମ୍ନାରେ ଗୁଡ ନେଇ ଯାଉଥିବାର ଦେଖୁଛନ୍ତି ତେବେ ବୁଝିଯାନ୍ତୁ କି ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ ବା ଆପଣଙ୍କ ଦିନଟି ନିଶ୍ଚୟ ଶୁଭ ଫଳଦାୟୀ ହେବ । ଆପଣଙ୍କୁ ଆଗକୁ ସଫଳତାର ରାସ୍ତା ଦେଖାଯିବ ଓ ଆପଣଙ୍କ ଜୀବନରେ ଶୁଭଫଳ ଆଣିଦେବ ।

୪- କ୍ଷୀର କିମ୍ବା ପାଣି ଭର୍ତ୍ତି ପାତ୍ର

ସକାଳୁ କ୍ଷୀର କିମ୍ବା ପାଣି ଭର୍ତ୍ତି ପାତ୍ର ଦେଖିବା ମଧ୍ୟ ଏକ ଶୁଭ ସଂକେତ ଅଟେ । ଯଦି ଆପଣଙ୍କ ସାମ୍ନାରେ ଏପରି କେହି କ୍ଷୀର ଭର୍ତ୍ତି ପାତ୍ର କିମ୍ବା ପାଣି ଭର୍ତ୍ତି ପାତ୍ର ନେଇ ଯାଉଥିବାର ଆପଣ ଦେଖୁଛନ୍ତି ତେବେ ଆପଣଙ୍କ ଜୀବନ ମଧ୍ୟ ସେହିଭଳି ଖୁସିରେ ପୂରି ଉଠିବ । ଏହା ଆପଣଙ୍କ ଜୀବନରେ ହେବାକୁ ଯାଉଥିବା ଶୁଭଫଳର ସଂକେତ ଅଟେ ।

୫- ହସୁଥିବା ବାଳକ

ସକାଳୁ କେଉଁ କାର୍ଯ୍ୟରେ ଯିବାବେଳେ ହସୁଥିବା ବାଳକ ଦେଖିବା ମଧ୍ୟ ଏକ ସଂକେତ ଅଟେ । ଯଦି ଆପଣ କୌଣସି ବାଳକଙ୍କୁ ହସୁଥିବାର ଦେଖୁଛନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ କାର୍ଯ୍ୟ ନିଃସନ୍ଦେହ ପୂର୍ଣ୍ଣ ହେବ ଏବଂ ଆପଣଙ୍କ ଦିନଟି ଶୁଭ ତଥା ମଙ୍ଗଳମୟ ହେବ । ଆପଣଙ୍କ ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।