“ବଞ୍ଚିଥାଇ ବି ଶବ ଭଳି ବଞ୍ଚିଛନ୍ତି Anubhav, ରାଣୀ ପଣ୍ଡା ଠିକ କହିଛନ୍ତି ଆମେ ବି ତାଙ୍କ ପଛରେ ଅଛୁ…” ପୁରୁଷ ସୁରକ୍ଷା ସଂଗଠନ ସଭାପତିଙ୍କ ବଡ ବୟାନ

ପୁରୁଷ ସୁରକ୍ଷା ସଂଗଠନର ସଭାପତି ଅନୁଭବ ମହାନ୍ତିକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କି, ଅନୁଭବ ଶବ ଠାରୁ ବି କଦର୍ଯ୍ୟ ଭାବେ ବଞ୍ଚିଛନ୍ତି । ବଞ୍ଚିଥାଇ ସୁଦ୍ଧା ସେ ବଞ୍ଚିବାର ସ୍ଵାଦ ପାଉନାହାନ୍ତି । ତେଣୁ ଅନୁଭବ ବାବୁ ଆମେ ତୁମ ପଛରେ ଅଛୁ ବୋଲି ସେ ଆଶ୍ଵାସନା ଦେଇଛନ୍ତି । ଏବେ ଅନୁଭବଙ୍କ ପଛରେ ହଜାର ହଜାର ପୁରୁଷ ତଥା ପୁରୁଷ ସଂଗଠନ ଅନୁଭବ ସମର୍ଥନରେ ବାହାରିଛନ୍ତି । ଦୀର୍ଘ ଅଢେଇ ବର୍ଷ ହେବ ଅନୁଭବଙ୍କ ପାରିବାରିକ ବିବାଦ କୋର୍ଟରେ ଚାଲିଛି ।

ଏହି ସମୟ ମଧ୍ୟରେ ଅନୁଭବଙ୍କ ସବୁ ସ୍ଵପ୍ନ ଓ ସବୁ ଖୁସି ପାଣି ଫୋଟକା ଭଳି ଫାଟି ଯାଇଛି । ନିକଟରେ ଅନୁଭବଙ୍କ ଜନ୍ମଦିନ ଯାଇଥିବା ବେଳେ ସେଇ ଅବସରରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଅନୁଭବ ନିଜେ କହିବାର ଦେଖା ଯାଇଥିଲା କି, ମୁଁ ସେଇ ଦିନ ମୋ ଜନ୍ମଦିନ ପାଳିବି ଯେଉଁ ଦିନ ମୋର ଡିଭୋର୍ସ ହେବ । ଅନୁଭବଙ୍କ କଷ୍ଟ ଦେଖି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ପାଇଁ ବହୁତ ଦୁଃଖିତ ।

ଏପରି ସମୟରେ ପୁରୁଷ ସୁରକ୍ଷା ସଂଗଠନର ସଭାପତି ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି କି, ଅନୁଭବ ମହାନ୍ତି ଏବେ ଏଭଳି ସ୍ଥିତିରେ ଅଛନ୍ତି ସେ ନା ବଞ୍ଚି ପାରୁଛନ୍ତି ନା ମରି ପାରୁଛନ୍ତି । ଦୁଃଖ ଓ କଷ୍ଟ ସହି ସହି ତାଙ୍କ ଶରୀର ଏକ ନିର୍ଜୀବ ସ୍ଥାଣୁ ପାଲଟି ଗଲାଣି । କେବଳ ଏତିକି ନୁହେଁ ବରଂ ରାନୀ ପଣ୍ଡା ଅନୁଭବଙ୍କୁ ବାହା ହେବା ପାଇଁ ଭଲ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।

ପୁରୁଷ ସୁରକ୍ଷା ସଂଗଠନ ହିସାବରେ ଆମେ ଓ ଆମ ସଂଗଠନ ଅନୁଭବଙ୍କ ପଛରେ ଅଛୁ ବୋଲି ସେ କହିଛନ୍ତି । ତେବେ ଅନୁଭବ ତାଙ୍କ ଡିଭୋର୍ସ ପରେ ନୂଆ ଜୀବନ ଆରମ୍ଭ କରିବା ପାଇଁ କାତର ହୋଇ ଚାହିଁ ବସିଥିବା ବେଳେ ମାମଲାରେ କିନ୍ତୁ ପୂର୍ଣ୍ଣଚ୍ଛେଦ ପଡି ପାରୁନାହିଁ । ଦିନକୁ ଦିନ ଅସଜଡା ସୂତାଖିଅ ଭଳି ଛନ୍ଦି ହେବାରେ ଲାଗିଛି ମାମଲା ସବୁ ।

ତେବେ ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଦେଖାଯାଉ ଅନୁଭବ ଯାହା ଚାହୁଁଛନ୍ତି ତାଙ୍କୁ କେତେ ଶୀଘ୍ର ତାହା ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।