ଘରେ ଯଦି ରଖିଛନ୍ତି ଶଙ୍ଖ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା ନହେଲେ…

ଆମର ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ମହତ୍ଵ ରହିଛି । କହିବାକୁ ଗଲେ ସମସ୍ତଙ୍କ ଘର ର ମନ୍ଦିରରେ ଆପଣଙ୍କୁ ଶଙ୍ଖ ନିଶ୍ଚିତ ନଜର ଆସିବ । କିନ୍ତୁ ଶଙ୍ଖକୁ ଘରେ ରଖିବାର ବି ବହୁତ ନିୟମ ଅଛି । ଯଦି ଆପଣ ସେହି ନିୟମ ଗୁଡିକ ପାଳନ କରୁ ନ ଥିବେ ତେବେ ଆପଣଙ୍କ ଘରର କିଛି ଅମଙ୍ଗଳ ହୋଇପାରେ । ଯେ କୌଣସି ପୂଜା ସମୟରେ ଯଦି ଶଙ୍ଖ ଫୁଙ୍କା ନ ଯାଏ ତେବେ ସେହି ପୂଜା ସମ୍ପୂର୍ଣ୍ଣ ହୋଇ ନ ଥାଏ ।

ଏହା ଶଙ୍ଖ ଫୁଙ୍କିବା ଦ୍ଵାରା ଘରର ସମସ୍ତ ନକରାତ୍ମକ ଊର୍ଜା ଦୂର ହୋଇଯାଏ । ଏହା ଛଡା ସବୁବେଳେ ଧ୍ୟାନ ରଖିବେ କି ଯେତେବେଳେ ବି ଆପଣ ଶଙ୍ଖ ଫୁଙ୍କୁଛନ୍ତି ତେବେ ଶଙ୍ଖକୁ ତିନି ଥର ଏବଂ ଅଧା ବଜାନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ ଓ ସନ୍ଧ୍ୟା ସମୟରେ କେବେ ବି ଆପଣ ଅଧା ଶଙ୍ଖ ବଜାଇବେ ନାହିଁ । ଏହା ଭୁଲ ଅଟେ ।

ଯଦି ଆପଣ ଶଙ୍ଖ ବଜାଇବା ଜାଣି ନାହାନ୍ତି ତେବେ କେବେ ବି ସନ୍ଧ୍ୟା ସମୟରେ ବଜାଇବେ ନାହିଁ ଓ ଅନ୍ୟ ସମୟରେ ଆପଣ ଶଙ୍ଖ ବଜାଇବାର ଅଭ୍ୟାସ କରି ପାରିବେ । କିନ୍ତୁ ସନ୍ଧ୍ୟା ସମୟରେ ଶଙ୍ଖ ବଜାଇବାର ଅଭ୍ୟାସ କରନ୍ତୁ ନାହିଁ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଯେଉଁ ଘରେ ଶଙ୍ଖ ନ ଥାଏ ସେହି ଘରକୁ କେବେ ବି ମାତା ଲକ୍ଷ୍ମୀଙ୍କ କୃପା ମିଳି ନ ଥାଏ । ସେହି ଘରେ ସବୁବେଳେ ଟଙ୍କାର ଅଭାବ ଲାଗି ରହିଥାଏ ।

ଶଙ୍ଖକୁ ସବୁବେଳେ ଉଚ୍ଚ ସ୍ଥାନରେ ରଖିବେ ଓ କେବେ ବି ଶଙ୍ଖକୁ ତଳେ ରଖିବେ ନାହିଁ । ଯଦି ଆପଣଙ୍କର ହାର୍ଟ ସମସ୍ୟା ଅଛି କିମ୍ବା ପେଟ ସମସ୍ୟା ଅଛି ତେବେ ଆପଣ ଶଙ୍ଖ ନିଶ୍ଚିତ ବଜାନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଏହି ସବୁ ରୋଗରୁ ମୁକ୍ତି ମିଳିବ । ଶଙ୍ଖ ପବିତ୍ରତାର ପ୍ରତୀକ ଅଟେ । ଶଙ୍ଖକୁ ସର୍ବଦା ସ୍ନାନ କରି ସାରିବା ପରେ ହିଁ ଧରନ୍ତୁ । ଏହା ଛଡା ଯଦି ଆପଣ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଘରେ ଆପଣ ଦୁଇଟି ଶଙ୍ଖ ରଖନ୍ତୁ ।

ଗୋଟିଏ ନିଜ ଘରର ମନ୍ଦିରରେ ରଖନ୍ତୁ ଓ ଅନ୍ୟଟି ଦକ୍ଷିଣା ବର୍ତ୍ତୀ ଶଙ୍ଖକୁ ନିଜ ଘରେ ରଖନ୍ତୁ । ଏହିଭଳି କରିବା ଦ୍ଵାରା ସେହି ଘର ସର୍ବଦା ଉନ୍ନତି କରିଥାଏ । ଏହା ଛଡା ଯଦି ଆପଣ ଶଙ୍ଖ ଦ୍ଵାରା ପାଣି ପିଇବେ ତେବେ ଏହା ଦ୍ଵାରା ଆପଣ ୯୦ % ରୋଗରୁ ମୁକ୍ତି ପାଇଯିବେ ।