ଭୟଙ୍କର ରୁ ଭୟଙ୍କର କାଶ ବି ତୁରନ୍ତ ଭଲ ହୋଇଯିବ, କେବଳ ଥରେ ଏହି ଘରୋଇ ଉପଚାରକୁ ପ୍ରୟୋଗ କରି ଦେଖନ୍ତୁ (Home Remedy for Cough)

କାଶ ହେଲେ ଆମକୁ ବହୁତ ଅସ୍ତବ୍ୟସ୍ତ ଲାଗେ ଓ କାଶି କାଶି ତଣ୍ଟି ଛିଣ୍ଡିଯିବା ଭଳି ଅନୁଭବ ହୁଏ । ଅଧିକ ସମୟ କାଶିବା ଦ୍ଵାରା ଗଳା ପୋଡିଥାଏ ଓ ବହୁତ କଷ୍ଟ ହୋଇଥାଏ । କାଶ ଯୋଗୁଁ କଥା କହିବାରେ ଅସୁବିଧା ହେବା ସହ ରାତିରେ ଶୋଇବାରେ ମଧ୍ୟ ସମସ୍ଯା ସୃଷ୍ଟି ହୋଇଥାଏ । କାଶ ପାଇଁ ଅନେକ ସମୟରେ ମେଡ଼ିସିନ ଖାଇ ମଧ୍ୟ ତାହା ଭଲ ହୋଇ ନଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଦୁଇଟି ଘରୋଇ ଉପାୟ ନେଇ ଆସିଛୁ ।

ଯଦି ଆପଣଙ୍କୁ ଶୁଖିଲା କାଶ ହେଉଛି ଓ କଫ ନଥାଇ ମଧ୍ୟ ଛାତି ଜାକି ଧରୁଛି ତେବେ ସେଥିପାଇଁ ଏହି ଘରୋଇ ଉପଚାରଟି କରନ୍ତୁ । ଆପଣ ଏଥିପାଇଁ ଚିମୁଟାଏ ହଳଦୀ ଗୁଣ୍ଡ ନିଅନ୍ତୁ ଓ ଏହାକୁ ନିଜ ଦାନ୍ତ କଳରେ ଜାକି ରଖନ୍ତୁ । ଦାନ୍ତ କାଳରେ ରଖିଥିବା ଏହି ହଳଦୀକୁ ଧୀରେ ଧୀରେ ଏହି ହଳଦୀକୁ ଚୁଶି ଚୁଶି ଖାଆନ୍ତୁ । ଯେତେ ସମୟ ଆପଣ ପାରିବେ ସେତେ ସମୟ ପର୍ଯ୍ୟନ୍ତ ଏହାକୁ କଳରେ ରଖି ଚୁଷନ୍ତୁ ।

ବ୍ୟସ୍ତ ହୋଇ ଶୀଘ୍ର ଚୁଷିବାର ଆବଶ୍ୟକତା ନାହିଁ, କେତେ ଧୀରେ ପାରୁଛନ୍ତି ସେତେ ଧୀରେ ଏହି ହଳଦୀକୁ ଚୁଷନ୍ତୁ । ଏହାର ଲାଲ ଯେତେବେଳେ ଆପଣଙ୍କ ଗଳାକୁ ଯିବ ଧୀରେ ଧୀରେ ତାହାକୁ ଠିକ କରିବାକୁ ଲାଗିବ । ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ଵ ଥାଏ, ତେଣୁ ଏହା ଆପଣଙ୍କ ଗଳାକୁ ଠିକ କରିବାରେ ସାହାଯ୍ୟ କରେ ।

ଦେଖିବେ ଆପଣଙ୍କ ଗଳା ଶୀଘ୍ର ଭଲ ହୋଇଯିବ ଓ କାଶ ମଧ୍ୟ ବନ୍ଦ ହୋଇଯିବ । ଏହା କରିବା ପରେ ଯଦି ପୁଣି କାଶ ହୁଏ ତେବେ ପୁଣି ଠାରେ ଏହି ଉପଚାରକୁ ପ୍ରୟୋଗ କରନ୍ତୁ । ଥରେ ମାତ୍ର ପ୍ରୟୋଗ କରିବା ପରେ ଆପଣଙ୍କୁ ବହୁ ପରିମାଣରେ ଆରମ ମିଳିଯିବ । କିନ୍ତୁ ଆପଣଙ୍କ କାଶ ଭଲ ହେବ ପର୍ଯ୍ୟନ୍ତ ଦିନକୁ ଚାରିରୁ ପାଞ୍ଚ ଥର ଏହାକୁ ପ୍ରୟୋଗ କରନ୍ତୁ । ଯଦି ଆପଣଙ୍କୁ କଫ ବାଲା କାଶ ହେଉଛି ତେବେ ଆଉ ଏକ ଉପାୟ ପ୍ରୟୋଗ କରନ୍ତୁ ।

ପ୍ରଥମେ ଆପଣ ଏକ ଚାମୁଚ ଅଦା ରସ ନିଅନ୍ତୁ ଓ ଏଥିରେ ଏକ ଚାମୁଚ ମହୁ ମିଶାନ୍ତୁ । ଉଭୟକୁ ଭଲ ଭାବେ ମିଶାଇ ଦିଅନ୍ତୁ ଓ ତା’ପରେ ଏହି ମିଶ୍ରଣକୁ ପିଅନ୍ତୁ । ଯେମିତି ଏହାକୁ ପିଇବେ ଦେଖିବେ ସେମିତି ଆପଣଙ୍କୁ ଆରାମ ମିଳିବ ।

ଆପଣଙ୍କ ଛାତିରେ ଜମି ରହିଥିବା କଫ ଧୀରେ ଧୀରେ ଖୋଲିବାକୁ ଲାଗିବ । ଆପଣଙ୍କ ଛାତିରେ ଜମି ରହିଥିବା କଫ ତରଲି ପେଟକୁ ଚାଲିଯିବ ଓ ପରେ ମଳ ବାଟେ ତାହା ବାହାରିଯିବ । ଏହାକୁ ଆପଣ ଦିନରେ ତିନିରୁ ଚାରି ଥର ସେବନ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।