ଦାନା ବନ୍ଧୁଛି ବାତ୍ୟା ! ମେ’ 10 ବେଳକୁ ଓଡିଶା ଉପକୂଳ ଛୁଇଁବ ଏହି ଭୟଙ୍କର ବାତ୍ୟା, ଦେଖନ୍ତୁ କଣ ରହିବ ଓଡିଶା ଉପରେ ଏହାର ପ୍ରଭାବ

ଓଡିଶାକୁ ପ୍ରତିବର୍ଷ ବାତ୍ୟା ରହିଥାଏ । ଓଡିଶା ବର୍ଷକୁ ଏକାଧିକ ବାତ୍ୟା ସାମ୍ନା କରିବାର ମଧ୍ୟ ନଜିର ରହିଛି । ଖରାଦିନରେ ଫାନି ଭଳି ବାତ୍ୟାର ଭୟ ଓଡିଶାକୁ ଅଧିକ ରହିଥାଏ । ତେବେ ପୁଣି ଥରେ ଓଡିଶା ଉପରେ ବାତ୍ୟା ବିପଦ ରହିଛି ବୋଲି ସୂଚନା ମିଳିଛି । ପୁଣି ଥରେ ଦାନା ବାନ୍ଧୁଛି ବାତ୍ୟା । ଯାହା ଆସନ୍ତା ମେ ମାସରେ ଓଡିଶା ଉପକୂଳ ପ୍ରତି ବିପଦ ସୃଷ୍ଟି କରିପାରେ । ଯଦି ପ୍ରାକ ଆକଳନ ଠିକ ହୁଏ ତେବେ ଆସନ୍ତା ମେ ୧୦ ତାରିଖ ବେଳକୁ ବାତ୍ୟା ଆସିପାରେ ।

ଖରାଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଏବେ ଲୋକଙ୍କ ଚିନ୍ତା ବଢାଇଛି । ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲ । ଅଧିକାଂଶ ମଡେଲ ଅନୁସାରେ ଏହି ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେଇପାରେ । ଆସନ୍ତା ମେ ୧୦ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ଅନୁମାନ କରାଯାଉଛି । ନଚେତ ଦକ୍ଷିଣ ଓଡିଶା ଉପକୂଳରେ ମଧ୍ୟ ଏହା ମାଡ ହୋଇପାରେ ।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇପାରେ ।

ବିଦେଶୀ ପାଣିପାଗ ସଂସ୍ଥା ECMWF ର ପୂର୍ବାନୁମାନ କରିଛି କି ସମ୍ଭାବ୍ୟ ବାତ୍ୟା ଓଡିଶାରେ ମାଡ ହେବାର ସମ୍ଭାବନା ଅଧିକ ରହିଛି । ଆମେରିକାନ ଜିଏଫଏସ ମଧ୍ୟ ଏହି ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି । ତେବେ ଭାରତୀୟ ପାଣିପାଗ ସଂସ୍ଥା ଏବେ ପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ସଠିକ ସୂଚନା ଦେଇ ନଥିଲେ ମଧ୍ୟ ଲଘୁଚାପ ହେବା ନେଇ ସତର୍କ କରାଇଛି । ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ଘନତାକୁ ଆଧାର କରି ବାତ୍ୟା ବିଷୟରେ ସଠିକ ତଥ୍ୟ ଜାଣି ହେବ ।

ପୂର୍ବରୁ ମଧ୍ୟ ମେ ମାସରେ ସୃଷ୍ଟି ହୋଇଥିବା ବାତ୍ୟା ସବୁ ଲ୍ୟାଣ୍ଡଫଲ କରିଥିବା ଦେଖିଥିବାର ମିଳିଛି ଓ ଓଡିଶାରେ ବହୁତ ପ୍ରଭାବ ପକାଇଥିବାର ଦେଖାଯାଇଛି । ତେବେ ଯଦି ଏହି ଆକଳନ ସଠିକ ହୁଏ ତେବେ ନିଶ୍ଚିତ ଭାବେ ଓଡିଶାକୁ ଆଉ ଏକ ବାତ୍ୟାର ସାମ୍ନା କରିବାକୁ ପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।