Astrology- ବହୁତ ରାଗୀ ହୋଇଥାନ୍ତି ଏହି 3 ନାମର ଝିଅ, ନାକ ଅଗରେ ଥାଏ ରାଗ

ଶାସ୍ତ୍ର ଅନୁସାରେ ଆମ ଜୀବନରେ ଆମ ନାମର ବହୁତ ଖାସ ଗୁରୁତ୍ଵ ରହିଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କ ବିଷୟରେ ଅନେକ କିଛି ଜାଣି ହୋଇଥାଏ । ତାଙ୍କ ନାମର ପ୍ରଥମ ଅକ୍ଷର ସହ ଜୀବନରେ ଆସୁଥିବା ସବୁ ସୁଖ ଏବଂ ଦୁଃଖ ଯୋଡି ହୋଇ ରହିଥାଏ । ଜ୍ଯୋତିଷ ଅନୁସାରେ ଆମେ ଆଜି ଆପଣଙ୍କୁ ଏପରି ତିନୋଟି ନାମର ଝିଅଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ରାଗୀ ହୋଇଥାନ୍ତି ବା ଛୋଟ କଥାରେ ମୁହଁ ଫୁଲେଇଥାନ୍ତି ।

୧- N ନାମର ଝିଅମାନେ

ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି, କିନ୍ତୁ ଟିକେ ଟିକେ କଥାରେ ରାଗି ଯାଇଥାନ୍ତି । ଯାହାଫଳରେ ଏମାନଙ୍କ ରାଗକୁ ଶାନ୍ତ କରିବା ସେତେ ସହଜ ହୋଇ ନଥାଏ । ଏମାନେ ଯେମିତି ରୂପବତୀ ହୋଇଥାନ୍ତି ସେମିତି ଗୁଣବତୀ ମଧ୍ୟ ହୋଇଥାନ୍ତି । ଏମାନେ ସମସ୍ତଙ୍କ କଥା ବୁଝନ୍ତି ଓ ସମସ୍ତଙ୍କ ମନ ରଖି କାର୍ଯ୍ୟ କରନ୍ତି ।

ଏମାନେ ନିଜ ପରିବାର ଓ ଜୀବନସାଥୀ ସମସ୍ତଙ୍କୁ ପ୍ରେମ କରନ୍ତି ଓ ବଦଳରେ ସମାନ ପ୍ରେମ ଓ ସମ୍ମାନ ମଧ୍ୟ ଆଶା ରଖନ୍ତି । କିନ୍ତୁ ଏମାନେ ରାଗିଗଲେ ଏମାନଙ୍କୁ ମନେଇବା ବହୁତ କଷ୍ଟକର ହୋଇଥାଏ । ତେଣୁ ଏହି ଝିଅମାନଙ୍କୁ ରଗେଇବାରୁ ଯଥା ସମ୍ଭବ ଦୂରେଇ ରଖିବା ଉଚିତ ।

୨- S ନାମର ଝିଅମାନେ

ଯେଉଁ ଝିଅଙ୍କ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେହି ଝିଅମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ଏମାନେ କେବେ ହେଲେ କାହାକୁ ଧୋକା ଦିଅନ୍ତି ନାହିଁ । କିନ୍ତୁ ଏମାନଙ୍କ ସହ ଶତ୍ରୁତା ବହୁତ ମହଙ୍ଗା ପଡିଥାଏ । ଏହି ଝିଅମାନେ ସ୍ବଭାବରେ ବହୁତ ସ୍ବଚ୍ଛ ଓ ସଚ୍ଚୋଟ ଅଟନ୍ତି । ଏହି ଝିଅମାନେ ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଥାନ୍ତି ।

ଏମାନେ ଶୀଘ୍ର ଲୋକଙ୍କୁ ନିଜ ଆଡକୁ ଆକର୍ଷଣ କରି ନିଅନ୍ତି । କିନ୍ତୁ ନାମର ଝିଅମାନଙ୍କ ରାଗ ସର୍ବଦା ସେମାନଙ୍କ ନାକ ଉପରେ ରହିଥାଏ । ଏମାନେ ବହୁତ ରାଗୀ ସ୍ଵଭାବର ହୋଇଥିବାରୁ ଏମାନଙ୍କୁ ମନାଇବା ସେତେ ସହଜ ହୋଇ ନଥାଏ । କୌଣସି କଥାକୁ ଧରି ବସିଲେ ଏମାନେ ସହଜରେ ଶାନ୍ତ ହୁଅନ୍ତି ନାହିଁ ।

୩- M ନାମର ଝିଅମାନେ

ଏହି ନାମର ଝିଅଙ୍କୁ ବହୁତ କମ୍ ସମୟରେ କ୍ରୋଧ ଆସିଯାଏ । ଏମାନେ ଥରେ ରାଗିଗଲେ ଏମାନଙ୍କୁ ଶାନ୍ତ କରିବା ଏକଦମ ମୁସ୍କିଲ ହୋଇଯାଏ । ଏହି ଝିଅମାନେ ବହୁତ ବୁଦ୍ଧିମତୀ ଓ ଏମାନଙ୍କ ମସ୍ତିଷ୍କ ବହୁତ ତେଜ ହୋଇଥାଏ । ଏହି ଝିଅମାନେ ସାଧାରଣତଃ ବହୁତ ଭଲ ହୋଇଥାନ୍ତି ଓ ସମସ୍ତଙ୍କୁ ଭଲପାଇବା ଏବଂ ସମ୍ମାନ ଦିଅନ୍ତି ।

ହେଲେ ଥରେ ରାଗିଗଲେ ଏମାନେ କାହା କଥା ଶୁଣନ୍ତି ନାହିଁ । ଏମାନେ ଏକୁଟିଆ ରହିଲେ ଅଧିକ ରାଗିଯାନ୍ତି, ତେଣୁ ଏମାନଙ୍କୁ କେବେ ଏକା ଛାଡନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।