ସକାଳୁ ଖାଲି ପେଟରେ କଞ୍ଚା ରସୁଣ ଖାଇବା ଦ୍ଵାରା କିଛି ଏମିତି ହେଲା…ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ- Health Tips

ଆଜି ଆମେ ଆପଣଙ୍କୁ କହିବୁ କି ରସୁଣ ଖାଇବା ଦ୍ଵାରା ଆମର କେଉଁ ସବୁ ରୋଗରୁ ମୁକ୍ତି ପାଇ ପାରିବା ଓ ଆମେ ଏହା ପ୍ରତି ଦିନ ଖାଇବା ଫଳରେ ଆମର କଣ ଲାଭ ହେବ । ଆପଣ ମାନେ ଜାଣିଥିବେ କି ଆମର ଦେଶରେ ବହୁତ ମସଲା ଜାତୀୟ ଖାଦ୍ୟ ଖାଇଥାଉ । ଏଥିରେ ଆମର ଦେହ ଖରାପ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କଥା କହିବାକୁ ଯାଉଛୁ ଯାହା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ ।

ଆପଣ କଞ୍ଚା ରାସୁନ ଖାଇବା ଫଳରେ କଣ ହେବ, କଞ୍ଚା ରସୁଣ କିପରି ଖାଇବେ ଓ କେଉଁ ସମୟରେ ଖାଇବେ ଯାହା ଦ୍ଵାରା ପୁରା ଲାଭ ଉଠାଇ ପାରିବେ । ଏହାକୁ ଯଦି ଆପଣ ଥଣ୍ଡା ଦିନରେ ଖାଉଛନ୍ତି ତେବେ ଏହା ମଧ୍ୟରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିବ୍ୟରେଲ ଥିବା ହେତୁ ଆମକୁ ଥଣ୍ଡାରୁ ମୁକ୍ତି ମିଳିଥାଏ ।

ଏହା ଆମେ ଖାଇବା ଦ୍ଵାରା ଆମକୁ ଗରମ ଅନଭୁତ ହୋଇଥାଏ ଓ ଯାହା ଫଳରେ ଆମକୁ ଥଣ୍ଡା ଦିନରେ ମଧ୍ୟ ଆମକୁ ଗରମ ଲାଗିଥାଏ । ଯେଉଁ ଲୋକଙ୍କର ଗ୍ୟାସ ହେଉଥିବା ବା ପ୍ରାୟ ସମୟରେ ପେଟ କଟୁଥିବ ସେମାନେ କଞ୍ଚା ରସୁଣ ଖାଇବା ଫଳରେ ବହୁତ ପେଟ ରୋଗ ଭଲ ହେବା ସହିତ ନିଜର ଭୋକ ମଧ୍ୟ ବଢିଥାଏ । ପେଟ ଭିତରେ ଥିବା କୀଟାଣୁ ରୋଗ ପ୍ରାୟତଃ ଛୋଟ ପିଲା ମାନଙ୍କର ପାଖରେ ଦେଖାଯାଏ ।

ସେଥିପାଇଁ ଛୋଟ ପିଲାମାନେ କଞ୍ଚା ରସୁଣ ଖାଇବା ଦରକାର । ଯେଉଁ ଲୋକଙ୍କର ଉଚ ରକ୍ତ ଚାପ ଥିବା ସେମାନେ କଞ୍ଚା ରସୁଣ ଖାଇବା ଦରକାର କାରଣ ଏଥିରେ ଥିବା ଏଲିସିନ ନାମକ ଏକ ପଦାର୍ଥ ଥିବା ହେତୁ ଉଚ ରକ୍ତ ଚାପକୁ କମାଇବାରେ ସାହାର୍ଯ୍ୟ କରେ । କାରଣ ଏହା କୋଲୋଷ୍ଟ୍ରୋଲର ମାତ୍ରା କମାଇଥାଏ ଯାହା ଫଳରେ ହୃଦୟ ଜନିତ ରୋଗ ସବୁକୁ କମାଇଥାଏ ।

କହିବାକୁ ଗଲେ ଏହି ସମୟରେ ଯେଉଁ ପରି ଭାବରେ ପ୍ରଦୂଷଣ ବଢିବାରେ ଲାଗିଛି ଆମେ ସମସ୍ତେ କଞ୍ଚା ରସୁଣ ଖାଇବା ଦରକାର । ଏହି ପ୍ରଦୂଷଣ ଯୋଗୁଁ ବହୁତ ଲୋକେ ଯକୃତ ଜନିତ ରୋଗରେ ପୀଡିତ ହେଉଛନ୍ତି । ଯଦି ଆପଣ କଞ୍ଚା ରସୁଣ ଖାଉଛନ୍ତି ତେବେ ଏଥିରେ ନିଜର ଉମୁନିଟି ବଢିଥାଏ  ଓ ଆଉ କିଛି ବଡ ରୋଗରୁ ମଧ୍ୟ ଭଲ ହୋଇପାରିବେ ।

ଯେଉଁ ମାନେ ସବୁବେଳେ ଧୂମପାନ କରିଥାନ୍ତି ସେମାନେ କଞ୍ଚା ରସୁଣ ଖାଇବା ଦରକାର । ଯେଉଁ ମାନଙ୍କର ଦାନ୍ତ ବିନ୍ଧା ହେଉଛି ସେମାନେ ମଧ୍ୟ କଞ୍ଚା ରସୁଣ ଖାଇବା ଦରକାର । ଏଥିରେ ଆଣ୍ଟିବ୍ୟକ୍ଟେରିଆ ଥିବା ହେତୁ ଦାନ୍ତରେ ଥିବା ଇମଫେକସନ ମଧ୍ୟ କମିଥାଏ । କଞ୍ଚା ରସୁଣ ଏଲିସିନ ଥାଏ, ଏହା ଆମର ରକ୍ତ ବୋହିବାରେ ବହୁତ ସହଯୋଗ କରିଥାଏ ଓ ଏହା ହରମୋନକୁ ମଧ୍ୟ ସମ୍ଭାଳି ଥାଏ ।

ଯେଉଁ ମାନଙ୍କର ରକ୍ତ ଜମାଟ ବାନ୍ଧୁଥାଏ ସେମାନେ ଏହାକୁ ଖାଇବା ଦ୍ଵାରା ଏହି ରୋଗରୁ ମୁକ୍ତି ମିଳିଥାଏ ଓ ଏହା ରକ୍ତକୁ ପତଳା କରିବାରେ ମଧ୍ୟ ବହୁତ ସାହାର୍ଯ୍ୟ କରିଥାଏ । ଯେଉଁ ମାନଙ୍କର ରକ୍ତ ଚାପ କମ ଥିବ ସେମାନେ ଏହାକୁ ଖାଇବେ ନାହିଁ । କାରଣ ଏହା ରକ୍ତ ଚାପ କମାଇଥାଏ । ଯେଉଁ ମାନଙ୍କର ଲିଭର କମ୍ଜୋର ଥିବ ସେମାନେ ଏହାକୁ କେବେ ହେଲେ କ୍ଷାନ୍ତୁ ନାହିଁ । ଆପଣ ସବୁବେଳେ ଏହାକୁ ଖାଲି ପେଟରେ ୨ଟି ଲେଖା ମହୁ ସାଙ୍ଗରେ ମିଶାଇ ଖାଇପାରିବେ । ଯେଉଁ ମାନେ ଖାଲି ରସୁଣ ଖାଇପାରୁ ନାହାନ୍ତି ସେମାନେ ପାଣି ସହିତ ମଧ୍ୟ ଖାଇପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।