Draupadi Murmu ଙ୍କ ସ୍କୁଲ ଜୀବନର ଏକ ନିଆରା କଥା, ତାଙ୍କ କେୟାରଟେକରଙ୍କ ପତ୍ନୀ ଯାହା କହିଛନ୍ତି ଶୁଣିଲେ ଆପଣ ବି ଗର୍ବ କରିବେ

ନିଜର ସରଳ ଓ ସଙ୍ଘର୍ଷମୟ ଜୀବନ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସବୁବେଳେ ଚର୍ଚ୍ଚାରେ ରହି ଆସନ୍ତି । ଏବେ ସାମ୍ନାକୁ ଆସିଛି ତାଙ୍କ ସ୍କୁଲ ଜୀବନର ଏକ ଅଜଣା ତଥ୍ୟ । ଦ୍ରୌପଦୀ ୧୯୭୪ ମସିହାରେ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳରେ ଅଧ୍ୟୟନ କରୁଥିଲେ । ହଷ୍ଟେଲରେ ଥିବା ବେଳେ ସେ ଜଣେ କେୟାରଟେକରଙ୍କୁ ଦସ୍ତଖତ ଶିଖାଇଥିଲେ ବୋଲି କହିଛନ୍ତି ତାଙ୍କ ପତ୍ନୀ । ସେ ଖୁବ ଶାନ୍ତ ସ୍ଵଭାବର ଥିଲେ ଓ ନିଜେ ପାଠ ପଢିବା ସହ ଅନ୍ୟ ପିଲାଙ୍କୁ ମଧ୍ୟ ପାଠ ପଢାଉଥିଲେ ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ ହେବା ପରେ ତାଙ୍କ ପୁରୁଣା ସ୍କୁଲର ନୂଆ ଛାତ୍ରୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ଏହିଉ ଅବସରରେ ପରସ୍ପରକୁ ସେମାନେ ମିଠା ଖୁଆଇ ଖୁସି ଜାହିର କରିଛନ୍ତି । ଦ୍ରୌପଦୀ ୨୦୦୦ରୁ ୨୦୦୪ ଯାଏଁ ବିଧାୟକ ଥିଲେ । ମିଜେଡି ଓ ବିଜେପି ମେଣ୍ଟ ସରକାରର ମନ୍ତ୍ରୀ ମଧ୍ୟ ଥିଲେ । ଏହା ବ୍ଯତୀତ ସେ ଝାଡଖଣ୍ଡର ଗଭର୍ଣ୍ଣର ମଧ୍ୟ ଥିଲେ । ବର୍ତ୍ତମାନ ସେ ଏନଡ଼ିଏ ର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ।

ଦ୍ରୌପଦୀଙ୍କୁ ଏନଡ଼ିଏ ର ରାଷ୍ଟ୍ରପତି ପ୍ରାର୍ଥି ଭାବେ ଘୋଷଣା କରାଯିବା ପରେ ସାରା ଭାରତରେ ଯେତିକି ଖୁସି ଦେଖାଦେଇଛି ତା’ ଠାରୁ ଆହୁରି ଅଧିକ ଖୁସି ଦେଖାଦେଇଛି ଆମ ରାଜ୍ୟ ଓଡିଶାରେ । ମୟୂରଭଞ୍ଜରେ ଜନ୍ମିତ ଦ୍ରୌପଦୀ ଭୁବନେଶ୍ବର ୟୁନିଟ-୨ ର କ୍ୟାପିଟାଲ ମହିଳା ମହା ବିଦ୍ୟାଳୟରେ ପାଠ ପଢିଛନ୍ତି । ସେଠାରେ ସେ ହଷ୍ଟେଲରେ ରହି ନିଜ ପାଠପଢା ଶେଷ କରିଥିଲେ ।

ଏବେ ସେଠାରେ ଯେଉଁ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ବିଦ୍ୟାର୍ଥୀମାନେ ଅଛନ୍ତି ସେମାନେ ଖୁସି ହେଉଛନ୍ତି କି ତାଙ୍କ ସ୍କୁଲରେ ପାଠ ପଢିଥିବା ଜଣେ ମହିଳା ଆଜି ଭାରତବର୍ଷ ସର୍ବୋଚ୍ଚ ପଦବୀ ପାଇଁ ଦାବିଦାର ହୋଇଛି । ଦ୍ରୌପଦୀ ହଷ୍ଟେଲରେ ରହି ପାଠ ପଢିବା ପରେ ଯିଏ କେୟାରଟେକର ଥିଲେ ତାଙ୍କର ପତ୍ନୀ ଏବେ ସେହି ହଷ୍ଟେଲ କାର୍ଯ୍ୟରତ ଅଛନ୍ତି । ସେ କହିଛନ୍ତି କି ସେତେବେଳେ ଦ୍ରୌପଦୀ ବହୁ କଷ୍ଟରେ ଘରଠୁ ଦୂରରେ ରହି ପାଠ ପଢୁଥିଲେ । ଆଉ ତାଙ୍କ କେୟାରଟେକର ଥିବାରୁ ତାଙ୍କ ସହ ବହୁତ ସମ୍ପର୍କ ଥିଲା ।

ସେମାନେ ଥଟ୍ଟାମଜା କରିବା ସହ ତାଙ୍କୁ ପଢାଲେଖା ଶିଖାଇ ଦେବାକୁ ମଧ୍ୟ କହୁଥିଲେ । ଦ୍ରୌପଦୀ ତାଙ୍କୁ ଇଂରାଜୀରେ ଦସ୍ତଖତ କରିବା ଶିଖାଇଥିଲେ ବୋଲି ସେ ମନେପକାଇ ଦେଇଛନ୍ତି । ଏଥିରୁ ଜଣାପଡୁଛି ଯେ ଦ୍ରୌପଦୀ ସ୍ବଭାବରେ କେତେ ଶାନ୍ତ ଓ ନମ୍ର ଥିଲେ । ସେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ଆମ ରାଜ୍ୟ ଓଡ଼ିଶାକୁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଆମ ପୂଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।