ଅଜବ ଘଟଣା ! ସଜେଇ ହୋଇ ମଣ୍ଡପରେ ବରକୁ ଅପେକ୍ଷା କରିଥିଲା କନ୍ୟା, ହେଲେ ବାହାଘର ତାରିଖ ଭୁଲିଗଲେ ବରପକ୍ଷ !

ବିବାହ ପାଇଁ ସଜ ହୋଇ ମଣ୍ଡପରେ ବରକୁ ଅପେକ୍ଷା କରିଥିଲା କନ୍ୟା । ହେଲେ ବିବାହ ଆସିବାକୁ ଭୁଲିଗଲେ ପରପକ୍ଷ । ବିବାହକୁ ନେଇ ସମସ୍ତେ ବେଶ ଖୁସି ଥାଆନ୍ତି ଓ ଏହାକୁ ନିଆରା ବନେଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି । ହେଲେ ଅନେକ ସମୟରେ ବିବାହକୁ ନେଇ ବିବାଦ ଉଠିବାର ଦେଖିବାକୁ ମିଳେ । ଏମିତିକି କଥା ଯାଇ ଥାନାରେ ମଧ୍ୟ ପହଞ୍ଚିଯାଏ । ଉତ୍ତରାଖଣ୍ଡର ହଲଦୁଆନିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ସେଠାରେ ଘଟିଛି ଏକ ଅଜବ ଘଟଣା ।

କନିଆଁ ସଜବାଜ ହୋଇ ବରକୁ ଅପେକ୍ଷା କରିଥିବା ବେଳେ କେହି ମଧ୍ୟ ଆସି ନଥିଲେ । ଯେତେବେଳେ କନିଆଁଙ୍କ ବାପା ବରର ବାପାକୁ ଫୋନ କରିଥିଲେ ସେମାନେ ଉତ୍ତର ଦେଇଥିଲେ କି, ଆମେ ବାହାଘର ତାରିଖ ଭୁଲିଯାଇଛୁ । ସୂଚନା ଅନୁଯାୟୀ ମାର୍ଚ୍ଚ 1 ତାରିଖରେ ଏହି ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା ଓ କନ୍ୟାପକ୍ଷରୁ ସବୁ ପ୍ରସ୍ତୁତି ସରିଥିଲା । କନ୍ୟା ସଜବାଜ ହୋଇ ବର ଆସିଲେ ହାତଗଣ୍ଠି ପଡିବାକୁ ଅପେକ୍ଷା କରି ରହିଥିଲା ।

ହେଲେ ଅନେକ ସମୟ ବିତି ଯାଇଥିଲେ ମଧ୍ୟ ବରଯାତ୍ରୀଙ୍କ ଦେଖା ନମିଳିବାରୁ କନ୍ୟାପକ୍ଷ ବରର ବାପାଙ୍କୁ ଫୋନ କଲ୍ କରିଥିଲେ । ଆଉ ବରର ବାପା ଯାହା କହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କାରଣ ସେ ବାହାଘର ତାରିଖ ଭୁଲି ଯାଇଥିବା କହିଥିଲେ । ଏହାସହ ମାର୍ଚ୍ଚ 10ରେ ବରଯାତ୍ରୀ ନେଇ ଆସିବେ ବୋଲି କହିଥିଲେ ।

ବରପକ୍ଷରୁ ଏଭଳି ଉତ୍ତର ମିଳିବା ପରେ କନ୍ୟାପକ୍ଷ ବାଧ୍ୟ ହୋଇ ପୋଲିସରେ ଯାଇ ଅଭିଯୋଗ କରିଛନ୍ତି । ଗତବର୍ଷ ଅଗଷ୍ଟରେ ଉକ୍ତ ବର କନ୍ୟାଙ୍କ ନିର୍ବନ୍ଧ ହୋଇଥିଲା । ସେହି ସମୟରେ 1 ମାର୍ଚ୍ଚ 2023 ରେ ବିବାହ ହେବା ନେଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଥିଲା । କନ୍ୟାପକ୍ଷ ଅନେକ ଅର୍ଥ ଖର୍ଚ୍ଚ କରି ବରଯାତ୍ରୀଙ୍କ ପାଇଁ ଖାଇବା ପିଇବା ବନ୍ଦୋବସ୍ତ କରିଥିଲେ । ବରପକ୍ଷ କାର୍ ମାଗିଥିବା ବେଳେ କନ୍ୟାପକ୍ଷର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେମାନେ କାର୍ ଦେବାକୁ ମନା କରି ଦେଇଥିଲେ ।

ଆଉ ବାହାଘର ଦିନ ବରର ବାପାଙ୍କ ଅଜବ ଉତ୍ତର ଶୁଣି କନ୍ୟାପକ୍ଷଙ୍କ ବୁଦ୍ଧି ହଜି ଯାଇଥିଲା । ଶେଷରେ ସେମାନେ ଥାନାର ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଆଉ ଏବେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।