Jyotish Shastra- ସବୁଠୁ ଅଧିକ ଗର୍ବୀ ହେଇଥାନ୍ତି ଏହି 3 ଟି ନାମର ଝିଅ

ଅହଙ୍କାର ଏକ ଏପରି ରୋଗ ଯାହା ଅଧିକ ହେଲେ ମନୁଷ୍ୟ ବରବାଦ ହୋଇଯାଏ । କିଏ ଧନ ସଂପତ୍ତି ପାଇଁ ତ କିଏ ନିଜ ରୂପ ରଙ୍ଗ ପାଇଁ ଗର୍ବ କରନ୍ତି । କିନ୍ତୁ ମନୁଷ୍ୟର ଗର୍ବ ସବୁଦିନ ପାଇଁ ରୁହେ ନାହିଁ ।

କୁହାଯାଏ କି ପୁଅଙ୍କ ତୁଳନାରେ ଝିଅ ମାନେ ଅଧିକ ଅହଙ୍କାରୀ ହୋଇଥାନ୍ତି । ତେବେ ଏପରି କିଛି ଝିଅଙ୍କ ବିଷୟରେ ଜାଣିବା ଯେଉଁମାନେ ଟିକେ ଅଧିକ ଅହଙ୍କାରୀ ସ୍ଵଭାବର ହୋଇଥାନ୍ତି । ୧- D ନାମର ଝିଅମାନେ- ଏହି ନାମର ଝିଅମାନେ ବହୁତ ଅହଙ୍କାରୀ ହୋଇଥାନ୍ତି । ମାତ୍ର ବାହାରୁ ଏପରି ବ୍ୟବହାର କରନ୍ତି ଯେପରି ତାଙ୍କ ମନରେ ତିଳେ ହେଲେ ଗର୍ବ ନାହିଁ ।

ତେବେ କୌଣସି କାମ କଥା ଉଠିଲେ ଉଚିତ୍ ସମୟରେ ଏମାନଙ୍କ ଗର୍ବୀ ସ୍ଵଭାବ ଆପେ ସାମନାକୁ ଆସିଯାଏ । ଏମାନେ ନିଜ ରୂପକୁ ନେଇ ବହୁତ ଗର୍ବ କରନ୍ତୁ ଓ ସେଥିପାଇଁ ପୁଅଙ୍କ ଆଗରେ ବହୁତ ଭାଉ ଖାଆନ୍ତି ।

ଏମାନେ ନିଜକୁ ସ୍ଵର୍ଗର ପରୀ ଭଳି ଭାବନ୍ତି । ଏମାନଙ୍କ ପାଖରେ କୌଣସି ପ୍ରତିଭା ଥିଲେ ଏମାନଙ୍କ ମଧ୍ୟରେ ଶୀଘ୍ର ଅହଙ୍କାର ଭାବ ଆସିଯାଏ । ନିଜ ପ୍ରତିଭାକୁ ଦେଖାଇ ହେବାକୁ ଓ କେହି ପ୍ରଶଂସା କଲେ ନିଜ ଅହଙ୍କାରକୁ ସନ୍ତୁଷ୍ଟ କରିବାକୁ ଏମାନେ ଖୁବ୍ ଭଲ ପାଆନ୍ତି । ଏହି କାରଣରୁ ଅନେକ ଲୋକ ଏମାନଙ୍କୁ ହୃଦୟରୁ ପସନ୍ଦ କରନ୍ତି ନାହିଁ ।

A ନାମର ଝିଅମାନେ

ଏହି ନାମର ଝିଅଙ୍କ ଷ୍ଟାଟସ୍ ପ୍ରାୟତଃ ଟିକେ ଭଲ ରହିଥାଏ । ଭଲ ପରିବାରରେ ଜନ୍ମ ହୋଇଥିବାରୁ ଏମାନଙ୍କ ମନରେ ଗର୍ବ ଭାବ ଆସିଥାଏ । ସେଥିପାଇଁ ନିଜ ଠାରୁ ତଳ ଷ୍ଟାଟସ୍ ଲୋକଙ୍କୁ ଭାଉ ଦିଅନ୍ତି ନାହିଁ । ଆଉ ଯଦ୍ୟପି ଭୁଲବଶତଃ କାହାକୁ ଭାଉ ଦିଅନ୍ତି ତା ହେଲେ ନିଜ ପରିବାର ଓ ନିଜର ଗର୍ବ ପାଇଁ ଦୂରେଇ ଯାଆନ୍ତି ।

ଏମାନଙ୍କ ପସନ୍ଦ ବହୁତ ଉଚ୍ଚ ହୋଇଥାଏ । ଏମାନେ ଉଚ୍ଚ ସ୍ବପ୍ନ ଓ ଉଚ୍ଚ ଆକାଂକ୍ଷା ରଖନ୍ତି । ଏହି କାରଣରୁ ଏମାନଙ୍କ ମନରେ ଅହଙ୍କାର ଖୁବ୍ ଆସିଥାଏ । ଅନେକ ସମୟରେ ଏହି ଝିଅମାନେ ନିଜେ ମଧ୍ୟ ଅନୁଭବ କରି ପାରନ୍ତି ନାହିଁ କି ସେମାନେ କେତେ ଗର୍ବୀ ହୋଇ ଯାଉଛନ୍ତି । ଏମାନେ ପୁଅ ମାନଙ୍କ ପାଖରେ ବହୁତ ନଖରା କରନ୍ତି । ତାଙ୍କ ଗର୍ବ ଯୋଗୁଁ ଏମାନଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପୁଅଙ୍କ ପାଇଁ ବହୁତ କଷ୍ଟ ହୋଇଥାଏ ।

K ନାମର ଝିଅମାନେ

ଏହି ନାମର ଝିଅ ମାନଙ୍କୁ ନିଜ ଧନ, ଆଭୂଷଣ ଓ ଉନ୍ନତିର ଅହଙ୍କାର ହୋଇଥାଏ । ଅଧିକ ଧନ ଥିଲେ, ଭଲ ଆଭୂଷଣ ପିନ୍ଧିଥିଲେ କିମ୍ବା ଜୀବନରେ କୌଣସି ଉନ୍ନତି କଲେ ଏମାନେ ଗର୍ବୀ ହୋଇଯାଆନ୍ତି । ଏମାନେ ନିଜ ଠାରୁ ତଳେ ଥିବା ଲୋକଙ୍କ ସହ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ମଧ୍ୟରେ ବହୁତ ଈର୍ଷା ଭାବ ମଧ୍ୟ ଥାଏ । ଅନ୍ୟ କେହି ଏମାନଙ୍କ ଠାରୁ ଅଧିକ ଉନ୍ନତି କଲେ ଏମାନଙ୍କୁ ଭଲ ଲାଗେ ନାହିଁ । ଅହଙ୍କାରୀ ସ୍ୱଭାବରେ ଏମାନେ ଫସି ଯାଆନ୍ତି, ସେଥିପାଇଁ ଏମାନଙ୍କର ଅନେକ ଶତ୍ରୁ ମଧ୍ୟ ହୋଇଯାଆନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ