ରାଜ ପରିବାରର ବୋହୁ ହୋଇ ମଧ୍ୟ ନାହିଁ ଟିକିଏ ବି ନାହିଁ ଗର୍ବ, ସମସ୍ତଙ୍କ ସାମ୍ନାରେ ବ୍ୟାଗ ଧରି ବଜାରରେ…

ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଥାଇ ମଧ୍ୟ ସେ ଏକ ସାଧାରଣ ମହିଳାଙ୍କ ପରି ଜୀବନ ଅତିବାହିତ କରନ୍ତି । ଏହି ମହିଳା ଜଣକ ଏକ ରାଜ ପରିବାରର ବୋହୁ ଓ ତାଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଥାଇ ମଧ୍ୟ ସେ ଏକ ସାଧାରଣ ମହିଳାଙ୍କ ପରି ନିଜ ଜୀବନ ଅତିବାହିତ କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ମହିଳାଙ୍କ ବିଷୟରେ ।


ଏହି ମହିଳା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମୋହନା କୁମାରୀ ସିଂହ । ସେ ହେଉଛନ୍ତି ଜଣେ ରାଜକୁମାରୀ ଓ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି । କିଛି ମାସ ପୂର୍ବରୁ ଆପଣ ମାନେ ମୋହନାଙ୍କୁ ସ୍ଟାର ପ୍ଲସର ଫେମସ ସିରିଏଲ ‘ୟେ ଋସ୍ତା କ୍ୟା କେହେଲାତା ହେ’ରେ ଦେଖିଥିବେ । କେବଳ ନିଜ ସଉକ ପାଇଁ ମୋହନା ଇଣ୍ଡଷ୍ଟ୍ରିରେ କାମ କରୁଥିଲେ । ବିବାହ ପରେ ସେ ନିଜ କ୍ୟାରିୟରକୁ ମଧ୍ୟ ପଛରେ ଛାଡି ଦେଇଥିଲେ ।


କିଛି ଦିନ ତଳେ ସୋସିଆଲ ମିଡିଆରେ ମୋହନାଙ୍କ କିଛି ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ମୋହନା ସମସ୍ତଙ୍କ ସାମ୍ନାରେ ବଜାରରେ କିଛି କିଣା କିଣି କରୁଥିବାର ନଜର ଆସୁଛନ୍ତି । ଫଟୋରେ ମୋହନାଙ୍କ ହାତରେ ଏକ ବ୍ୟାଗ ମଧ୍ୟ ନଜର ଆସୁଛି । ଏହି ସବୁ ଫଟୋ ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଲୋକମାନେ ମୋହେନାଙ୍କର ବହୁତ ପ୍ରଶଂସା କରୁଛନ୍ତି । ମୋହନାଙ୍କ ଶଶୁର ଘରେ ୨୦ ରୁ ଅଧିକ ଚାକର କାମ କରନ୍ତି, ତଥାପି ମଧ୍ୟ ମୋହନା କୌଣସି ଜିନିଷ କିଣିବା ପାଇଁ ନିଜେ ବଜାରକୁ ଯାଆନ୍ତି । କୋଟି କୋଟି ଟଙ୍କାର ସମ୍ପତ୍ତି ଥାଇ ମଧ୍ୟ ମୋହନାଙ୍କର ଗର୍ବ ଅହଂକାର ବିଲକୁଲ ନାହିଁ ।