ସାଇପଡିଶା ପଚାରୁଛନ୍ତି ପୁଅ ବାହାଘର କେବେ ? କିନ୍ତୁ ସେପଟେ କନ୍ୟା ଯାହା କରିଛି ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

କାର୍ଡ ଛପା ସାରିଥିଲା ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ ସାରିଥିଲା । ୨୮ ତାରିଖରେ ଥିଲା ବାହାଗର କିନ୍ତୁ ୨୫ ତାରିଖରେ ସୁନାଗହଣା ଓ ଟଙ୍କା ଧରି କନିଆଁ ଫେରାର ହୋଇଗଲା । ଏବେ ସାହିପଡିଶା ପଚାରୁଛନ୍ତି ପୁଅ ବାହାଘର କେବେ । ଉପର ମହଲାରେ ରହୁଥିଲେ ପ୍ରେମିକା ଓ ତଳ ମହଲାରେ ପ୍ରେମିକ ରହୁଥିଲେ । ପ୍ରତିଦିନ ଦେଖା ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକ ଏକା ଜିଦ୍ କରିଥିଲେ କି ଯଦି ବାହା ହେବେ ତେବେ ସେହି ଯୁବତୀଙ୍କୁ ହିଁ ବାହା ହେବେ ।

ଜନୈକ ଯୁବକ ଉଭୟଙ୍କ ପ୍ରେମ ସମ୍ପର୍କ କଥା ଘରେ ଜଣାଇବା ପରେ ଘରଲୋକ ରାଜି ହୋଇ ବାହାଘରର ଆୟୋଜନ କରିଥିଲେ । ଯୁବତୀ କହିଥିଲେ କି ତାଙ୍କ ଘରର ଆର୍ଥିକ ବ୍ୟବସ୍ଥା ବହୁତ ଖରାପ । ତେଣୁ ବରପକ୍ଷରୁ ସମସ୍ତ ବ୍ୟବସ୍ଥା କରା ଯାଇଥିଲା । ବାହାଘର ତାରିଖ ମଧ୍ୟ ସ୍ଥିର ହୋଇ ସାରିଥିଲା । କିନ୍ତୁ ବାହାଘରର ମାତ୍ର ତିନି ଦିନ ପୂର୍ବରୁ ଯୁବତୀ ସବୁ ସୁନାଗହଣା ଧରି ଛୁ ମାରି ଦେଇଛନ୍ତି । ଆଉ ଏବେ ପୋଲିସ ପାଖରେ ଫେରାଦ ହୋଇଛନ୍ତି ବରପକ୍ଷ ।

ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ହନିଟ୍ରାପର ଶିକାର ହୋଇଛନ୍ତି । ଯୁବତୀଙ୍କ ଜନ୍ମଦିନରେ ସେ କେକ୍ ଆଣି ଯୁବକଙ୍କୁ ଖୁଆଇ ତାଙ୍କ ଗାଳରେ ଲଗାଇ ଦେଇଥିଲେ । ଏହାପରେ ଯୁବକ ମଧ୍ୟ ସେହିପରି କରିଥିଲେ । ଏହା ପରଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷରେ ପ୍ରେମିକା ତାଙ୍କୁ ଚୂନ ଲଗେଇ ଛୁ ମାରିଛନ୍ତି ।

ସେମାନଙ୍କ ନିର୍ବନ୍ଧ ୨୬ ତାରିଖରେ ହେବାର ଥିଲା । ଏହା ପୂର୍ବରୁ ସେମାନେ ୧ ଲକ୍ଷ ଟଙ୍କା ନେଇଥିଲେ । ୨୫ ତାରିଖ ସକାଳେ ସେମାନେ ସୁନାଗହଣା ମଧ୍ୟ ନେଇଥିଲେ । ଗାଁରେ ଜେଜେବାପାଙ୍କ ଦେହ ଟିକେ ଭଲ ନାହିଁ ଏବଂ କେତେ ଜଣଙ୍କୁ ଗୁଆ ଦେବାର ଅଛି କହି ସେମାନେ ବାହାରିଗଲେ । କିନ୍ତୁ ଏହାପରେ କେବଳ ଝିଅର ବାପା ଏବଂ ସାନ ଭଉଣୀଙ୍କ ନମ୍ବର ଲାଗିଥିଲା । ସାନ ଭଉଣୀ ଫୋନ ଉଠାଉ ନଥିବା ବେଳେ ତାଙ୍କ ବାପା ଆସିବେ କହି କହି ଆସି ନଥିଲେ ।

ଏପଟେ ପୁଅଘର ବାହାଘର ପାଇଁ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ କରି ସାରିଥିଲେ । ୨୬ ତାରିଖ ପରଠାରୁ ଆଉ କାହାର ବି ନମ୍ବର ଲାଗି ନଥିଲା । ଆଉ ବେ ପୁଅଘର ଲୋକଙ୍କ ଅର୍ଥ ହାନି ହେବା ସହ ଲୋକଲଜ୍ଜ୍ୟା ଭୟ ମଧ୍ୟ ଘାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।