“ଥୁକୁଲ” ଫିଲ୍ମ ଶୁଟିଙ୍ଗ ସେଟ୍ ରୁ Babushan-Prakruti ଙ୍କ ପ୍ରେମ ଆରମ୍ଭ ହୋଇଥିଲା… Silver Gandhi ଏନେଇ ନିଜେ କଲେ ବଡ ଖୁଲାସା

ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କ ଏବେ ରାଜ୍ୟରେ ଖବର ଶିରୋନାମା ପାଲଟିଛି । ବାବୁଶାନ ପୂର୍ବରୁ ତାଙ୍କର ପିଲାବେଳର ବାନ୍ଧବୀ ତୃପ୍ତିଙ୍କୁ ବିବାହ କରିଥିବା ବେଳେ ଅଭିନେତ୍ରୀ ପ୍ରକୃତି ମିଶ୍ରଅଙ୍କ ସହ ତାଙ୍କର ଅନୈତିକ ପ୍ରେମ ସମ୍ପର୍କ ତାଙ୍କର ପ୍ରଶଂସକ ମାନଙ୍କୁ ନିହାତି ଭାବେ ମର୍ମାହତ କରିଛି । ସମସ୍ତେ ଚାହାନ୍ତି କି ବାବୁଶାନ ସମୟ ଥାଉ ଥାଉ ନିଜ ଭୁଲ ବୁଝି ପରିବାର ପାଖକୁ ଫେରି ଆସନ୍ତୁ । ବାବୁଶାନ ଓ ପ୍ରକୃତିଙ୍କର ନିକଟରେ ଏକ ଫିଲ୍ମ ରିଲିଜ ହୋଇଛି “ପ୍ରେମମ୍” ।

ଏହି ଫିଲ୍ମରେ କାମ କରୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଥିବା ଏବେ ଏଥିରେ ଏକ ନୂଆ ଟ୍ଵିଷ୍ଟ ଆସିଛି । ଏନେଇ ବାବୁଶାନଙ୍କ ଜଣେ ଭଲ ବନ୍ଧୁ ଯିଏକି ସିଲଭର ଗାନ୍ଧୀ ଭାବେ ବେଶ ଜଣାଶୁଣା, ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସିଲଭର ଗାନ୍ଧୀ ପ୍ରକାଶ କରିଛନ୍ତି କି, ପ୍ରକୃତରେ ବାବୁଶାନଙ୍କ ଫିଲ୍ମ “ଥୁକୁଲ” ଶୁଟିଙ୍ଗ ସେଟ୍ ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।

ସେହି ଫିଲ୍ମରେ ବାବୁଶାନ ଓ ଅର୍ଚ୍ଚିତା ମୁଖ୍ୟ ଭୂମିକାରେ ଥିଲେ ଓ ପ୍ରକୃତି ସହ-ଅଭିନେତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେତେବେଳେ ପ୍ରକୃତି ପ୍ରଥମେ ବାବୁଶାନଙ୍କୁ ପ୍ରପୋଜ କରିଥିଲେ ଓ ବାବୁଶାନ ବି ବାହା ହୋଇ ନଥିଲେ । କିନ୍ତୁ ନିଜ ପିଲାବେଳର ବାନ୍ଧବୀ ତୃପ୍ତି ଶତପଥୀଙ୍କ ସହ ବାବୁଶାନ ପ୍ରେମ ସମ୍ପର୍କରେ ଥିଲେ । ସେତେବେଳେ ପ୍ରକୃତି ଓ ବାବୁଶାନଙ୍କ ମଧ୍ୟରେ ଯାହାବି ହୋଇଥିଲା ବାବୁଶାନ ଅବିବାହିତ ଥିଲେ ।

କିନ୍ତୁ ଏବେ ବାବୁଶାନ ବିବାହିତ, ତେଣୁ ପ୍ରକୃତିଙ୍କ ସହ ପ୍ରେମ ସମ୍ପର୍କ ତାଙ୍କୁ ଶୋଭା ଦେଉନାହିଁ ବୋଲି କହିଛନ୍ତି ସିଲଭର ଗାନ୍ଧୀ । ତେବେ ବାବୁଶାନଙ୍କର ଯାହାବି ସମସ୍ଯା ଚାଲିଛି ତାହା ସମାଧାନ ହୋଇଯାଉ ଓ ସେ ପୁଣି ଥରେ ଓଡିଆ କଳା ଜଗତକୁ ଫେରି ଆସନ୍ତୁ ବୋଲି କାମନା କରିଛନ୍ତି ସିଲଭର ଗାନ୍ଧୀ । ସେ ଆହୁରି କହିଛନ୍ତି, ବାବୁଶାନ ଜଣେ ସାଇବାବା ଭକ୍ତ ଓ ଭାଗ୍ୟ ଉପରେ ବହୁତ ବିଶ୍ବାସ କରନ୍ତି ।

ତାଙ୍କୁ ଭଗବାନ ଯେଉଁ କଳା ଉପହାର ଦେଇଛନ୍ତି ସେ ସେହି ରାସ୍ତାରେ ଚାଳିବେ ବୋଲି ସବୁବେଳେ କୁହନ୍ତି । ଏହାସହ ସିଲ୍ଭର ଗାନ୍ଧୀ କହିଛନ୍ତି ଯେ, ଓଡିଆ କଳା ଜଗତ ପାଇଁ ବାବୁଶାନ ନିଜେ ଏକ ମହତ୍ବପୂର୍ଣ୍ଣ ଉପହାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।