ମାର୍କେଟରେ ଆସିଥିବା ‘ନକଲି ଶକ୍ତିମାନ’କୁ ଦେଖି ରାଗିଗଲେ ମୁକେଶ ଖନ୍ନା, କହିଲେ – ମୋ ପାଖରେ କପିରାଇଟ, ଯଦି ମୁଁ ଚାହିଁବି…

ଯେଉଁମାନଙ୍କର ପିଲାଦିନ ୯୦ ଦଶକର, ସେମାନଙ୍କ ପାଇଁ ଶକ୍ତିମାନଙ୍କୁ ଭୁଲିବା କଷ୍ଟକର ହେବ । ଶକ୍ତିମାନକୁ ଦେଖିବା ପାଇଁ ସବୁ ପିଲାମାନେ ସବୁ ରବିବାର ଦିନ ଟିଭି ସ୍କ୍ରିନ ସାମନାରେ ବସି ଯାଉଥିଲେ । କହିବାକୁ ଗଲେ ବର୍ତ୍ତମାନ ଦିନରେ ପୁଣି ଥରେ ଶକ୍ତିମାନର ଚର୍ଚା ହେବାକୁ ଲାଗିଛି । କାରଣ ଆଜିକାଳି ମାର୍କେଟରେ ଏକ ନକଲି ଶକ୍ତିମାନ ବୁଲୁଛି, ଯେଉଁ କାରଣରୁ ଅସଲ ଶକ୍ତିମାନ ମାନେ ମୁକେଶ ଖନ୍ନା ତାଙ୍କୁ ଗାଳି କରିଛନ୍ତି ।

କିଏ ଅଟେ ନକଲି ଶକ୍ତିମାନ ?

ଶକ୍ତିମାନ ସିରିୟଲରେ ଶକ୍ତିମାନର ରୋଲ ମୁକେଶ ଖନ୍ନା କରିଥିଲେ, କିନ୍ତୁ ବର୍ତ୍ତମାନ ଦିନରେ ମାର୍କେଟରେ ଏକ ନୂଆ ଶକ୍ତିମାନ ବୁଲୁଛି, ଯାହା ଉପରେ ମୁକେଶ ଖନ୍ନା ରାଗିଛନ୍ତି । କହିବାକୁ ଗଲେ, ଏକ ମଲୟାଲୀ ନିର୍ଦେଶକ ଶକ୍ତିମାନ ର ଲୁକ ଓ କସ୍ଟ୍ଯୂମର ବ୍ୟବହାର ନିଜର ଫିଲ୍ମରେ କରିଛନ୍ତି । ଯାହାକି ମୁକେଶ ଖନ୍ନାଙ୍କୁ ଭଲ ଲାଗିଲା ନାହିଁ ।

ମୁକେଶ ଖାନ୍ନା ତୁରନ୍ତ ଚେତାବନୀ ଦେଇ ତାଙ୍କ ବିରୁଦ୍ଧରେ ଆଇନର ସାହାରା ନେବାର କଥା ବି କହିଦେଲେ । କହିବାକୁ ଗଲେ ଶକ୍ତିମାନର ଲୁକର ମୁକେଶ ଖନ୍ନାଙ୍କ ପାଖରେ କପିରାଇଟ ଅଛି, ଯାହାର ଅନୁମତି ବିନା କେହି ବି ଅନ୍ୟ ବ୍ୟକ୍ତି ଏହି ଲୁକର କପି କରି ପାରିବ ନାହିଁ ।

ମୁକେଶ ଖନ୍ନା ଦେଲେ ଲିଗାଲ ଏକ୍ଶନ ର ଚେତାବନୀ

ସୋସିୟାଲ ମିଡିୟା ଉପରେ ନିର୍ଦେଶକ ଓମାର ଲୁଲୁ ନିଜର ଫିଲ୍ମର ଏକ ଲୁକ ଶେୟାର କରିଥିଲେ, ଯେଉଁଥିରେ ତାଙ୍କର ହିରୋ ଶକ୍ତିମାନର ଗେଟପରେ ନଜର ଆସୁଛି । ଯାହାକୁ ନେଇ ଏକ ବିବାଦ ଆରମ୍ଭ ହୋଇ ଯାଇଛି । ଏହାର ସୂଚନା ଯେତେବେଳ ମୁକେଶ ଖନ୍ନାଙ୍କୁ ମିଳିଲା, ତେବେ ସେ ତୁରନ୍ତ ନିର୍ଦେଶକକୁ ଲିଗାଲ ଏକ୍ଶନର ଚେତାବନୀ ଦେଇଦେଲେ ।

ମୁକେଶ ଖନ୍ନା କହିଲେ କି ଶକ୍ତିମାନଙ୍କର କପିରାଇଟ ମୋ ପାଖରେ ଅଛି, ଏମିତିରେ ମୁଁ ଆଇନର ସାହାର୍ଯ୍ୟ ନେବି । ଏତିକି ନୁହେଁ ମୁକେଶ ଖାନ୍ନା କହିଲେ କି ମୋ ପାଖରେ କିରଦାର, କସ୍ଟ୍ଯୂମ, ଥୀମ ମ୍ୟୁଜିକ ଓ ବାକୀ ଜିନିଷର କପିରାଇଟ ଅଛି । କିନ୍ତୁ ଶକ୍ତିମାନର ଲୁକକୁ ନେଇ ଯେତେବେଳେ ମାମଲା ବଢିବାକୁ ଲାଗିଲା ତେବେ ଡାୟରେକ୍ଟର କ୍ଷମା ମାଗି ନେଇଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।