ନମସ୍କାର ବନ୍ଧୁଗଣ । ଗତ କାଲି ସମ୍ପନ୍ନ ହୋଇଛି ସହିଦ ସରୋଜ ଙ୍କ ଦଶାହ କର୍ମ । ଆଉ ଘରର ଗୋଟେ କୋଣରେ ରଖା ଯାଇଥିବା ସ୍ଵାମୀ ଙ୍କ ଫୋଟୋକୁ ଦେଖି କାନ୍ଦିଛି ସ୍ତ୍ରୀ । କାନ୍ଦି କାନ୍ଦି ସରୋଜ ଙ୍କ ସ୍ତ୍ରୀ କହୁଛନ୍ତି କି ମୋ ସ୍ଵାମୀ ଙ୍କ ପାଇଁ ମୁଁ ଗର୍ବିତ । ଛାତି ରେ କୋହ ସମ୍ଭାଳି କହି ତ ଦେଉଛନ୍ତି ଏଇ କେତେ ପଦ କଥା ହେଲେ ନିଜ ଲୁହ କୁ ଅଟକାଇ ପାରୁ ନାହାନ୍ତି । ସେହି କଥାକୁ ବାରମ୍ବାର ମନେ ପକାଉଛନ୍ତି ଲୋମାମୁଦ୍ରା କି ବୋଧ ହୁଏ ମୋ ସ୍ଵାମୀ ଏବେ ବି ମୋ ପାଖ ରେ ଅଛନ୍ତି ।
ମୋ ସ୍ଵାମୀ କେବେ ସହିଦ ହୋଇ ନ ଥାନ୍ତେ । କାରଣ ଗତ ଅଗଷ୍ଟ ମାସରେ ସରୋଜ ଘରଲୁ ଆସିଥିଲେ ଛୁଟି ରେ । ଆଉ ଡିୟୁଟି ରେ ଆସିବା ପରେ କେତେ ହସ ଖୁସି ରେ ସମୟ ବିତାଇଥିଲେ । ଗଲା ବେଳେ ସ୍ତ୍ରୀ ଙ୍କୁ ବହୁତ କଥା କହି ଯାଇଥିଲେ ସରୋଜ । କହୁଥିଲେ ମୁଁ ତୁମକୁ ଛାଡି ଯିବାକୁ ଇଚ୍ଛା ନାହିଁ କିନ୍ତୁ ଦେଶର ସେବା କରିବାକୁ ସ୍ଵାମୀ ସରୋଜ ବାହାରି ଯାଇଥିଲେ ।
ଆଉ ପ୍ରତିଦିନ ସରୋଜ କଲ କରି କଥା ହେଉଥିଲେ । ପ୍ରଳୟଙ୍କାରୀ ବନ୍ୟା ଆସିବା ଆଗରୁ ସେ ଥିଲା ଶେଷ କଲ ଯାହା କି ଭିଡିଓ କଲ ରେ କଥା ହୋଇଥିଲେ ସ୍ତ୍ରୀ ସହ ସରୋଜ । ସରୋଜ କହିଥିଲେ ମୁଁ କ୍ୟାମ୍ପ କୁ ଯାଇ କଥା ହେଉଛି । ହେଲେ କ୍ୟାମ୍ପ କୁ ଫେରି ପାରି ନ ଥିଲେ । କାରଣ ପ୍ରଳୟଙ୍କାରୀ ବନ୍ୟା ମାଡି ଆସିଥିଲେ ଆଉ ଭାସି ଯାଇଥିଲେ 23 ଜଣ ଯବାନ ।
ଆଉ 23 ଯବାନ ଙ୍କ ମଧ୍ୟରେ ଥିଲେ ସରୋଜ । ଆଉ ସହିଦ ହୋଇ ଯାଇଥିଲେ ସରୋଜ । ସେହି କଥାକୁ ମନେ ପକାଇ ସ୍ତ୍ରୀ କାନ୍ଦି କାନ୍ଦି ଆଖି ରୁ ଲୁହ ସୁଖୁ ନାହିଁ । ଯବାନ ସ୍ଵାମୀ ସହିଦ ହେବା ପରେ ସ୍ତ୍ରୀ ଙ୍କର ଏହି ହସ ହସ ମୁହଁ କି ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ଦେଖିବାକୁ ମିଳି ନାହିଁ । କାରଣ ସବୁ କିଛି ଛାଡି ଦେଇଛି ବିଧାତା । ତଥାପୋଇ ଏ ଦୁଃଖ କୁ ଚାପି ସ୍ତ୍ରୀ କହୁଛି ମୋ ସ୍ଵାମୀ ପାଇଁ ମୁଁ ଗର୍ବିତ ।
ସ୍ଵାମୀ ଙ୍କୁ ହରାଇବା ପରେ କେତେ ଯେ ଦୁଃଖ ତାହା କେବଳ ଜଣେ ସ୍ତ୍ରୀ ହିଁ ଜାଣି ପାରିବ । ଯାହା ଏବେ ସହିଦ ସରୋଜ ଙ୍କ ସ୍ତ୍ରୀ ଅନୁଭବ କରୁଛନ୍ତି । ସେ ଭୁଲି ପାରୁ ନାହାନ୍ତି କି ସରୋଜ ତାଙ୍କ ସହ ଶେଷ ଥର ପାଇଁ ଭିଡିଓ କଲ ରେ କଥା ହୋଇଥିଲେ । ଏବେ ବି ସ୍ତ୍ରୀ ଲୋମାମୁଦ୍ରା ଗ୍ରହଣ କରିପାରୁ ନାହାନ୍ତି କି ସ୍ଵାମୀ ଆଉ ନାହାନ୍ତି । ସତରେ ଏ ଦୁଃଖ ଅତି କରୁଣାଦାୟକ । ବନ୍ଧୁଗଣ ଆଗକୁ ଏଭଳି ବିବରଣୀ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।