“ଆମେ 95% ରଖି ହାର୍ ମାନିବୁ, ଏମାନେ 60% ରଖି…” ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି, ଝିଅଟି ଯାହା କହୁଛି ଶୁଣିଲେ ମୁଣ୍ଡ ଗୋଲ ହେଇଯିବ, ଦେଖନ୍ତୁ Video

ଆଜିକାଲି ସରକାରୀ ଚାକିରି ପାଇବା କାଠିକର ପାଠ ହୋଇ ପଡିଲାଣି । ଦିନକୁ ଦିନ ଯେପରି ଦୁର୍ନୀତି ବଢି ଚାଲିଛି ସାଧାରଣ ପରିବାରର ପିଲାମାନେ ଯେତେ ପରିଶ୍ରମ କଲେ ମଧ୍ୟ ଚାକିରି ଖଣ୍ଡେ ପାଇବା କଷ୍ଟକର ହୋଇପଡୁଛି । ଏହାସହ ରାଜ୍ୟରେ ଦୁଇ ବର୍ଷ ଧରି ବିଶେଷ ନିଯୁକ୍ତି ମଧ୍ୟ ବାହାରି ପାରିନାହିଁ । ଯାହାଫଳରେ ଚାକିରି ପାଇଁ ଅନେଇ ବସିଥିବା ପିଲା ଅଧୈର୍ଯ୍ୟ ହୋଇ ପଡିଲେଣି । ନିକଟରେ ରାଜ୍ୟରେ ଶିକ୍ଷକ ନିଯୁକ୍ତି ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

ପରୀକ୍ଷା ଗୁଡିକ ଠିକ ଭାବେ ଆୟୋଜନ କରା ଯାଉନାହିଁ ଏବଂ ଭିତରେ ବହୁତ ଦୁର୍ନୀତିମୂଳକ କାର୍ଯ୍ୟ ମଧ୍ୟ ହେଉଛି । ଯାହାକୁ ନେଇ ଉତ୍ତ୍ୟକ୍ତ ହେଉଛନ୍ତି ପରୀକ୍ଷାର୍ଥୀ । ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର ଅବ୍ୟବସ୍ଥାକୁ ନେଇ ସ୍ଵର ଉତ୍ତୋଳନ କରିଛନ୍ତି ପିଲାମାନେ । କିପରି କମ୍ପ୍ୟୁଟର ହ୍ୟାକ କରାଯାଇ ଅଯୋଗ୍ୟ ପରୀକ୍ଷାର୍ଥୀଙ୍କୁ ପାସ୍ କରିବା ପାଇଁ ଯୋଜନା କରାଯାଉଛି ଏନେଇ ଏକ ଅଡିଓ କ୍ଲିପ ପ୍ରକାଶ ପାଇବା ପରେ ଆଲୋଚନା ଜୋର ଧରିଛି ।

ଅଡିଓ କ୍ଲିପରେ ଦୁଇ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଜଣେ ପରୀକ୍ଷା ଦେଇ ସାରିଛନ୍ତି ଓ ଆଉ ଜଣେ ପରୀକ୍ଷା ଦେବାକୁ ଯିବା ପୂର୍ବରୁ କିପରି ମାଉସ ଚଲେଇବେ ତଥା ଉତ୍ତର ଦେବେ ତାହା ତାଙ୍କୁ ବତାଉଛନ୍ତି । ଏହାକୁ ନେଇ ଶୀଘ୍ର ସିବିଆଇ ତଦନ୍ତ କରାଯାଉ ବୋଲି ପରୀକ୍ଷାର୍ଥୀ ମାନେ ଦାବି କରୁଛନ୍ତି । ପରୀକ୍ଷାରେ ବ୍ୟବହାର କରା ଯାଉଥିବା ଟେକ୍ନୋଲୋଜି ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି ।

ଯାହାଫଳରେ ଦୁର୍ନୀତି କରି ଚାକିରି ପାଇବାକୁ ଚାହୁଁଥିବା ପରୀକ୍ଷାର୍ଥୀ ମାନଙ୍କ କମ୍ପ୍ୟୁଟର ହ୍ୟାକ କରାଯାଉଛି । ଯେପରି ସେମାନଙ୍କ ଉତ୍ତର ବାହାରୁ କେହି ଜଣେ ଲେଖିପାରିବେ । ଏଥିପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିବା ମଧ୍ୟ ଜଣାପଡୁଛି । ପିଲାଙ୍କୁ ଠିକ ସମୟରେ ପରୀକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଉ ନାହିଁ, ଯାହାଫଳରେ ଟିମ୍ ୱାର୍କ ମଧ୍ୟ ଫେଲ୍ ମାରିଛି । କିଛି ପରୀକ୍ଷାର୍ଥୀ ୯୨% ଏବଂ ୯୫% ପ୍ରତିଶତ ମାର୍କ ରଖି ମଧ୍ୟ ଚାକିରି ପାଉ ନାହାନ୍ତି ।

କିନ୍ତୁ ଚିଟ୍ କରି ୬୦% ପ୍ରତିଶତ ମାର୍କ ରଖିବା ପିଲା ଚାକିରି ପାଉଛନ୍ତି । ଏହାସହ ଆମ ପିଲାଙ୍କ ଭବିଷ୍ୟତ ଅଯୋଗ୍ୟ ଶିକ୍ଷକଙ୍କ ହାତରେ ମଧ୍ୟ ପଡୁଛି କହିଲେ ଭୁଲ ହେବନାହିଁ । ଯଦି ଶୀଘ୍ର ଏହାର ତଦନ୍ତ ନହୁଏ ତେବେ ପରୀକ୍ଷାର୍ଥୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।