ରାଷ୍ଟ୍ରପତି Draupadi Murmu ଙ୍କ ପାଦ ଛୁଇଁ ପ୍ରଣାମ କରିବା ଇଞ୍ଜିନିୟରଙ୍କ ପାଇଁ ମହଙ୍ଗା ପଡିଲା, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ସରକାର, ଦେଖନ୍ତୁ video

ମହାମହିମ ରାଷ୍ଟ୍ରପତିଙ୍କ ପାଦ ଛୁଇଁ ପ୍ରଣାମ କଲେ ସରକାରୀ ଇଞ୍ଜିନିୟର । ନିକଟରେ ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ । ଏହା ହେଉଛି ଗତ ଜାନୁୟାରୀ 4 ତାରିଖର ଘଟଣା । ରାଜସ୍ଥାନରେ ପହଞ୍ଚି ହେଲିକପ୍ଟରରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓହ୍ଲାଇ ଆସୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗର ଜଣେ ସରକାରୀ ମହିଳା ଇଞ୍ଜିନିୟର ରାଷ୍ଟ୍ରପତିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ହେଲେ ଏହାପରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଏକ ବଡ ତ୍ରୁଟି ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ରିପୋର୍ଟ ମାଗିଥିଲେ ।

ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାର ଜୁନିୟର ଇଞ୍ଜିନିୟର ଅମ୍ବା ସିଓଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେଉଁ କାର୍ଯ୍ୟକ୍ରମକୁ ଯାଇଥିଲେ ସେହିଠାରେ ଇଞ୍ଜିନିୟର ଜଣକ କାର୍ଯ୍ୟରତ ଥିଲେ । ସେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବାକୁ ଯାଇଥିବା ଅଧିକାରୀଙ୍କ ସହ ହେଲିକପ୍ଟର ଅଟକିବା ସ୍ଥାନକୁ ଯାଇଥିଲେ । ରାଷ୍ଟ୍ରପତିଙ୍କୁ ଦେଖି ହୁଏତ ଭାବବିହ୍ଵଳ ହୋଇ ତାଙ୍କ ପାଦ ଛୁଇଁଥିଲେ ଇଞ୍ଜିନିୟର ଅମ୍ବା ।

କିନ୍ତୁ ରାଷ୍ଟ୍ରପତିଙ୍କୁ ସମ୍ମାନ ଦେଖାଇବା ତାଙ୍କ ପାଇଁ ମହଙ୍ଗା ପଡିଛି । ଦେଶର ରାଷ୍ଟ୍ରପତିଙ୍କୁ କଡା ସୁରକ୍ଷା ମଧ୍ୟରେ ରଖାଯାଏ । ଏପରି ବେଳେ ବିନା କୌଣସି ବିଶେଷ ଅନୁମତିରେ ତାଙ୍କ ପାଖକୁ ସୁଦ୍ଧା ଯିବାକୁ ଦିଆ ଯାଏନାହିଁ । କିନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜସ୍ଥାନ ଗସ୍ତରେ ଯାଇଥିବା ବେଳେ ଏହାର ବିପରୀତ ଦେଖିବାକୁ ମିଳିଛି ।

ରାଷ୍ଟ୍ରପତି ହେଲିକପ୍ଟରରୁ କାର୍ ରେ କାର୍ଯ୍ୟକ୍ରମ ସ୍ଥଳକୁ ଯିବାକୁ ବାହାରିଥିବା ବେଳେ ମହିଳା ଇଞ୍ଜିନିୟର ଜଣକ ତାଙ୍କୁ ପାଦୁକା ସ୍ପର୍ଶ କରି ପ୍ରଣାମ କରିଥିଲେ । ରାଷ୍ଟ୍ରପତି ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଥିଲେ । କିନ୍ତୁ ଏନେଇ ପ୍ରଶ୍ନ ଉଠାଇଥିଲେ ଗୃହ ମନ୍ତ୍ରଣାଳୟ । ଯାହାର ଜବାବ ସ୍ୱରୂପ ରାଜ୍ୟ ସରକାର ଉକ୍ତ ମହିଳା ଇଞ୍ଜିନିୟରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ପାଦ ଛୁଇଁବା ଯେ ତାଙ୍କ ପାଇଁ ମହଙ୍ଗା ପଡିବ ଏକଥା ସ୍ଵପ୍ନରେ ସୁଦ୍ଧା ଚିନ୍ତା କରି ନଥିବେ ।

ତେବେ ନିଲମ୍ବିତ ହୋଇଥିବା ଇଞ୍ଜିନିୟରଙ୍କ ତରଫରୁ ଏ ଯାଏଁ କୌଣସି ବିଶେଷ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଦେଖାଯାଉ ଆଗକୁ ସେ ତାଙ୍କ ଚାକିରି ଫେରି ପାଉଛନ୍ତି କି ନାହିଁ । ତେବେ ଏଭଳି ଏକ ମାମଲା ନେଇ ଆପଣଙ୍କ ମନ୍ତବ୍ୟ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।