“ବାପା ସୁପରମ୍ୟାନ” ଫିଲ୍ମର ଇଏ ହେଉଛନ୍ତି କୁନି ଗାୟକ, ଗୀତ ଶୁଣିଲେ ଆପଣ ବି ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ video

ଗତକାଲି ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଓଡିଆ ଫିଲ୍ମ “ବାପା ସୁପରମ୍ୟାନ” । ଏହି ଫିଲ୍ମର କାହାଣୀ ଚୋରୀ ହୋଇଥିବା ନେଇ ପୂର୍ବରୁ ଅନେକ ବାଦବିବାଦ ଉଠିଥିଲେ ମଧ୍ୟ ଫିଲ୍ମଟି ଥିଏଟରରେ ବେଶ ପ୍ରଦର୍ଶନ କରୁଛି ଓ ଦର୍ଶକଙ୍କ ମନ ଜିଣି ପାରିଛି । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଦିଗଜ ତଥା ଲୋକପ୍ରିୟ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଫିଲ୍ମର କାହାଣୀ ଜଣେ ବାପାଙ୍କ ଭୂମିକା ଉପରେ ଆଧାରିତ ।

ଏହି ଫିଲ୍ମର ନାଁ ଯେମିତି ଦର୍ଶକଙ୍କୁ ଆକୃଷ୍ଟ କରୁଛି ଫିଲ୍ମର ଟାଇଟଲ ଗୀତ ମଧ୍ୟ ସେହିଭଳି ବେଶ ମନଛୁଆଁ ହୋଇଛି । ଏହି ଗୀତଟିକୁ ଗାଇଛନ୍ତି ଶିଶୁ ଗାୟକ ସୁଶୀଲ କୁମାର । ତାଙ୍କ କୁନି କଣ୍ଠରେ ଗୀତଟି ବେଶ ମଧୁର ଲାଗୁଛି ଓ ହିଟ୍ ମଧ୍ୟ ହୋଇଛି । ତାଙ୍କ ସହ ପୁପୁ, ଗୁଗୁଲ ଏବଂ ତ୍ରିଶା ମଧ୍ୟ ଏହି ଗୀତରେ କଣ୍ଠଦାନ କରିଛନ୍ତି । ଏହି ଫିଲ୍ମର ଟାଇଟଲ ଗୀତ ଠାରୁ ଆରମ୍ଭ କରି ଫିଲ୍ମ ର କାଷ୍ଟ ଓ କାହାଣୀ ପର୍ଯ୍ୟନ୍ତ ସବୁକିଛିକୁ ନେଇ ଜନ ସାଧାରଣରେ ଏବେ ଚର୍ଚ୍ଚା ଚାଲିଛି ।

ଓମକାର ଏଣ୍ଟରଟେନମେଣ୍ଟ ଦ୍ଵାରା ପ୍ରକାଶିତ ଏବଂ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଛି । ପ୍ରିୟବ୍ରତ ପଣ୍ଡା ଏହି ଫିଲ୍ମର କାହାଣୀକୁ ବେଶ ସୁନ୍ଦର ଭାବେ ଲେଖିଛନ୍ତି । ବାପା ସୁପରମ୍ୟାନ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ମଧ୍ୟ ବେଶ ଭଲ ପ୍ରଦର୍ଶନ କରିଛନ୍ତି ।

ଏହି ସିନେମାଟି ପ୍ରତ୍ଯେକ ବାପାଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଓଡିଆରେ ଗୋଟେ ଲୋକକଥା ରହିଛି, ବାପା ଥିଲା ପୁଅ କେବେ ସଭାରେ ହାରେନି । ଅର୍ଥାତ ଯାହାର ବାପା ଅଛି ତା’ର ସବୁ ଅଛି । ବାପାର ହାତ ମୁଣ୍ଡରେ ଥିଲେ ପିଲାମାନେ କାହାକୁ ବି ଭୟ କରନ୍ତି ନାହିଁ । ବାପା ନାଁରେ ହିଁ ଏତେ ଶକ୍ତି ରହିଛି ତାହା ଅନେକ ପିଲା ବୁଝି ପାରନ୍ତି ନାହିଁ । ବାପା ପିଲାଙ୍କ ପାଇଁ ସବୁକିଛି କରନ୍ତି ଆଉ ସବୁକିଛି ଚୁପଚାପ ସହିଯାନ୍ତି ।

ବାପାଙ୍କ ତ୍ୟାଗ ଓ ଭଲପାଇବା ଆଜି ବି ଅନେକ ଲୋକ ବୁଝି ପାରନ୍ତିନି କିମ୍ବା ବୁଝିବାକୁ ଡେରି କରନ୍ତି କରିଦିଅନ୍ତି । ଏହି ଫିଲ୍ମ ଜରିଆରେ ବାପାଙ୍କ ମୂଲ୍ୟ ଓ ତ୍ୟାଗ ଆପଣ ବୁଝିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।