ସକାଳୁ ସକାଳୁ ପୁଅ Guan ସହ କଥା ହେଲେ ଆଉ ତାକୁ ଗେଲ କଲେ Babushan, ଦେଖନ୍ତୁ video

ଆଜି ସକାଳୁ ସକାଳୁ ପୁଅ ଗୁଆନ ସହ କଥା ହୋଇଛନ୍ତି ଅଭିନେତା ବାବୁଶାନ ମହାନ୍ତି । ପୁଅ ସହ କଥା ହେବା ବେଳେ ବେଶ ଭାବବିହ୍ଵଳ ହୋଇ ପଡିଥିଲେ ସୁପରଷ୍ଟାର ବାବୁଶାନ । ସେ ଫୋନରେ ପୁଅକୁ ଗେଲ କରି ତା’ ସହ ଅନେକ ଏଣୁତେଣୁ କଥା ହୋଇଥିଲେ । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଜି ସକାଳେ ଯେତେବେଳେ ବାବୁଶାନଙ୍କ ନିଦ ଭାଙ୍ଗିଥିଲା ସେ ଉଠିବା ମାତ୍ରେ ନିଜ ପୁଅ ସହ ଫୋନରେ କଥା ହୋଇଥିଲେ ।

ଧନ କଣ ଖାଇଛୁ କଣ କରୁଛୁ ବୋଲି ପଚାରି ବୁଝିଥିଲେ ବାବୁଶାନ । ପୁଅ ବି ଏଣୁତେଣୁ ଭାଷାରେ ବାପା ସହ କଥା ହୋଇଥିଲା । ଯାହାକୁ କେହି ନବୁଝି ପଡ଼ିଥିଲେ ମଧ୍ୟ ବାପା ବାବୁଶାନ ବେଶ ଭଲଭାବେ ବୁଝି ପଡ଼ିଥିଲେ । ମିଳିଥିବା ଖବର ଅନୁସାରେ ସେହି ସମୟର ଦୃଶ୍ୟ ତାଙ୍କ ପକ୍ଷେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏମିତିକି ବାବୁଶାନଙ୍କ ମାଆ ତଥା ବରିଷ୍ଠ ଅଭିନେତ୍ରୀ ଅପରାଜିତ ମହାନ୍ତି ଓ ବାପା ସୁପରଷ୍ଟାର ଉତ୍ତମ ମହାନ୍ତି, ବନ୍ଧୁବାନ୍ଧବ ଓ ସାଙ୍ଗସାଥି ସମସ୍ତେ ଭାବବିହ୍ଵଳ ହୋଇ ପଡିଥିଲେ ବାପା ଓ ପୁଅର କଥାବାର୍ତ୍ତା ଦେଖି ।

ବାବୁଶାନ ଗତକାଲି ସକାଳୁ ଭୁବନେଶ୍ବର ଫେରିଥିଲେ । ଫ୍ଲାଇଟରେ ଚେନ୍ନାଇରୁ ଆସି ଭୁବନେଶ୍ବର ପହଞ୍ଚିବା ପରେ ଅସମ୍ଭାଳ ଭିଡ ଓ ଠେଲାପେଲା ଭିତରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେତେବେଳେ ଯାହା କହିବ କଥା କହିବି । ଏବେ ମୁଁ ପ୍ରଥମେ ମୋ ବାପାମା’ଙ୍କ ପାଖକୁ ଯାଉଛି ।

ଏହାପରେ ସେ ଜଗନ୍ନାଥ ବିହାରରେ ରହୁଥିବା ନିଜ ଘରକୁ ବାପାମା’ଙ୍କ ପାଖକୁ ଯାଇଥିଲେ ବାବୁଶାନ । ସେଠାରେ ବିଶ୍ରାମ ନେଇଥିଲେ କିନ୍ତୁ ପତ୍ନୀ ତୃପ୍ତି ଓ ପୁଅକୁ ଭେଟିବା ପାଇଁ ସେ ଯାଇ ନଥିଲେ । କିନ୍ତୁ ଆଜି ସକାଳୁ ପୁଅ ସହ କଥା ହୋଇ ତାକୁ ଗେହ୍ଲା କରିଛନ୍ତି ଅଭିନେତା ବାବୁଶାନ । ଆଉ ଏବେ ବାବୁଶାନଙ୍କ ପ୍ରତିକ୍ରିୟାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

ବାବୁଶାନ ନିଜ ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଫେରି ଆସନ୍ତୁ ଏବଂ ଅଭିନୟ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ତାଙ୍କ ସହ ଜଡିତ ଥିବା ପ୍ରତ୍ଯେକ ବ୍ୟକ୍ତିଙ୍କ ସମେତ ସାରା ଓଡିଶାବାସୀ ନିବେଦନ କରୁଛନ୍ତି । ତେବେ ବାବୁଶାନ କଣ ନିଷ୍ପତ୍ତି ନେଉଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।