ଝିଅ ହେବା ବୟସରେ ଟିଭି ର ଏହି ୫ ଟି ହିରୋଇନଙ୍କୁ ହେବାକୁ ପଡିଥିଲା ବୋହୁ, 4 ନମ୍ବର ତ ସମସ୍ତଙ୍କ ଫେବ୍ରେଟ – ଦେଖନ୍ତୁ କିଏ

କୌଣସି ବି ଟିଭି ସିରିଏଲ ର ପପୁଲାରିଟି ସେତେବେଳେ ବଢିଥାଏ ଯେତେବେଳେ ଶାଶୁ ନିଜର ସାଧା ସିଧା ଦେଖାଯାଉଥିବା ବୋହୁ ଉପରେ ଅତ୍ୟାଚାର କରିଥାଏ । ବୋହୁଙ୍କୁ ସାଧା ସିଧା ଦେଖାଇବା ପାଇଁ ସିରିଏଲ ମେକର୍ସ ଜାଣିଶୁଣି କମ ବୟସର ଝିଅଙ୍କୁ ବୋହୁର ଅଭିନୟ କରିବାକୁ ଦିଅନ୍ତି ଯାହା ଦ୍ଵାରା ଦର୍ଶକଙ୍କର ଇମୋସନାଲ ଆଟାଚମେଣ୍ଟ ସେହି ଚରିତ୍ର ସହିତ ହୋଇପାରିବ । ଏହା ଆଜି ହେଉନାହିଁ ବରଂ ଏହା ବହୁତ ସମୟ ପୂର୍ବରୁ ହେଉଛି ଯେତେବେଳେ ଝିଅ ହେବା ବୟସରେ ଟିଭିର ଏହି ୫ ଟି ହିରୋଇନଙ୍କୁ ବୋହୁ ହେବାକୁ ପଡିଥିଲା ଓ ଏହି ଅଭିନେତ୍ରୀ ମାନେ ପରଦା ଉପରେ ଯେଉଁ ଚରିତ୍ରର ଅଭିନୟ କରିଛନ୍ତି ତାହା ପ୍ରଶଂସାର ଯୋଗ୍ୟ । ଏହି କ୍ୟାରେକ୍ଟର କାରଣରୁ ସେମାନେ ଫେମସ ହୋଇଯାନ୍ତି ଓ ଫିଲ୍ମ ମେକର୍ସ ଙ୍କ ନଜର ମଧ୍ୟ ଏହି ଅଭିନେତ୍ରୀଙ୍କ ଉପରେ ପଡିଥାଏ ।

ଝିଅ ହେବା ବୟସରେ ଟିଭିର ଏହି ୫ ଟି ହିରୋଇନଙ୍କୁ ହେବାକୁ ପଡିଥିଲା ବୋହୂ

ହିନା ଖାନ

ଷ୍ଟାରପ୍ଲସ ର ପପୁଲାର ସିରିଏଲ “ୟେ ରିସ୍ତା କ୍ୟା କେହଲାତା ହେ” ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ହିନା ଖାନ ଏଥିରେ ଅକ୍ଷରା ଚରିତ୍ରରେ ଅଭିନୟ କରିଥିଲେ । ସେହି ସମୟରେ ହିନାଙ୍କ ବୟସ ୨୧ ବର୍ଷ ଥିଲା ଓ ସିରିଏଲରେ ୧୮ ବର୍ଷ ବୟସରେ ଅନସ୍କ୍ରିନ ସିଙ୍ଘାନିଆ ଖାନଦାନ ର ବୋହୁ ହୋଇଥିଲେ ।

ପ୍ରତ୍ୟୁଷା ବାନାର୍ଜୀ

କଲର୍ସ ଚ୍ୟାନେଲ ରେ ବହୁତ ପପୁଲାର ହୋଇଥିବା ଟିଭି ସିରିଏଲ “ବାଳିକା ବଧୂ” ରେ ଆନନ୍ଦି ଚରିତ୍ରରେ ପ୍ରତ୍ୟୁଷା ବାନାର୍ଜୀ ନଜର ଆସିଥିଲେ । ସେହି ସମୟରେ ତାଙ୍କ ବୟସ ୧୮ ବର୍ଷ ଥିଲା ଓ ସେ ଘରେ ଘରେ ଆଦର୍ଶ ବୋହୂ ସାଜିଥିଲେ ।୧ ଏପ୍ରିଲ ୨୦୧୬ ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅବିକା ଗୌର

କଲର୍ସ ର ଆଉ ଏକ ପପୁଲାର ସୋ “ଶଶୁରାଲ ସୀମର କା” ରେ ଅବିକା ଗୌର ଙ୍କ ବିବାହ ୧୫ ବର୍ଷ ବୟସରେ ହିଁ ହୋଇଯାଏ । ପ୍ରକୃତ ଜୀବନରେ ମଧ୍ୟ ସେ ୧୫ ବର୍ଷ ବୟସର ଥିଲେ ଓ ସେ ନିଜ କ୍ୟାରିଆର ର ଆରମ୍ଭ ୯ ବର୍ଷ ବୟସରେ ସିରିଏଲ “ବାଳିକା ବଧୂ” ରୁ ଆରମ୍ଭ କରିଥିଲେ ।

ମହିମା ମକବାନା

ଟିଭି ସିରିଏଲ “ସପନେ ସୁହାନେ ଲଡକପନ କେ”  ରେ ସାଧ ସିଧା ଦେଖାଯାଉଥିବା ମହିମାଙ୍କୁ ଯେବେ ଏହି ରୋଲ ମିଳିଥିଲା ସେତେବେଳେ ସେ କେବଳ ୧୨ ବର୍ଷର ଥିଲେ । ସିରିଏଲ ରେ ସେ ୧୮ ବର୍ଷ ବୟସ ଝିଅର ଅଭିନୟ କରିଥିଲେ ଓ ସେହି ବୟସରେ ତାଙ୍କର ବିବାହ ହୋଇ ଯାଇଥିଲା ।

ସାରା ଖାନ

ମାତ୍ର 17 ବର୍ଷ ବୟସରେ ସାରା ଖାନ ସିରିଏଲ “ବିଦାଇ” ରେ ସାଧନା ଚରିତ୍ରରେ ଅଭିନୟ କରିଥିଲେ ଓ ସମସ୍ତଙ୍କ ମନରେ ଘର କରିଥିଲେ । ଏହା ପରେ ସେ ଗୋଟିଏ ପାଗଳ ଲୋକକୁ ବିବାହ କରି ବଡ ଖାନଦାନ ର ଦୁଃଖୀ ବୋହୂ ସାଜିଥିଲେ ।