କଅଁଳ ଛୁଆକୁ ଛାଡି ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ, ଛୁଆକୁ ଧରି ହନ୍ତସନ୍ତ ହେଉଛି ବାପା, ଦୃଶ୍ୟ ଦେଖିଲେ ଆଖିରୁ ଲୁହ ବୋହି ପଡିବ, ଦେଖନ୍ତୁ video

ବାପା କୋଳରେ ବସି ଅଝଟ କରୁଛି କୁନି ପୁଅ । ମା’ ଖୋଜୁଥିବା କୁନି ପୁଅଟିକୁ ବାପା କିନ୍ତୁ ସମ୍ଭାଳି ପାରୁନି । ବାପା ପାଖରେ ଥାଇ ବି ଅବୁଝା ହେଉଛି ପୁଅ । ଆପଣ ଭାବୁଥିବେ ପିଲାଟିର ମା’ କୁଆଡେ ଗଲା । ମା’ ତ ଅଛି କିନ୍ତୁ ନିଜ ସ୍ଵାମୀ ଓ ପିଲା ଉଭୟଙ୍କୁ ପର କରି ପର ପୁରୁଷ ସହ ନୂଆ ସଂସାର ଗଢିବା ପାଇଁ ଫେରାର ହୋଇଯାଇଛି । ସ୍ଵାମୀ ସ୍ତ୍ରୀକୁ ଝୁରି ହେଉଥିବା ବେଳେ ପୁଅ ବି ଅଥୟ ହୋଇଯାଉଛି । ଏହି ଦୃଶ୍ୟ ଦେଖିଲେ ଯେକୌଣସି ସହୃଦୟ ବ୍ୟକ୍ତିଙ୍କ ଛାତିରେ କୋହ ଆସିଯିବ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ନଡିଆଭଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡରା ଗାଁରେ । ଉକ୍ତ ଗାଁର ଶ୍ୟାମ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ଦଶ ଦିନ ହେବ ଅନ୍ୟ ପୁରୁଷ ସହ କେଉଁ ଆଡେ ପଳାଇ ଯାଇଛନ୍ତି । ମା’ ଯିବା ପରେ ଛୁଆଟି ଖିଆପିଆ ଠିକରେ କରୁନି, ଯେଉଁଥି ବାପା ଶ୍ୟାମ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ମା’ ସିନା ପରକୀୟା ପ୍ରୀତି ଅନ୍ଧ ହୋଇ ନିଜେ ଅନ୍ତଫାଡି ଜନ୍ମ ଦେଇଥିବା କଅଁଳ ଶିଶୁ ପୁତ୍ରକୁ ପର କରିଦେଲା, ହେଲେ ନିଷ୍ପାପ ଛୁଆଟି ପ୍ରତି ମୂହୁର୍ତ୍ତରେ ତା’ ମାଆକୁ ଝୁରି ହେଉଛି ।

କାନ୍ଦି କାନ୍ଦି ମା’ କୋଳ ଖୋଜୁଛି ଛୁଆଟି । ଏଭଳି ଦୃଶ୍ୟ ଦେଖିଲେ ସମ୍ପର୍କୀୟଙ୍କ ଆଖିରୁ ଲୁହ ଝରି ପଡୁଛି । ରଜନୀ ହଠାତ କୁଆଡେ ଉଭାନ ହୋଇଯିବା ଦେଖି ଶ୍ୟାମଙ୍କ ମୁଣ୍ଡ କାମ କରି ନଥିଲା । ସାତ ଜନମର ସାଥି କରିଥିବା ରଜନୀଙ୍କୁ ଖୁବ ଖୋଜାଖୋଜି କରିଥିଲେ ଶ୍ୟାମ । ହେଲେ ତାଙ୍କୁ ନପାଇ ଶେଷରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ପରିବାର ।

ସ୍ତ୍ରୀ ଚାଲିଯିବା ପରେ କୋମଲ ଶିଶୁ ପୁତ୍ରକୁ ଧରି ବହୁତ ହନ୍ତସନ୍ତ ହେଉଛନ୍ତି ଶ୍ୟାମ । ମା’ ଯଦି ନ ଫେରେ ତେବେ ପିଲାର ଅବସ୍ଥା କଣ ହେବ ଆପଣ ଅନୁମାନ କରି ପାରୁଥିବେ । ଛୁଆଟି ଖାଲି ପାଣି ଟିକେ ପିଉଛି ଆଉ କୁରକୁରେ ଦେଲେ ଖାଉଛି । ତା’ ଛଡା ଅନ୍ୟ କିଛି ବି ପାଟିରେ ନେଉନି ।

ଏହା ଦେଖି ସମ୍ପର୍କୀୟ ମାନେ ମଧ୍ୟ ଚିନ୍ତାରେ ପଡିଗଲେଣି । ତେବେ ରଜନୀ ତାଙ୍କ ଛୁଆ କଥା ଭାବି ଆଉ ଥରେ ଫେରି ଆସନ୍ତୁ ବୋଲି ସମସ୍ତଙ୍କ ଇଚ୍ଛା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।