ସାଢେ 9 ଲକ୍ଷ ଲୋକଙ୍କୁ ମିଳିବ “ଆବାସ” ଘର, ସକ୍ରିୟ ହେଲେଣି ରାଜ୍ୟ ସରକାର, ଯୋଗ୍ୟ ହିତାଧିକାରୀ ଶୀଘ୍ର ତାଲିକା ଦେଖନ୍ତୁ 

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘୋର କଳି ପରେ ପୁଣି ଥରେ ବାଟ ଫିଟିଲା । ଏଥର ପୁଣି ଥରେ ଅସହାୟ ଲୋକଙ୍କୁ ମିଳିବ ଆବାସ ଘର । କେନ୍ଦ୍ରର ଚାପ ପରେ ଘର ବାଣ୍ଟିବା ବେଳେ ସ୍ବଚ୍ଛତା ବଜାୟ ରଖିବାକୁ ଗୁରୁତ୍ଵ ଦେବା ପାଇଁ କୁହାଯାଇଛି । ଦଳୀୟ ଭିତ୍ତିରେ ନୁହେଁ ବରଂ ପ୍ରକୃତରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପାଇଁ ଦାବି କରାଯାଇଛି । ଆବାସ ଘର ନେଇ ପ୍ରାୟ ତିନି ବର୍ଷକାଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଛକାପଞ୍ଝା ପରେ ଏବେ ରାଜ୍ୟରେ ପ୍ରାୟ ସାଢେ ନ’ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ପ୍ରଧାନମନ୍ତ୍ରୀ ଆବାସ ।

ଏହି ଯୋଜନାରେ ରାୟ 8 ଲକ୍ଷ ଏବଂ ଫନି ବାତ୍ୟା ପାଇଁ ସ୍ଵତନ୍ତ୍ର ଭାବେ 1 ଲକ୍ଷ 17 ହଜାର ହିତାଧିକାରୀଙ୍କୁ ଘର ଦେବାକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ କେଉଁ ଆଧାରରେ ହିତାଧିକାରୀ ଚୟନ ହେବେ ଓ କିପରି ଆବାସ ବଣ୍ଟନ କରାଯିବ ଏସବୁ ପ୍ରଶ୍ନ ଭିତରେ ଆରମ୍ଭ ହୋଇଯାଇଛି ଆବାସ ବାଣ୍ଟିବା ପ୍ରକ୍ରିୟା । ଆସନ୍ତା 16 ରୁ 24 ତାରିଖ ମଧ୍ୟରେ ପ୍ରତି ଗ୍ରାମ ପଞ୍ଚାୟତ, ସ୍କୁଲ, ଅଙ୍ଗନବାଡି ସେଣ୍ଟର ଏବଂ ପ୍ରମୁଖ ସ୍ଥାନ ଗୁଡିକରେ ଲଗାଯିବ ଚିଠା ତାଲିକା ।

ଯଦି କାହାର କିଛି ଆପତ୍ତି ରହିଛି ତେବେ ସେମାନେ ଅଭିଯୋଗ ବାକ୍ସରେ ଏ ସମ୍ପର୍କରେ ଅଭିଯୋଗ ପତ୍ର ପକାଇ ପାରିବେ । ପ୍ରତି ପଞ୍ଚାୟତରୁ ଏକ ତିନିଜଣିଆ କମିଟି ଏହି କାର୍ଯ୍ୟର ତଦାରଖ କରିବେ । ତେବେ ଆପତ୍ତି ଅଭିଯୋଗ ଉପରେ ସ୍ଵତନ୍ତ୍ର ବହବେ ଗ୍ରାମସଭା ବସି ହିତାଧିକାରୀଙ୍କ ତାଲିଳା ଚୁଡାନ୍ତ କରିବା ପରେ ଯାଇ ୱାର୍କ ଅର୍ଡର ମିଳିବ ।

ଅନ୍ୟପଟେ ବିଜେପି ଚେତାବନୀ ଦେଇଛି ଯେ, ପୂର୍ବଥର ଭଳି ଯଦି ଏଥର ମଧ୍ୟ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଆନ ବ୍ଲକ ଅଫିସକୁ ତାଲା ପକାଇ ଦିଆଯିବ । ସେ ଯାହା ବି ହେଉ ଏବେ ବି ମୁଣ୍ଡ ଉପରେ ଛାତ ଆଶାରେ ଚାହିଁ ବସିଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ । ଆବାସ ତାଲିକାରେ ନାଁ ପାଇଁ ଦୌଡି ଦୌଡି ନୟାନ୍ତ ହୋଇ ସାରିଥିବା ଲୋକଙ୍କ ମନରେ ଏବେ ପୁଣି ଥରେ ଆଶା ଜାଗି ଉଠିଛି ।

ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ଏଥିପାଇଁ କସରତ ଆରମ୍ଭ ହୋଇଗଲାଣି । ତେବେ କେବଳ ଯୋଗ୍ୟ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ଉଠାନ୍ତୁ ବୋଲି ସମସ୍ତଙ୍କର ଇଚ୍ଛା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।