ଧନୁ ରାଶି (Sagittarius) June 2022 ମାସିକ ରାଶିଫଳ, ମାସଟି କେମିତି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କ ଚଳନ ଓ ସ୍ଥିତି ଉପରେ ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଭର କରିଥାଏ । କାରଣ ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ପ୍ରତ୍ଯେକ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ଜୁନ ମାସରେ ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ସମସ୍ତ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଧନୁ ରାଶି ଉପରେ ଗ୍ରହଙ୍କ ପରିବର୍ତ୍ତନର କଣ ପ୍ରଭାବ ପଡିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ତାହା କହିବୁ ।

ଏମାନେ ସ୍ପଷ୍ଟବାଦୀ ହୋଇଥିବାରୁ ଅନେକ ସମୟରେ ଅପ୍ରିୟ ସତକଥା କହି ଅଡୁଆରେ ପଡିଥାନ୍ତି । ଏମାନେ ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟ କରିବାକୁ ଭଲପାଆନ୍ତି ଓ ପରୋପକାରୀ ମଧ୍ୟ ହୋଇଥାନ୍ତି । ବାହାରକୁ ଟାଣ ହେଲେ ମଧ୍ୟ ଅନ୍ତରରୁ ବହୁତ କୋମଳ ସ୍ଵଭାବର ହୋଇଥାନ୍ତି । ପରିଶ୍ରମୀ ହେବା ସହ ସଂଘର୍ଷ କରି ସଫଳତା ପାଇଥାନ୍ତି । ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ହଳଦିଆ ଓ ଶୁଭବାର ହେଉଛି ଗୁରୁବାର ।

ଶୁଭଦେବତା ହେଉଛନ୍ତି ଭଗବାନ ନାରାୟଣ ଓ ବିଷ୍ଣୁଦେବ ଏବଂ ଶୁଭଦେବୀ ହେଉଛନ୍ତି ଉଗ୍ରତାରା ଓ ତାରାତାରିଣୀ । ଶୁଭସଂଖ୍ୟା ୩ ଏବଂ ପ୍ରତ୍ଯେକ ମାସର ୩, ୧୨ ଓ ୩୦ ତାରିଖ ଆପଣଙ୍କ ପାଇଁ ଶୁଭ ଅଟେ ।

ଆପଣଙ୍କ ପାଇଁ ୨୦୨୨ ମସିହା ଜୁନ ମାସଟି ବିଶେଷ ଫଳପ୍ରଦ ନୁହେଁ ତଥା ମଧ୍ୟମ ଧରଣର ଫଳ ପ୍ରଦାନ କରିବ । ବିଦ୍ୟାର୍ଥୀଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ । ଛାତ୍ରଛାତ୍ରୀମାନେ ପାଠପଢାରେ ଅବହେଳା କରି ଖେଳକୁଦରେ ଅଧିକ ସମୟ ଦେବେ । କ୍ଯାରିୟ ଦୃଷ୍ଟିରୁ ମାସଟି ଅନୁକୂଳ ରହିବ ଓ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବ । ଆପଣ କାର୍ଯ୍ୟସ୍ଥଳରେ ନିଜ କାର୍ଯ୍ୟକୁ ନେଇ ସଜାଗ ରହିବେ ଓ ଚାକିରିକୁ ନେଇ ପୂର୍ବରୁ ଥିବା ସମସ୍ଯାମାନ ଦୂର ହେବ ।

କିନ୍ତୁ ସମ୍ପନ୍ନ ହେବାକୁ କାର୍ଯ୍ୟ ବିଳମ୍ବ ହେବା ସହ କାର୍ଯ୍ୟରେ ଅନ୍ୟ ବାଧା ଦେଖା ଦେଇପାରେ, ସେଥିପାଇଁ ବିଶେଷ ସାବଧାନ ରୁହନ୍ତୁ । ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ମାସଟି ସେତେ ଖାସ ରହିବ ନାହିଁ ଓ ଆପଣ ବ୍ୟବସାୟରେ ଦୁର୍ବଳ ଅନୁଭବ କରିବେ । ସେଥିପାଇଁ କିଛି ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବା ଆଗରୁ ଗୁରୁଜନଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।

ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସତି ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ ନିଜ ପରିଶ୍ରମ ବଳରେ ଧନ ଅର୍ଜନ କରିବାରେ ସଫଳ ହେବେ । ପ୍ରେମ ଜୀବନରେ ବୁଝାମଣାର ଅଭାବ ଯୋଗୁଁ ପ୍ରେମ ସମ୍ବନ୍ଧ ଖରାପ ହେବାର ସମ୍ଭାବନା ରହିଛି । ସେଥିପ୍ରତି ଧ୍ୟାନ ଦିଅନ୍ତୁ । କିନ୍ତୁ ବିବାହିତ ବ୍ୟକ୍ତିଙ୍କ ପାଇଁ ମାସଟି ଅନୁକୂଳ ରହିଛି । ପାରିବାରିକ ଜୀବନ ମଧ୍ୟ ସୁଖମୟ ହେବ ଓ ସମସ୍ତ ସମସ୍ଯା ଦୂର ହୋଇଯିବ । କିନ୍ତୁ ମହିଳାମାନଙ୍କ ଜଞ୍ଜାଳ ବଢିପାରେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ମାସଟି ବେଶ ଉତ୍ତମ ରହିବ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଲା ପ୍ରତ୍ଯେକ ଦିନ ସକାଳୁ ଉଠି ବାପାମା’ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ଓ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରି ତୁଳସୀ ଜଳ ଅର୍ପଣ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।