ପାକିସ୍ତାନରେ ଗୁରୁତର ଖାଦ୍ଯ ସଙ୍କଟ, ଦି’ ମୁଠା ଖାଦ୍ୟ ପାଇଁ ବାଡିଆପିଟା ହେଉଛନ୍ତି ଲୋକେ, ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ video

ଗୁରୁତର ଖାଦ୍ଯ ସଙ୍କଟ ଦେଇ ଗତି କରୁଛି ପଡୋଶୀ ଦେଶ ପାକିସ୍ତାନ । ଗୋଟିଏ କି ଦୁଇଟି ପ୍ରଦେଶରେ ନୁହେଁ ବରଂ ସମଗ୍ର ପାକିସ୍ତାନରେ ଦେଖିବାକୁ ମିଳିଛି ସମାନ ସ୍ଥିତି । କଳପ୍ରଳୟ ପରେ ଅଣ୍ଟା ସଳଖ କରି ଠିଆ ହେବାକୁ ଚେଷ୍ଟା କରୁଥିବା ପାକିସ୍ଥାନବାସୀ ଦି’ ଓଳି ଦି’ ମୁଠା ଖାଦ୍ଯ ପାଇଁ କାକୁତି ମିନତି ହେଉଛନ୍ତି । ଖାଦ୍ଯ ସାମଗ୍ରୀ ଓ ପନିପରିବାର ଆକାଶ ଛୁଆଁ ଦର ଯୋଗୁଁ ଅନେକ ଲୋକ ପାଣି ପିଇ ଦିନ କାଟୁଛନ୍ତି । ବିଶେଷ କରି ପିଓକେ ଏବଂ ଗିଲଗିଟ ବାଲୁଚିସ୍ତାନରେ ଏହି ସ୍ଥିତି ଅଧିକ ସଙ୍କଟମୟ ହୋଇଛି ।

ଏହାର ପ୍ରତିବାଦରେ ସେଠାକାର ଜନତା ଏବେ ରାସ୍ତାକୁ ଓହ୍ଲାଇଛନ୍ତି । ନିକଟ ଅତୀତରେ ଅନ୍ୟ ଏକ ପଡୋଶୀ ଦେଶ ଶ୍ରୀଲଙ୍କାରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ବେଳେ ବର୍ତ୍ତମାନ ପାକିସ୍ତାନ ମଧ୍ୟ ସମାନ ଦଶା ଭୋଗୁଛି । ଏଠି ପାଣି, ଲୁଣ ଓ ଚାଉଳ ସବୁକିଛି ମହଙ୍ଗା । ଗରିବ ଲୋକେ କଣ ବା ଖାଇବେ । ମହଙ୍ଗା ମାଡରେ ବଡବଡିଆଙ୍କ ପିଠି ବି ଭାଙ୍ଗି ଯାଉଛି ଆଉ ସାଧାରଣ ଗରିବ ଲୋକ କେମିତି ପେଟ ପୁରେଇବେ ।

ସ୍ଥିତି ଏଭଳି ଯେ ଲୋକେ ଦୋକାନରୁ ସାମାନ୍ଯ ଅଟା କିଣିବାକୁ ବି ବାଡିଆପିଟା ହେଉଛନ୍ତି । ବେଲୁଚିସ୍ତାନର ରାଜଧାନୀ କ୍ଵେଟାରେ ପ୍ରତିବାଦକାରୀ ମାନେ ରାସ୍ତା ଉପରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି । ସେଠାକାର ଲୋକେ ସରକାରଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି । ଦରକାର ପଡିଲେ ଘାସ ଖାଇବୁ ପଛେ ଆମେ ପରମାଣୁ ଅସ୍ତ୍ର ହାସଲ କରିକି ରହିବୁ ବୋଲି ଏକଦା ପାକିସ୍ତାନ ନିଜ ବୟାନରେ କହିଥିଲା ।

ଏକଥା ସତ ଯେ ପାକିସ୍ତାନ ଯେନତେନ କରି ପରମାଣୁ ବୋମା ହାସଲ କରି ନେଇଛି । ହେଲେ ସତରେ ସେଠାକାର ଲୋକେ ଘାସ ଖାଇବାକୁ ବାଧ୍ୟ ହେବା ଭଳି ସ୍ଥିତି ଉପୁଜିଛି । ଗୋଟିଏ ପଟେ ଭୋକିଲା ପାକିସ୍ତାନୀ ଲୋକେ 12ଦିନ ଧରି ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି ଓ ଭାରତକୁ ଖୋଲୁଥିବା ସମସ୍ତ ରାସ୍ତା ଖୋଲିବାକୁ ଅପିଲ ମଧ୍ୟ କରୁଛନ୍ତି । ଅନ୍ୟପଟେ ସରକାର ଚୁପଚାପ ବସି ତାମସା ଦେଖୁଛନ୍ତି ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଗୁରୁତର ହୋଇଛି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଉଛି । ତେବେ କିଛିଟା ଦେଶ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ହାତ ବଢାଇଥିବା ବେଳେ ସେଠାକାର ସ୍ଥିତି କେବେ ସୁଧୁରୁଛି ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।