କଣ ଆପଣ ଜାଣିଛନ୍ତି କି 5 ଟି ନାମୀ ମୋବାଇଲ ବ୍ରାଣ୍ଡର ମାଲିକ ଜଣେ ? ସାମ୍ନାକୁ ଆସିଲା ସବୁ ବଡ Mobile କମ୍ପାନୀ ମାନନଙ୍କର ସତ ! ଦେଖନ୍ତୁ Video

ସ୍ମାର୍ଟଫୋନର ବ୍ୟବହାର ସାଙ୍ଗକୁ ମାର୍କେଟରେ ଏହାର ଚାହିଦା ମଧ୍ୟ ଖୁବ ବଢିବାରେ ଲାଗିଛି । ଏମିତିରେ ସବୁ ମୋବାଇଲ କମ୍ପାନୀ ମାନଙ୍କ ମଧ୍ୟରେ ଅଧିକରୁ ଅଧିକ ବିକ୍ରି କରିବା ପାଇଁ ପ୍ରତିଯୋଗୀତା ଚାଲିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ସ୍ମାର୍ଟ ଫୋନ ମାର୍କେଟରେ ୫ଟି ଭିନ୍ନ ଭିନ୍ନ ସ୍ମାର୍ଟ ଫୋନର ମାଲିକ ହେଉଛନ୍ତି ଜଣେ । ଆପଣ ଯେବେ ମୋବାଇଲ କିଣିବାକୁ ଷ୍ଟୋରକୁ ଯାଆନ୍ତି ସେତେବେଳେ ଜଣେ ଆପଣଙ୍କୁ ଓପୋ ମୋବାଇଲ ନିଅ କହୁଥିବା ବେଳେ ଅନ୍ୟ ଜଣେ ଭିଭୋ ମୋବାଇଲ ନିଆ ବୋଲି କହିଥାନ୍ତି ।

ଆଜିକାଲି ସବୁଆଡେ ମୋବାଇଲ ବ୍ରାଣ୍ଡ ମାନଙ୍କ ମଧ୍ୟରେ ଏହିପରି ପ୍ରତିଯୋଗୀତା ଚାଲିଛି । ଆପଣ ନିହାତି ଭାବେ ଓପୋ, ଭିଭୋ, ରିୟଲମି, ୱାନପ୍ଲସ ଓ ଆଇକ୍ୟୁ ଆଦି ଫୋନ ବ୍ରାଣ୍ଡଙ୍କ ନାଁ ଆପଣ ଶୁଣିଥିବେ ବା ଏଥିରୁ କୌଣସି କମ୍ପାନୀର ଫୋନ ବ୍ୟବହାର ମଧ୍ୟ କରୁଥିବେ । କିନ୍ତୁ ଆପଣ କଣ ଜାଣିଛନ୍ତି ଏହିସବୁ ବଡ ବଡ ସ୍ମାର୍ଟ ଫୋନ ବ୍ରାଣ୍ଡ ଗୁଡିକ ହେଉଛି ଗୋଟିଏ କମ୍ପାନୀର । ଯାହାର ନାଁ ହେଉଛି ବିବିକେ ଇଲେକ୍ଟ୍ରୋନିକ୍ସ ।

ଏହି କମ୍ପାନୀ ଶସ୍ତାରେ ସ୍ମାର୍ଟ ଫୋନ ଯୋଗାଇ ଦେଉଥିବାରୁ ସାମସଙ୍ଗ ପରି କମ୍ପାନୀ ମଧ୍ୟ ନିଜ ମୋବାଇଲ ପ୍ରାଇସ କମେଇବାକୁ ବାଧ୍ୟ ହୋଇଥାଏ । ମୋଟ ଉପରେ ଦେଖିବାକୁ ଗଲେ ଏହି କମ୍ପାନୀ ଆପେଲ ଓ ସାମସଙ୍ଗ ଭଳି ବଡ ବଡ ସ୍ମାର୍ଟ ଫୋନ କମ୍ପାନୀ ଠାରୁ ବି ଆଗରେ ରହିଛି ।

ବର୍ତ୍ତମାନ ସମୟରେ ଏହା ହେଉଛି ଦୁନିଆର ସବୁଠୁ ବଡ ସ୍ମାର୍ଟ ଫୋନ ତିଆରି କରୁଥିବା କମ୍ପାନୀ । ଓପୋ, ଭିଭୋ, ରିୟଲମି, ୱାନପ୍ଲସ ଓ ଆଇକ୍ୟୁ ଆଦି ମୋବାଇଲ ବ୍ରାଣ୍ଡ ମାନେ ନିଜ ନିଜ ଭିତରେ ମଧ୍ୟ ପ୍ରତିଯୋଗୀତା କରନ୍ତି । ଏହିସବୁ ବ୍ରାଣ୍ଡ ମାନଙ୍କର ନାଁ, ସିଇଓ ଓ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଲଗା । କିନ୍ତୁ ଏହି ସବୁ ବ୍ରାଣ୍ଡର ମାଲିକ ଜଣେ ମାତ୍ର ବ୍ୟକ୍ତି । ତାଙ୍କ ନାଁ ହେଉଛି ଡୁଆନ ୟୋଙ୍ଗ ଫିଙ୍ଗ ।

ଏଥିରୁ ଆପଣ ବୁଝି ପାରୁଥିବେ କି ଉପରୋକ୍ତ ୫ଟି ବ୍ରାଣ୍ଡ ବିଷୟରେ କୁହା ଯାଇଥିବା ମୋବାଇଲ ମଧ୍ୟରୁ ଆପଣ ଯେଉଁ ଗୋଟିଏ ମୋବାଇଲ ମଧ୍ୟ କିଣନ୍ତି ଏହାର ପ୍ରଫିଟ ଗୋଟିଏ ଚାଇନିଜ କମ୍ପାନୀ ତଥା ବିବିକେ ଇଲେକ୍ଟ୍ରୋନିକ୍ସ ପାଖକୁ ହିଁ ଯାଇଥାଏ । ତେବେ ଏହି ସମ୍ପର୍କରେ ଆପଣଙ୍କୁ ପୂର୍ବରୁ ଜଣାଥିଲା କି ? ନିଶ୍ଚୟ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଏହିପରି ରୋଚକ ତଥ୍ୟ ସବୁ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।