ଫ୍ଲାଇଟରେ ସବୁଠୁ ଅଧିକ ଯାତ୍ରା କରନ୍ତି ଏହି ରାଜ୍ୟର ଲୋକ, ପଢନ୍ତୁ ଏହି ରିପୋର୍ଟ

ବର୍ତ୍ତମାନ ସମୟରେ ଭାରତର ଅଧିକାଂଶ ଲୋକ ଫ୍ଲାଇଟରେ ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି । ହେଲେ ଆପଣ କଣ ଜାଣିଛନ୍ତି କି କେଉଁ ରାଜ୍ୟର ଅଧିକାଂଶ ଲୋକ ଫ୍ଲାଇଟରେ ଯାତ୍ରା କରନ୍ତି । ଫ୍ଲାଇଟ ମାଧ୍ୟମରେ ଲୋକମାନଙ୍କର ସମୟ ବଞ୍ଚିବା ସହିତ ଫ୍ଲାଇଟରେ ବହୁତ ଭଲ ସର୍ଭିସ ଲୋକମାନଙ୍କୁ ଦିଆଯାଇଥାଏ । ଆଜି ଆମେ ଆପଣଙ୍କୁ ଫ୍ଲାଇଟରେ ସବୁଠାରୁ ଅଧିକ ଲୋକ ଯାତ୍ରା କରୁଥିବା ରାଜ୍ୟ ବିଷୟରେ କହିବୁ । ଏହି ରାଜ୍ୟର ଲୋକମାନେ ଫ୍ଲାଇଟରେ ଯାତ୍ରା କରିବା ପାଇଁ ବହୁତ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ରାଜ୍ୟ ବିଷୟରେ ।

ଏକ ରିପୋର୍ଟ ଅନୁସାରେ ଜଣା ପଡିଛି କି ବିହାର ରାଜ୍ୟର ସବୁଠାରୁ ଅଧିକାଂଶ ଲୋକ ଫ୍ଲାଇଟରେ ଯାତ୍ରା କରନ୍ତି । ୨୦୧୬ ରୁ ୨୦୧୭ ମଧ୍ୟରେ ଯେତେ ଲୋକ ପାଟନାରୁ ଫ୍ଲାଇଟ ରେ ଯାତ୍ରା କରିଛନ୍ତି, ଏହାଠାରୁ ୪ ଲକ୍ଷ ଅଧିକ ଯାତ୍ରୀ ୨୦୧୭ ରୁ ୨୦୧୮ ରେ ୧୦ ମାସ ମଧ୍ୟରେ ଯାତ୍ରା କରିସାରିଛନ୍ତି । ୨୦୧୪-୧୫ ରୁ ୨୦୧୮-୧୯ ମଧ୍ୟରେ ଏହି ସେକ୍ଟରର ବୃଦ୍ଧି ଦର ୩୬.୬ ପ୍ରତିଶତ ଅଟେ ।

ଏକ ବର୍ଷର ଅବଧିରେ ଫ୍ଲାଇଟରେ ଯାତ୍ରା କରୁଥିବା ପ୍ୟାସେଞ୍ଜରଙ୍କ ସଂଖ୍ୟା ୯.୫ ଲକ୍ଷ ବଢିଯାଇଛି । ୨୦୧୭-୧୮ ମଧ୍ୟରେ ୩୧.୧୧ ଲକ୍ଷ ଲୋକ ଫ୍ଲାଇଟରେ ଯାତ୍ରା କରିଥିଲେ । ହେଲେ ୨୦୧୮-୧୯ ମଧ୍ୟରେ ଏହି ସଂଖ୍ୟା ବଢି ୪୦.୬୧ ଲକ୍ଷ ପର୍ଯ୍ୟନ୍ତ ଯାଇଥିଲା । ବିମାନ ଯାତ୍ରୀ ମାନଙ୍କର ବଢୁଥିବା ସଂଖ୍ୟାର କାରଣ ହେଉଛି ବିହାରକୁ ଯାଉଥିବା ଟ୍ରେନରେ ଲମ୍ବା ୱେଣ୍ଟିଙ୍ଗ ଲିଷ୍ଟ ରହିଛି । ଯାହାଫଳରେ ବିହାରର ଅଧିକାଂଶ ଲୋକ ଫ୍ଲାଇଟରେ ଯାତ୍ରା କରୁଛନ୍ତି ।

ପାଟନାରୁ ଦିଲ୍ଲୀ ମଧ୍ୟରେ ଯାଉଥିବା ରାଜଧାନୀ ଏକ୍ସପ୍ରେସ ପରି ଏସି ଟ୍ରେନ ରେ ଭଡା ୩୩୦୦ ପଡିଥାଏ । ଯଦି ଯାତ୍ରା ପୂର୍ବରୁ ହିଁ ଫିକ୍ସ ଥିବ ତେବେ ଆଡଭାନ୍ସ ବିମାନ ଟିକେଟ କାଟିଲେ ୩୩୦୦ ରୁ ୩୭୦୦ ଟଙ୍କାରେ ଆପଣ ପାଟନାରୁ ଦିଲ୍ଲୀ ବିମାନରେ ଯାତ୍ରା କରିପାରିବେ । ସେଥିପାଇଁ ବିହାରର ଅଧିକାଂଶ ଲୋକ ନିଜ ଘରକୁ ଯିବା ପାଇଁ ଫ୍ଲାଇଟରେ ଯାତ୍ରା କରନ୍ତି ।