ସକାଳୁ ଜୁଆଣୀ ପାଣି ପିଇଲେ ଦୂର ହୋଇଥାଏ ଏହି 10 ଭୟଙ୍କର ରୋଗ, ଜୁଆଣିର ଉପକାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ (Ajwain Water Benefits)

ଜୁଆଣୀକୁ ଆମ ରୋଷେଇ ଘରେ ମସଲା ଭାବେ ବ୍ୟବହାର କରିଥାଉ । କିନ୍ତୁ ଏହା କେବଳ ମସଲା ନୁହେଁ ବରଂ ବିଭିନ୍ନ ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ । ଜୁଆଣୀରେ କ୍ୟାଲସିୟମ, ପୋଟାସିୟମ, ଫସଫରସ, ଆୟୋଡିନ ଏବଂ କେରାଟିନ ନାମକ ପୋଷକତତ୍ତ୍ଵ ଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପୁରାତନ ଯୁଗରୁ ଅନେକ ରୋଗକୁ ଦୂର କରିବା ପାଇଁ ଜୁଆଣିର ବ୍ୟବହାର ହୋଇଆସୁଛି ।

ଜୁଆଣୀରୁ ପାନୀୟ ପ୍ରସ୍ତୁତ କରି ପିଇବା ହେଉଛି ସବୁଠୁ ଭଲ ଉପାୟ । ଜୁଆଣୀ ପାଣି ପିଇବା ଦ୍ଵାରା ଆମ ଶରୀରର ମେଟାବୋଲିଜିମ ହାର ବୃଦ୍ଧି ପାଇଥାଏ । ଯାହାଫଳରେ ହଜମକ୍ରିୟା ଭଲଭାବେ ହୋଇଥାଏ । କୋଷ୍ଠକାଠିନ୍ୟ, ବଦହଜମି, ଏସିଡିଟି, ଗ୍ୟାଷ୍ଟିକ ଏବଂ ଡାଇରିଆ ଭଳି ସମସ୍ଯାରୁ ଜୁଆଣୀ ପିଇବା ଦ୍ଵାରା ମୁକ୍ତି ମିଳିଥାଏ । କାରଣ ଜୁଆଣୀରେ ଥିବା ପୋଷକତତ୍ତ୍ଵ ପାଚକ ରସର କ୍ଷରଣକୁ ତ୍ୱରାନ୍ୱିତ କରିଥାଏ ।

ଜୁଆଣୀକୁ ଉଷୁମ ପାଣିରେ ପକାଇ ସେବନ କରିବା ଦ୍ଵାରା ଏହା ସାଧାରଣ ଥଣ୍ଡା ଓ ନାକ ବନ୍ଦ ହେବା ସମସ୍ଯାରୁ ଉପଶମ ଦେଇଥାଏ । ଜୁଆଣୀକୁ ଏକ ସଫା କପଡାରେ ବାନ୍ଧି ସୁଙ୍ଘିବା ଦ୍ଵାରା ମାଇଗ୍ରେନ ବା ଅଧକପାଳି ମୁଣ୍ଡବିନ୍ଧା ଦୂର ହୋଇଥାଏ । ଏହା ବ୍ଯତୀତ ଶ୍ଵାସରୋଗ ଦୂର କରିବାରେ ମଧ୍ୟ ଜୁଆଣୀ ଲାଭଦାୟକ ହୋଇଥାଏ ।

ଜୁଆଣୀ ଏକ ପ୍ରାକୃତିକ ଆଣ୍ଟି-ବାୟୋଟିକ ଭଳି କାମ କରିଥାଏ । ଜୁଆଣୀ ପିଇଲେ ଫୁସଫୁସରେ ଜମିଥିବା କଫ ବାହାରି ଆସେ, ତେଣୁ ଶ୍ଵାସରୋଗୀଙ୍କୁ ଶ୍ଵାସ ନେବାରେ ସମସ୍ଯା ହୁଏନାହିଁ । ଥଣ୍ଡା ଯୋଗୁଁ ଦାନ୍ତ କିମ୍ବା କଣ ବିନ୍ଧୁଥିଲେ ଏହି ସମସ୍ୟାକୁ ମଧ୍ୟ ଜୁଆଣୀ ଦୂର କରିଥାଏ ।

କାନରେ ଜୁଆଣୀ ତେଲ ପକାଇଲେ ଦାନ୍ତ ବିନ୍ଧା ଭଲ ହେବା ସହ ଉଷୁମ ପାଣିରେ ଗୋଟିଏ ଚାମୁଚ ଜୁଆଣୀ ପକାଇ ଗାର୍ଗାଲିନ କଲେ ତାହା ମଧ୍ୟ ଭଲ ହୋଇଯାଏ । ପ୍ରତିଦିନ ସକାଳେ ଜୁଆଣୀ ପାଣି ପିଇବା ଦ୍ଵାରା ଦାନ୍ତ ଓ ମଧ୍ୟ ସୁସ୍ଥ ରହିଥାଏ । ଏହାସହ ଦାନ୍ତବିନ୍ଧା, ପାଇରିଆ ଓ ପାଟିଗନ୍ଧ ସମସ୍ଯାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଯଦି ବୟସ ପୂର୍ବରୁ କେଶ ପାଚୁଛି ତେବେ ଗୋଟିଏ ପାତ୍ରରେ କିଛି ଭୃସଙ୍ଗ ପତ୍ର, କିଛି କିସମିସ ଓ ଗୋରିଏ ଚାମୁଚ ଜୁଆଣୀ ନେଇ ଫୁଟାନ୍ତୁ । ଏହି ମିଶ୍ରଣକୁ କିଛିଦିନ ପିଇଲେ ଅଳ୍ପ ବୟସରୁ ଚୁଟି ପାଚିବା ସମସ୍ଯାରୁ ମୁକ୍ତି ମିଳିଥାଏ । ଆଣ୍ଠୁଗଣ୍ଠି ଫୁଲା ଓ ବିନ୍ଧା ଆଡିକୁ ମଧ୍ୟ ଜୁଆଣୀ ଦୂର କରିଥାଏ । ଏଥିପାଇଁ ଜୁଆଣୀକୁ ପେଷି ଏକ ପେଷ୍ଟ ବନେଇ ଆଣ୍ଠୁଗଣ୍ଠିରେ ଲଗାଇଲେ ଭଲ ହୋଇଥାଏ ।

ନଚେତ ଜୁଆଣୀକୁ ପାଣିରେ ମିଶାଇ ସେହି ପାଣିରେ ଅଧଘଣ୍ଟା ଯାଏଁ ଗୋଡ ବୁଡେଇ ରଖିଲେ ମଧ୍ୟ ଉପଶମ ମିଳିଥାଏ । ଜୁଆଣୀ ପାଣି ପିଇବା ଦ୍ଵାରା ମାସିକ ଧର୍ମରେ ଅତ୍ୟଧିକ ରକ୍ତସ୍ରାବ ଓ ଅନିୟମିତ ଋତୁସ୍ରାବକୁ ମଧ୍ୟ ଏହା ଭଲ କରିଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଜୁଆଣୀ ପାଣି ଖୁବ ଭଲ ହୋଇଥାଏ ।

କିଡନୀ ଷ୍ଟୋନକୁ ଜୁଆଣୀ ପ୍ରାକୃତିକ ଉପାୟରେ ଭଲ ତରଳାଇବାରେ ସାହାଯ୍ୟ କରିଥାଏ । ଗୋଟିଏ ଚାମୁଚ ଜୁଆଣୀ ଓ ଗୋଟିଏ ଚାମୁଚ ମହୁକୁ ଅଧା ଚାମୁଚ ଭିନେଗାର ସହ ମିଶାଇ ପିଇଲେ କିଡନୀ ଷ୍ଟୋନ ଧୀରେ ଧୀରେ ମେଲ୍ଟ ହୋଇଯାଏ । ଜୁଆଣୀ ଆମ ଚର୍ବି କମ୍ କରିବାରେ ବା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଜୁଆଣୀ ପାଣି ପିଇବା ଦ୍ଵାରା ଡାଇବେଟିସ ସମ୍ଭାବନା ମଧ୍ୟ କମି ଯାଇଥାଏ । ଶେଷରେ ଜୁଆଣୀ ଅନିଦ୍ରିତତା ଓ ମାନସିକ ଚାପ ମଧ୍ୟ ଦୂର କରିଥାଏ । ଏହା ଆମ ହାର୍ଟକୁ ସୁସ୍ଥ ରଖିବା ସହ କୋଲେଷ୍ଟ୍ରୋଲ ମଧ୍ୟ କମ୍ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।