ବର୍ଷା ଓ ଅନୁଭବ ଦୁହେଁ ମିଶି ଦେଇଥିଲେ ଏହି ସବୁ Superhit, ଦେଖନ୍ତୁ ଦୁହିଙ୍କ ଫିଲ୍ମ କ୍ୟାରିଅର

ଓଡିଆ ଫିଲ୍ମ ଜଗତର ଦୁଇଟି ବଡ ନାଁ ଅଟନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ଏମାନେ ଓଡିଶାର ସବୁଠୁ ପପୁଳାର ଓ ଫେମସ ସେଲିବ୍ରେଟିମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଚର୍ଚାର ବିଷୟ ହୋଇ ଯାଇଛି । କେହି ବି ଚିନ୍ତା କରି ନ ଥିଲେ କି ଏମାନଙ୍କ ମଧ୍ୟରେ ଏହିଭଳି ବି କିଛି ପରିସ୍ଥିତି ସୃଷ୍ଟି ହୋଇପାରେ । କହିବାକୁ ଗଲେ ଦୁଇ ଜଣଙ୍କ ଝଗଡା ବର୍ତ୍ତମାନ କୋର୍ଟ ପର୍ଯ୍ୟନ୍ତ ଚାଲି ଯାଇଛି ।

ଏମିତିରେ ଆଜି ଆମେ ଆପଣଙ୍କୁ ବର୍ଷା ଓ ଅନୁଭବଙ୍କ ଫିଲ୍ମ କ୍ଯାରିୟର ବିଷୟରେ କହିବୁ । କହିବାକୁ ଗଲେ ଫିଲ୍ମ ଦୁନିଆରେ ଏମାନେ ଦୁଇ ଜଣ ହିଁ ବହୁତ ବଡ ସେଲିବ୍ରେଟି ଅଟନ୍ତି ।

ଅନୁଭବ ମହାନ୍ତି ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଏକ ଆଲବମ ହିରୋ ରୂପରେ ପୁରା ଓଡିଶାରେ ପ୍ରସିଦ୍ଧ ଥିଲେ । ସେ ପାଖାପାଖି ୨୦୦ରୁ ଅଧିକ ଆଲବମରେ କାମ କରିଛନ୍ତି । ଅନୁଭବ ମହାନ୍ତି ୨୦୦୪ରେ ବ୍ରଜରାଜ ମୁଭିଜ ଦ୍ଵାରା ନିର୍ମିତ ଫିଲ୍ମ ‘ଆଇ ଲଭ ୟୁ’ ଫିଲ୍ମ ମାଧ୍ୟମରେ ଓଡିଆ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ । ଏହା ପରେ ସେହି ବର୍ଷ ମଧ୍ୟରେ ସେ ଫିଲ୍ମ ସାଥିରେ ଓ ବର୍ଷା ମାଇଁ ଡାର୍ଲିଙ୍ଗ ରେ ନଜର ଆସିଥିଲେ ।

ଏହା ପରେ ସେ ଧୀରେ ଧୀରେ ପୁରା ଓଡିଶାରେ ପରିଚିତ ହୋଇଗଲେ । ଏହା ପରେ ସେ ପ୍ରେମୀ no. 1, ଅର୍ଜୁନ, ପ୍ରଥମ ପ୍ରେମ, ପ୍ରିୟା ମୋ ପ୍ରିୟା ଭଳି ୫୦ରୁ ଅଧିକ ଓଡିଆ ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ଅଭିନୟ କରିଛନ୍ତି । ଯଦି ବର୍ଷା ପ୍ରିୟଦର୍ଶିନୀ ଫିଲ୍ମି କ୍ୟାରିୟର ବିଷୟରେ କହିବା ତେବେ ବର୍ଷା ୨୦୦୩ରେ  ଓଡିଆ ଫିଲ୍ମ ‘ଏ ଯୁଗର କୃଷ୍ଣା ସୁଦାମା’ରେ ଅଭିନୟ କରି ଓଡିଶା ଫିଲ୍ମ ଜାଗାରେ ଡେବ୍ୟୁ କରିଥିଲେ ।

ଏହା ପରେ ସେ ମନ ମାନେନା, ସାବତ ମା, ତୋତେ ମୋ ରାଣ, ଛାତି ଚିରିଦେଲେ ତୁ ଭଳି ୪୦ରୁ ବି ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ୨୦୦୧ରେ ଏକ ବେଙ୍ଗଲି ଫିଲ୍ମ ‘ବାଜି’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ପ୍ରଥମେ ଏହି ଯୋଡିକୁ ବ୍ରଜରାଜ ମୁଭିଜ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲା । ଦୁଇ ଜଣଙ୍କ ଏକାଠି ପ୍ରଥମେ ୨୦୦୫ରେ ରିଲିଜ ହୋଇଥିବା ‘ଟୋପାଏ ସିନ୍ଦୁର ଡିଟୋପା ଲୁହ’ ଫିଲ୍ମରେ ଅଭିନୟ କରିଥିଲେ ।

ଏହା ପରେ ଦୁଇ ଜଣ ଏକାଠି ଗପ ହେଲେ ବି ସତ, ହାତ ଧରି ଚାଲୁଥା, ବାଳୁଙ୍ଗା ଟୋକା, ମେଟ୍ରିକ ଫେଲ ଇତ୍ୟାଦି ବହୁତ ଫିଲ୍ମରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ରୂପରେ ନଜର ଆସିଛନ୍ତି । ଏମିତିରେ ଦୁଇ ଜଣ ଫିଲ୍ମରେ ଅଭିନୟ କରୁ କରୁ ଅସଲ ଜୀବନରେ ବି ପରସ୍ପରକୁ ଭଲ ପାଇ ବସିଲେ । ଏହା ପରେ ଦୁଇ ଜଣ ୨୦୧୪ରେ ବିବାହ କରିଥିଲେ । ଆପଣଙ୍କୁ କହିଦେଉଛୁ କି ଦୁଇ ଜଣ ଓଡିଶାର କଟକ ସହରର ବାସିନ୍ଦା ଅଟନ୍ତି । ବିବାହ ପରେ ବି ଦୁଇ ଜଣ ଏକାଠି ଫିଲ୍ମ କରିଥିଲେ ।

କିନ୍ତୁ କିଛି ଦିନ ପରେ ପୁଣି ଥରେ ଦୁଇ ଜଣ ଅଲଗା ଅଲଗା ଅଭିନୟ ଆରମ୍ଭ କରିଦେଲେ । ଏମିତିରେ ସମସ୍ତେ ସନ୍ଦେହ କରିବାକୁ ଲାଗିଲେ କି ଦୁଇ ଜଣଙ୍କ ମଧ୍ୟରେ କିଛି ବି ଠିକ ନାହିଁ ଓ ବର୍ତ୍ତମାନ ଏହି ଦୁଇ ଜଣଙ୍କ ମଧ୍ୟରେ ଥିବା ବିବାଦ ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି । ଏମିତିରେ ଏହି ଦୁଇ ଜଣଙ୍କ ବିବାଦ ଆଗକୁ କେଉଁ ମୋଢ ନେଉଛି ଏହା ସମୟ ହିଁ କହିବ । କିନ୍ତୁ ଆମେ ସମସ୍ତେ ଆଶା କରୁଛି କି ଦୁଇ ଜଣ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।