ଏହାର କେବଳ 1 ପତ୍ର ଆପଣଙ୍କ ମୁଣ୍ଡରୁ ଉକୁଣି, ଗଜି, ଲିଖ ଆଦି ମାରି ସଫା କରିଦେବ, ଦେଖନ୍ତୁ କେମିତି କରିବେ ବ୍ୟବହାର

ଅନେକଙ୍କ ମୁଣ୍ଡରେ ଉକୁଣି ସମସ୍ଯା ଦେଖା ଯାଇଥାଏ । ଏହା ଯୋଗୁଁ ମୁଣ୍ଡ ଭୀଷଣ କୁଣ୍ଡାଇ ହେବା ସହ ଅସହଜ ମଧ୍ୟ ମନେ ହୋଇଥାଏ । ବିଶେଷ କରି ସ୍କୁଲରେ ପଢୁଥିବା ପିଲାଙ୍କ ଠାରେ ଏହି ସମସ୍ଯା ଅଧିକ ଦେଖା ଦେଇଥାଏ । କେବେ କେବେ ଅନେକ ଚେଷ୍ଟା ପରେ ମଧ୍ୟ ଉକୁଣି ସମସ୍ଯା ଭଲ ହୁଏ ନାହିଁ । ତେବେ ଆପଣଙ୍କ ଉକୁଣି ସମସ୍ଯା ଦୂର କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ । ଚାଲନ୍ତୁ ଦେଖିବା କେମିତି କରିବେ ଉପଚାର ।

ଉକୁଣି ସମସ୍ଯା ଦୂର ପାଇଁ ଯେଉଁ ଉପଚାର ପ୍ରସ୍ତୁତ କରିବେ ସେଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଦୁର୍ଦୂରା ପତ୍ର । ଏହି ଦୁର୍ଦୂରା ଗଛକୁ ଅନେକ ଲୋକ ଜାଣିଥିବେ କାରଣ ଏହି ଗଛର ଫୁଲ ଭଗବାନ ଶିବଙ୍କ ମୁଣ୍ଡରେ ଚଢାଯାଏ । ଅନେକ ଲୋକ ଦୁର୍ଦୂରା ଫୁଲର ଫାଇଦା ବିଷୟରେ ଜାଣିଛନ୍ତି । କିନ୍ତୁ ଏହି ଗଛର ପତ୍ର ମଧ୍ୟ ଅନେକ ଲାଭଦାୟୀ ଅଟେ । ବହୁ ପୁରାତନ କାଳରୁ ଏହା ଉକୁଣି ସଫା କରିବା ପାଇଁ ବ୍ୟବହୃତ ହୋଇ ଆସୁଛି ଓ ଏହାର ଅନ୍ୟ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି ।

ତେବେ ଏହି ଦୁର୍ଦୂରା ଗଛର କିଛି ପତ୍ର ବା ୧୦ ରୁ ୧୨ଟି ପତ୍ର ଛିଣ୍ଡାଇ ନିଅନ୍ତୁ ଓ ଏହାକୁ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ । ଏହାପରେ ଆପଣଙ୍କୁ ଏହି ପତ୍ରରୁ ରସ ବାହାର କରିବାକୁ ହେବ । ଏଥିପାଇଁ ଆପଣ ଏହି ପତ୍ରକୁ ବାଟି ରସ ବାହାର କରିପାରିବେ ।

କିମ୍ବା ଏହାକୁ ଗ୍ରାଇଣ୍ଡିଂ ମଧ୍ୟ କରିପାରିବେ । ଏହାକୁ ଗ୍ରାଇଣ୍ଡିଂ କରିବା ପାଇଁ ଗ୍ରାଇଣ୍ଡିଂ ଜାର୍ ରେ ଅଳ୍ପ ପାଣି ନିଅନ୍ତୁ ଓ ସେଥିରେ ଧୋଇ ରଖିଥିବା ଦୁର୍ଦୂରା ପତ୍ରକୁ ଛିଣ୍ଡାଇ ପକାଇ ଦିଅନ୍ତୁ । ଏହାପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଗ୍ରାଇଣ୍ଡିଂ ହେବା ପରେ ଏକ ଛଣି ସାହାଯ୍ୟରେ ଏହାକୁ ଛଣି ଖଦାକୁ ଅଲଗା କରି ରସ ବାହାର କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସହଜ ଘରୋଇ ଉକୁଣିମରା ଔଷଧ । ଏହି ପତ୍ରର ରସକୁ ଆପଣ ମୁଣ୍ଡ ଧୋଇବାର ତିନି ଘଣ୍ଟା ପୂର୍ବରୁ ମୁଣ୍ଡରେ ଭଲଭାବେ ଲଗାଇ ଦିଅନ୍ତୁ । ଏହାପରେ ଏହାକୁ ଶୁଖିବାକୁ ଦିଅନ୍ତୁ । ଭଲ ଭାବେ ଶୁଖିଯିବା ପରେ କେଶକୁ କୌଣସି ଆୟୁର୍ବେଦିକ ଶାମ୍ପୁ କିମ୍ବା ଆପଣ ଯେଉଁ ଶାମ୍ପୁ ବ୍ୟବହାର କରନ୍ତି ସେଥିରେ ମୁଣ୍ଡକୁ ଭଲ ଭାବେ ଧୋଇ ଦିଅନ୍ତୁ ।

ଦେଖିବେ ଏହିପରି ପ୍ରଥମ ଥରରୁ ହିଁ ଆପଣଙ୍କ ମୁଣ୍ଡରୁ ଉକୁଣି, ଗଜି, ଲିଖ ସବୁ ଗାୟବ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।