ମରିଗଲେ ବି ସକାଳୁ ସକାଳୁ ଏହି 3 ଟି କାମ କେବେ ବି କରିବେ ନାହିଁ- Chanakya Niti

ସକାଳୁ ଉଠି ମନୁଷ୍ୟ ତାର ଜୀବନରେ ବହୁତ ଭଲ ବା ଖୁସି ଅନୁଭବ କରିବା ପାଇଁ ଚାହିଁଥାଏ । କିନ୍ତୁ ସବୁ ମନୁଷ୍ୟ କ୍ଷେତ୍ରରେ ଏହା ହୋଇନଥାଏ କାହିଁକି ନା ଏଥିପାଇଁ ମନୁଷ୍ୟ ନିଜେ  କିଛି ମାତ୍ରାରେ ଦାୟି ହୋଇଥାଏ । ମନୁଷ୍ୟ ସକାଳୁ ଉଠି ଏପରି କିଛି କାମ ଭୁଲରେ କରି ଦେଇଥାଏ ଯାହା ଫଳରେ କି ତାର ପୁରା ଦିନଟି ଖରାପ ହୋଇଯାଇଥାଏ । କିଛି ବ୍ୟକ୍ତି ଏପରି କିଛି କାମ କରିଥାନ୍ତି ଯାହାଫଳରେ କି ପୁରା ଦିନଟି ବହୁତ ଖୁସିରେ ବିତି ଥାଏ ଓ ମନରେ ଗୋଟିଏ ସକାରାତ୍ମକ ଊର୍ଜା ଭରି ରହିଥାଏ ।

କଥାରେ ଅଛି ଯଦି ଆରମ୍ଭ ଭଲରେ ହୋଇଥାଏ ତେବେ ଶେଷ ମଧ୍ୟ ଭଲରେ ହୋଇଥାଏ ।  ତେବେ ଆସନ୍ତୁ ଆଜି ଆମେ ଜାଣିବା କି ଏହିପରି କିଛି କାମ ଯାହାକି ସକାଳୁ ଉଠି ଆମକୁ କରିବା ଉଚିତ ନୁହେଁ । ଯାହା ଦ୍ଵାରା କି ଆମର ପୁରା ଦିନଟି ଖରାପ ହୋଇଯିବ ।

୧ – ସକାଳୁ ସକାଳୁ ଭଗବାନଙ୍କର ନାମ ନେଇ ଆରମ୍ଭ କରିବା ଉଚିତ । ଯଦି ସକାଳର ଆରମ୍ଭ ଖରାପ ଭାବରେ କରିବେ ତେବେ ଶାସ୍ତ୍ରରେ ଏହାକୁ ପାପ ବୋଲି ମାନନ୍ତି । ସକାଳୁ ସକାଳୁ କାମବାସନା କରିବା ଉଚିତ ନୁହେଁ କାହିଁକି ନା ଏହି ସମୟରେ ପୂଜା ପାଠ କରିବାର ସମୟ ହୋଇଥାଏ । ମନରେ ଭଲ ବିଚାର ଉପର୍ଣ୍ଣ କରିବା ଉଚିତ । ଏଥିପାଇଁ କାମବାସନା ସକାଳୁ କରିବା ଉଚିତ ନୁହେଁ ଏହା ଦ୍ଵାରା ଆପଣଙ୍କୁ ନର୍କର ରାସ୍ତା ମିଳିଥାଏ । ସକାଳର କିଛି ସମୟ ପରେ ଏହା କରିପାରିବେ ।

୨- କିଛି ଲୋକମାନଙ୍କର ଅଭ୍ୟସ ଥାଏ କି ସକାଳୁ ଉଠି ସର୍ବ ପ୍ରଥମେ ଆଇନାରେ ନିଜର ଚେହେରା ଦେଖିଥାନ୍ତି । ସକାଳୁ ଉଠି ନିଜର କିମ୍ବା ଅନ୍ୟ କାହାର ଚେହେରା ଦେଖିବା ଉଚିତ ନୁହେଁ । ଏହି କ୍ରମରେ ଆପଣଙ୍କୁ ସର୍ବ ପ୍ରଥମେ ସକାଳୁ ଆଖି ଖୋଲିବା ମାତ୍ରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ ଓ ନିଜର ହାତର ପାପୁଲିକୁ ଦେଖିବା ଉଚିତ । ଏହା ଦ୍ଵାରା ଆପଣଙ୍କର ପୁରାଦିନଟି ସକାରାତ୍ମକ ପ୍ରଭାବ ଥାଏ ଓ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।

୩ – ସକାଳୁ ଉଠି ଭଗବାନଙ୍କର ଆରାଧନା , ମନ୍ଦିରର ଶଙ୍ଖ ଧ୍ୱନି , ଗାୟତ୍ରୀ ମନ୍ତ୍ର ଶୁଣିବା କିମ୍ବା କୌଣସି ଭଜନ ଶୁଣିବା ଉଚିତ । ନିଜ ଶୋଇବା ଘରେ ମୟୂର ପକ୍ଷୀ କିମ୍ବା କୌଣସି ସୁନ୍ଦର ଫୋଟ ଲଗାନ୍ତୁ ଯାହାକି ସକାଳୁ ଉଠି ପ୍ରଥମେ ଆପଣଙ୍କ ନଜର ତା ଉପରେ ପଡିବା ଉଚିତ । ଯାହାଦ୍ବାରା କି ପୁରା ଦିଅନ୍ତି ଆପଣଙ୍କର ସକାରାତ୍ମକ ଭାବନାରେ ପରିପୂର୍ଣ ରହିଥାଏ ଓ ଦିନଟି ବହୁତ ଖୁସିରେ ବୀତି ଥାଏ ।


୪ – ଆଜି କାଲୀ ବହୁତ ଲୋକ ସକାଳୁ ଉଠି ପ୍ରଥମେ ଖବର କାଗଜକୁ ଦେଖିଥାନ୍ତି କିମ୍ବା କୌଣସି ନିୟୁଜ ଚାନେଲ ଦେଖିଥାନ୍ତି । ଖବର କାଗଜରେ ବିଭିର୍ଣ୍ଣ ପ୍ରକାରର ଖବର ଛାପା ହୋଇଥାଏ । ଏଥିରେ ଏପରି କିଛି ଖବର ଛାପା ହୋଇଥାଏ କି ଏଥିରେ ନକରାତ୍ମକ ବିଚାର ଓ ଖରାପ ନିୟୁଜ ଥାଏ ଯାହା ଫଳରେ ଆମର ନକରାତ୍ମକ ଚିନ୍ତାଧାରା ବୃଦ୍ଧି ହୋଇଥାଏ । ଏଥିପାଇଁ ସକାଳୁ ନିୟୁଜ ପେପର ନ ପଢି ସକାଳର ଆରମ୍ଭ ଭଗବାନଙ୍କ ଦର୍ଶନରେ କରିବା ଉଚିତ ଯାହାଫଳରେ ମନରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।