ସୁରକ୍ଷିତ ଅଛି ତ ଆପଣଙ୍କ ଆଧାରକାର୍ଡ ? ଏବେ ହିଁ ଚେକ୍ କରି ନିଅନ୍ତୁ ନହେଲେ ଅସୁବିଧାରେ ପଡିପାରନ୍ତି, ଏନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଜମନ୍ତ୍ରୀ Rajeev Chandrasekhar ଦେଲେ ବଡ ସୂଚନା

ଆପଣଙ୍କ ଆଧାର ପ୍ରମାଣପତ୍ର ସୁରକ୍ଷିତ ଅଛି ତ ? କାରଣ ସରକାର ପ୍ରାୟ ୬ ଲକ୍ଷ ଆଧାରକାର୍ଡ ରବ୍ଦ କରିଛନ୍ତି । ତେଣୁ ଆପଣଙ୍କ ଆଧାର ସୁରକ୍ଷିତ ଅଛି କି ନାହିଁ କେମିତି ଚେକିଂ କରିବେ ଜାଣି ନିଅନ୍ତୁ । ଆଜିର ଦିନରେ ପରିଚୟ ପ୍ରମାଣପତ୍ର ଭାବେ ଆଧାରକାର୍ଡର ଗୁରୁତ୍ଵ କେତେ ଆପଣ ଭଲଭାବେ ଜାଣିଥିବେ । ଯେକୌଣସି କାମରେ ପରିଚୟ ପତ୍ର ଦରକାର ହେଲେ ସମସ୍ତେ ଆଧାରକାର୍ଡ ଖୋଜିଥାନ୍ତି । କିନ୍ତୁ ଭାରତରେ ଆଧାରକାର୍ଡର ଅପବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି ।

ଲୋକଙ୍କ ଡୁପ୍ଳିକେଟ ଆଧାରକାର୍ଡ ତିଆରି କରି ଅନେକ ଲୋକ ଏହାକୁ ଖରାପ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏହି ଅପବ୍ୟବହାରକୁ ରୋକିବା ପାଇଁ UIDAI ପ୍ରାୟ ୬ଲକ୍ଷ ଆଧାରକାର୍ଡକୁ ରବ୍ଦ କରି ଦେଇଛି । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଜମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଆଧାରକାର୍ଡ ଏକ ଅତ୍ୟାବଶ୍ୟକ ସରକାରୀ ପ୍ରମାଣପତ୍ର ହୋଇଥିବା ବେଳେ ଏହାକୁ କିଭଳି ବ୍ୟବହାର କରିବେ ଏବଂ କିପରି ଏହାକୁ ସୁରକ୍ଷିତ ରଖିବେ ଏନେଇ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।

ତେଣୁ ଆପଣଙ୍କ ଆଧାରକାର୍ଡ ସୁରକ୍ଷିତ ଅଛି କି ନାହିଁ, ଆପଣ ଚେକ୍ କରିନେବା ଉଚିତ । ଏଥିପାଇଁ ଆପଣଙ୍କୁ କୌଣସି ଅଫିସ ଯାଇ ଲାଇନ ଲଗାଇବାକୁ ବି ପଡିବନି ବରଂ ଆପଣ ଘରେ ବସି ନିଜ ସ୍ମାର୍ଟଫୋନରେ ଏହା କରିପାରିବେ । ଏଥିପାଇଁ ପ୍ରଥମେ www.uidai.gov.in ୱେବସାଇଟକୁ ଯାଆନ୍ତୁ । ସେଠାରେ ଆପଣ ଭେରିଫାଏ ଆଧାର (verify AADHAAR) ବିକଳ୍ପ ଦେଖିବାକୁ ପାଇବେ ।

ସେହି ବିକଳ୍ପରେ କ୍ଲିକ କରିବା ପରେ ଆପଣ ନିଜର ୧୨ ନମ୍ବର ବିଶିଷ୍ଟ ଆଧାର ନଂ ଦିଅନ୍ତୁ । ଏହି ନଂ ଦେବା ପରେ ଆପଣଙ୍କ ଆଧାର ନଂ ସେଠାରେ ଭେରିଫାଏ ହୋଇ ରହିଛି କି ନାହିଁ ତାହା ଆପଣ ଜାଣିପାରିବେ । ଯଦି ଆପଣଙ୍କ ଆଧାରକାର୍ଡ ଭେରିଫାଏ ହେବାରେ ଅସଫଳ ହେଉଛି ତେବେ ୱେବସାଇଟରେ ଆପଣଙ୍କ ଆଧାରକାର୍ଡ ମହଜୁଦ ନାହିଁ ବୋଲି ଦେଖାଇବ ।

ଯଦି ଆପଣଙ୍କ ଆଧାରକାର୍ଡ ଭେରିଫେ ନାହିଁ ବୋଲି ଦେଖାଉଛି ତେବେ ଯଥାଶୀଘ୍ର ନିଜର ଜରୁରୀ ଡକ୍ୟୁମେଣ୍ଟ ସହ ନିକଟସ୍ଥ ଆଧାର ଏନରୋଲମେଣ୍ଟ ସେଣ୍ଟରରେ ଏହାକୁ ଭେରିଫାଏ କରାଇ ନିଅନ୍ତୁ । ଏହାଦ୍ବାରା ଆପଣଙ୍କ ଆଧାରକାର୍ଡ ସୁରକ୍ଷିତ ରହିବା ସହ ଏହାର କୌଣସି ଖରାପ ବ୍ୟବହାର ମଧ୍ୟ ହୋଇପାରିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।