ଏଣିକି ମହିଳାଙ୍କୁ ମିଳିବ ମାସିକ 1 ହଜାର ଟଙ୍କା, ଏନେଇ ସରକାର କଲେ ଏହି ବଡ ଘୋଷଣା

ଜନ ସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ହେଉ ଅବା ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳମାନେ ସମୟ ସମୟରେ ଅନେକ ପ୍ରକାରର ଯୋଜନା ସବୁ ନେଇ ଆସନ୍ତି । ଏହିପରି ଆଉ ଏକ ଯୋଜନା କାର୍ଯ୍ୟକାରୀ ହୋଇଛି । ଏଣିକି ମହିଳାଙ୍କୁ ମାସକୁ ୧ ହଜାର ଟଙ୍କା ମିଳିବ । ନିର୍ବାଚନ ଜିତିବା ପରେ ପାଳନ କଲେ ପ୍ରତିଶ୍ରୁତି । ଏଣିକି ପ୍ରତ୍ଯେକ ମହିଳାଙ୍କୁ ମିଳିବ ଏ ହଜାର ଟଙ୍କା । ନିର୍ବାଚନରେ ବିଜୟୀ ହେବା ପରେ ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି ପଞ୍ଜାବ ସରକାର ।

ନିର୍ବାଚନ ବେଳେ ପଞ୍ଜାବର ଆମ ଆଡମୀ ପାର୍ଟି ସରକାର ନିର୍ବାଚନ ଜିତିଲେ ପ୍ରତ୍ଯେକ ମହିଳାଙ୍କୁ ମାସକୁ ୧ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ଏବେ ପୂରଣ କରିବାକୁ ଯାଉଛି ଆପ୍ ସରକାର । ଆଉ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି । ଏନେଇ କ୍ୟାବିନେଟ ମନ୍ତ୍ରୀ ବଲଜୀତ କୌର କହିଛନ୍ତି ଆଗାମୀ ଏକ ମାସରୁ ଦୁଇ ମାସ ମଧ୍ୟରେ ୧୮ ବର୍ଷ ଏବଂ ଏହା ଠାରୁ ଉର୍ଦ୍ଧ ବୟସର ସମସ୍ତ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ସେମାନେ ପୂରଣ କରିବେ ।

ବଜେଟ ଆସିବା ମାତ୍ରେ ଏହି ପ୍ରତିଶ୍ରୁତିକୁ ସେମାନେ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ଗତ ନିର୍ବାଚନ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ୍ ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଥିଲେ କି ଯଦି ତାଙ୍କ ସରକାର ପଞ୍ଜାବରେ କ୍ଷମତାକୁ ଆସନ୍ତି ତେବେ ମହିଳା ସଶକ୍ତିକରଣ ପାଇଁ ପ୍ରତ୍ଯେକ ମହିଳାଙ୍କୁ ୧ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ମହିଳା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ଅଭିଯାନ ଆରମ୍ଭ ଅବସରରେ ମୁଖ୍ୟମତ୍ରୀ ଅରବିନ୍ଦ କେଜ୍ରିୱାଲ ମହିଳା ମାନଙ୍କ ନାମ ପଞ୍ଜୀକୃତ କରିବା ସହ ସେମାନଙ୍କୁ ସ୍ଲିପ ମଧ୍ୟ ପ୍ରଦାନ କରିଥିଲେ । କେଜ୍ରିୱାଲଙ୍କ ଏହି ଅଭିଯାନକୁ ନେଇ ବିରୋଧୀ ଦଳ ଅନେକ ହଙ୍ଗାମା କରିଥିଲେ । ଯେଉଁଠି ଭଣ୍ଡାରଘର ଅଛି ସେଠାରେ ଟଙ୍କା କେଉଁଠୁ ଆସିବ ବୋଲି ସେମାନେ ପ୍ରଶ୍ନ କରିଥିଲେ । ବିରୋଧୀଙ୍କୁ ଉତ୍ତର ଦେବାକୁ କେଜ୍ରିୱାଲ ଏକ ଭିଡିଓ ଜାରି କହିଥିଲେ କି, ମହିଳାଙ୍କୁ ୧ ହଜାର ଟଙ୍କା ଦେଇଦେଲେ ଭଣ୍ଡାର ଖାଲି ହେବନି ।

ଯଦି କାହା ଝିଅର ପାଠପଢା ପାଇଁ ୧ ହଜାର ଟଙ୍କା ଦିଆଯାଏ ତେବେ ପଞ୍ଜାବର ଭଣ୍ଡାର କେମିତି ଖାଲି ହୋଇଯିବ ବୋଲି ସେ ପ୍ରଶ୍ନ କରିଥିଲେ । ମହିଳାଙ୍କୁ ମାସିକ ଭତ୍ତା ସମେତ ମାଗଣା ଚିକିତ୍ସା ପ୍ରତିଶ୍ରୁତି ମଧ୍ୟ ଦେଇଥିଲା ଆପ୍ ସରକାର । ଏହାସହ ମାଗଣା ୩ ଶହ ବିଜୁଳିନ ଯୋଗାଇବା ନେଇ ମଧ୍ୟ ଘୋଷଣା ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।