Vastu Shastra- ଶନିବାର ଦିନ ନିଶ୍ଚୟ କରନ୍ତୁ ଏହି 3 ଟି କାମ, ସବୁ ସମସ୍ୟାରୁ ମିଳିବ ମୁକ୍ତି

ଶନି ଦେବଙ୍କ ନାମ ନେଇ ଶନିବାର ଦିନ ଏହି ତିନୋଟି କାମ କରନ୍ତୁ ସମସ୍ତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ । ବନ୍ଧୁଗଣ ଦୁଖ ଏବଂ କଷ୍ଟ ଏମିତି ଏକ ଜିନିଷ ଯାହାକି ବହୁତ ଲୋକଙ୍କ ଘରେ ଅଚାନକ ଆସିଯାଇଥାଏ ।  ଆମର ଏହି ବ୍ୟସ୍ତ ବହୁଳ ଜୀବନରେ ଦୁଖ ଏବଂ କଷ୍ଟ ଲାଗିକି ରହିଥାଏ । ଏମିତି ପରିସ୍ଥିତିରେ ସମସ୍ତେ ଚେଷ୍ଟା କରିଥାଆନ୍ତି  ଯେ ଏହି ଦୁଖ ଏବଂ କଷ୍ଟକୁ ଏଡେଇଦେବା । କିନ୍ତୁ ଏହା ସହଜ ମଧ୍ୟ ହୋଇ ନ ଥାଏ । ଏଥିପାଇଁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ ।

ଏହି ଦୁଖ ସହିତ ଯଦି ଆପଣଙ୍କର ଶନି ଦଶା ଖରାପ ଚାଲିଥାଏ । ତେବେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗିକି ରହିଥାଏ । ଏହି ପରିସ୍ଥିତିର ସମାଧାନ କରିବା ପାଇଁ ଗୋଟିଏ ରାସ୍ତା ଅଛି ।

ତାହା ହେଉଛି ଶନି ଦେବଙ୍କ କୃପା ଶନି ଦେବ ହେଛନ୍ତି ଏମିତି ଏକ ଭଗବାନ ଯିଏ କି ଲୋକଙ୍କର ଦୁଖ କଷ୍ଟ ଦୂର କରିବା ପାଇଁ ପରିଚିତ ଅଟନ୍ତି । କେବଳ ଥରେ ମାତ୍ର ଶନି ଦେବଙ୍କର ଆଶୀର୍ବାଦ ମିଳିଯାଏ । ତେବେ ସମସ୍ତ ସମସ୍ୟା କ୍ଷଣକ ପାଇଁ ଦୂର କରିଦେବେ । ତେଣୁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଶନିଦେବଙ୍କ ନାମ ନେଇ ଏହି ତିନୋଟି କାର୍ଯ୍ୟ କରିବାକୁ ପଡିଥାଏ । ଆସନ୍ତୁ ଜାଣିବା ସେହି କାମ ବିଷୟରେ

୧ – ସୋରିଷ ତେଲ

ଆପଣ ସୋରିଷ ତେଲ ଦାନ କରନ୍ତୁ । ଶନିଦେବଙ୍କ ପୂଜାରେ ସୋରିଷ ତେଲ ବ୍ୟବହାର କରାଯାଏ ।  ଏହି ତେଲ ତାଙ୍କର ଅତି ପ୍ରିୟ ହୋଇଥାଏ । ଯଦି ଆପଣ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତି ।  ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ଦାନ ଆପଣ କାହାକୁ ମଧ୍ୟ କରିପାରିବେ । ଯେମିତିକି କୌଣସି ଗରିବ , ବ୍ରାହ୍ମଣ କିମ୍ବା କୌଣସି ମନ୍ଦିରରରେ ମଧ୍ୟ ସୋରିଷ ତେଲ ଦେଇପାରିବେ । ଯେତେବେଳେ ମଧ୍ୟ ଆପଣ ସୋରିଷ ତେଲ ଦାନ କରିବେ । ସେତେବେଳେ ଆପଣ ଶନି ଦେବଙ୍କୁ ସ୍ମରଣ କରନ୍ତୁ । ଏବଂ କଳା ରଙ୍ଗର ବସ୍ତ୍ର ପରିଧ୍ୟାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ କଷ୍ଟ ଓ ନକରାତ୍ମକ ଚିନ୍ତା ଦୂର ହୋଇଥାଏ ।

୨ – କାଉ

କାଉକୁ ଆପଣ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଶନିବାର ଦିନ କାଉ ଖାଦ୍ୟ ଦେଲେ ବହୁତ ଶୁଭ କାର୍ଯ୍ୟ ହୋଇଥାଏ ବୋଲି କହିଥାଆନ୍ତି । ଆହୁରି ମଧ୍ୟ କାଉ ଶନିଦେବଙ୍କ ବାହନ ମଧ୍ୟ ହୋଇଥାଆନ୍ତି । ଯଦି ଆପଣ କାଉକୁ ଖୁସି କରି କିଛି ଖାଦ୍ୟ ଦେଇଥାଆନ୍ତି । ତେବେ ଆପଣଙ୍କର ଶତୃ କିଛି ଅନିଷ୍ଠ କରିପାରିବେ ନାହିଁ । ଏହାପରେ ଆପଣଙ୍କର ଜୀବନର ସବୁ କିଛି ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ । ଏଥିପାଇଁ ଆପଣ କାଉ ଚାଉଳ ଖାଇବାକୁ ଦିଅନ୍ତୁ । ଏହି କାମ କରିବା ପରେ ଶନିଦେବଙ୍କ ଦର୍ଶନ ନିଶ୍ଚିତ କରନ୍ତୁ ଏବଂ ଶନି ଦେବଙ୍କୁ ଆପଣଙ୍କର ସମସ୍ୟା ବିଷୟରେ ଜଣାଇଦିଅନ୍ତୁ । ଏହାପରେ ଶନି ଦେବ ଆପଣଙ୍କର ଦୁଖକୁ ଦୂର କରିଦେବେ ।

୩ – ଲୁହା

ଶନିବାର ଦିନ ଲୁହା କିଣିବା କିମ୍ବା ବିକ୍ରି କରିବା ଦ୍ଵାରା ଆପଣଙ୍କର ଖରାପ ସମୟ ଦୂର ହୋଇଥାଏ ।  ଶନିବାର ଦିନ ନୂତନ ଲୁହା ବସ୍ତୁ ଘରକୁ ଆଣିବା ଉଚିତ ହୋଇଥାଏ । ତା ସହିତ ଘରର ପୁରୁଣା ଲୁହ ବସ୍ତୁ ବିକ୍ରି କରିବା ଉଚିତ ହୋଇଥାଏ ।  ଏହା ଦ୍ଵାରା ଆପଣଙ୍କ ଘରର ନକରାତ୍ମକ ଊର୍ଜା ଚାଲିଯାଇଥାଏ । ଏହି ସମୟରେ ଆପଣ ଶନିଦେବଙ୍କ ନାମ ଉଚ୍ଚରଣ କରନ୍ତୁ । ଆପଣଙ୍କୁ ଭଲ ଫଳ ମିଳିପାରିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।