UK ରେ ରହିବା, ପଢିବା, ବୁଲିବା ସବୁ କିଛି ଫ୍ରୀ କରାଇବ ଏହି କମନ ୱେଲଥ ଫୁଲି ଫଣ୍ଡେଡ ସ୍କଲାରସିପ, ଜାଣନ୍ତୁ କିପରି କରିବେ ଆପ୍ଲାଏ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ଶିକ୍ଷା ମାନବ ର ମୌଳିକ ଅଧିକାର ମଧ୍ୟରେ ଗୋଟିଏ ବୋଲି ପରିଗଣନା କରାଯାଉଛି । ସେଥିପାଇଁ ଶିକ୍ଷା କ୍ଷେତ୍ର ରେ ଅନେକ ସୁବିଧା ସୁଯୋଗ ଦିଆ ଯାଉଛି । ବିଭିନ୍ନ ପ୍ରକାର ଛାତ୍ର ବୃତ୍ତି ମଧ୍ୟ ଛାତ୍ରଛାତ୍ରୀ ଙ୍କୁ ଯୋଗାଇ ଦିଆଯାଉଛି । ଯାହା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ଉତ୍ତମ ଭାବରେ ଶିକ୍ଷା ଆହରଣ କରିପାରୁଛନ୍ତି । ଭାରତ ରେ ଶିକ୍ଷା କ୍ଷେତ୍ର ରେ ଅନେକ ଉନ୍ନତି ମୁଳକ କାର୍ଯ୍ୟ କରା ଯାଉଛି । ଯାହା ଦ୍ୱାରା ସମସ୍ତେ ଶିକ୍ଷିତ ହୋଇପାରିଛନ୍ତି ଓ ଦେଶ ର ସୁନାମ ଆଣି ପାରୁଛନ୍ତି ।

କିନ୍ତୁ ଅନେକ ଛାତ୍ର ଛାତ୍ରୀ ଙ୍କ ର ଗୋଟିଏ ସ୍ୱପ୍ନ ଥାଏ ଯେ ସେ ନିଜର ଉଚ୍ଚ ଶିକ୍ଷା ବିଦେଶ ରେ କରନ୍ତୁ । କିନ୍ତୁ ପରିବାର ର ଆର୍ଥିକ ସମସ୍ୟା ପାଇଁ ତାହା ସମ୍ଭବ ହୋଇ ପାରି ନ ଥାଏ । ବର୍ତ୍ତମାନ ସମୟ ରେ କମନ ୱେଲଥ ଫୁଲି ଫଣ୍ଡେଡ଼ ସ୍କଲାରଶିପ ଛାତ୍ରଛାତ୍ରୀ ମାନଙ୍କ ର ଏହି ସ୍ୱପ୍ନ କୁ ପୁରା କରୁଛି । ତେବେ ଆସନ୍ତୁ ସେହି ସମ୍ପର୍କରେ ଅଧିକ କିଛି କଥା ଜାଣିବା ।

ବନ୍ଧୁଗଣ ଅନେକ ଛାତ୍ରଛାତ୍ରୀ ଙ୍କ ର ଏହା ଇଚ୍ଛା ଥାଏ ଯେ ସେମାନେ ବିଦେଶ ରେ ଉଚ୍ଚ ଶିକ୍ଷା ଲାଭ କରିବେ । କିନ୍ତୁ ଆର୍ଥିକ ସମସ୍ୟା ରହୁଥିବା ରୁ ସେମାନେ ଏହି ସ୍ୱପ୍ନ ପୁରା କରି ପାରି ନ ଥାନ୍ତି । ତାଙ୍କ ପାଇଁ ଏହା ଏକ ପ୍ରକାର ଅସମ୍ଭବ ହୋଇଯାଇଥାଏ । କିନ୍ତୁ ସମୟ ବଦଳିଛି ବର୍ତ୍ତମାନ ସମୟ ରେ ଛାତ୍ରଛାତ୍ରୀ ମାନେ ନିଜର ସ୍ୱପ୍ନ କୁ ପୂରଣ କରିପାରିବେ କମନ ୱେଲଥ ଫୁଲି ଫଣ୍ଡେଡ଼ ସ୍କଲାର ଶିପ ଜରିଆ ରେ ।

ଏହି ସ୍କଲାର ଶିପ ପାଇବା ପରେ ଛାତ୍ରଛାତ୍ରୀ ମାନେ ବିଦେଶ କୁ ଯାଇ ନିଜର ଉଚ୍ଚ ଶିକ୍ଷା ପୂରଣ କରିପାରିବେ । ଉଚ୍ଚ ଶିକ୍ଷା ପାଇଁ ବିଭିନ୍ନ ସଂସ୍ଥା ମାନେ ବିଭିନ୍ନ ପ୍ରକାର ସ୍କଲାର ଶିପ ଯୋଗାଇ ଦେଇଥାନ୍ତି କିନ୍ତୁ ଏହି ସ୍କଲାରଶିପ ସେମାନଙ୍କ ଠାରୁ ବହୁତ ଅଲଗା ଅଟେ । ଏହା ଆପଣଂକୁ ଆପଣଙ୍କ ଟ୍ୟୁସନ ପାଇଁ ଆପଣଙ୍କ କଲେଜ ପାଇଁ ଆବଶ୍ୟକୀୟ ସମସ୍ତ ଅର୍ଥ ଯୋଗାଇ ଦେବ ।

କହିବାକୁ ଗଲେ ଆପଣ ଏକ ପ୍ରକାର ମାଗଣା ରେ ନିଜର ସ୍ୱପ୍ନ ପୁରା କରିପାରିବେ । ଯେଉଁ ମାନେ ବିଦେଶ ରେ ନିଜର ଉଚ୍ଚ ଶିକ୍ଷା ପୂରଣ କରି ନିଜ ଦେଶ ପାଇଁ ଅନେକ ଉନ୍ନତି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେହି ମାନଙ୍କ ପାଇଁ ଏହି ଛାତ୍ରବୃତ୍ତି ଉଦ୍ଧିଷ୍ଟ ଅଟେ । ପ୍ରତ୍ୟେକ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସ ରେ ଏହି ସ୍କଲାରଶିପ ପାଇଁ ଆବେଦନ କରାଯାଇଥାଏ । ଆପଣଂକୁ ଏହା ପ୍ରତି ଧ୍ୟାନ ରଖିବାକୁ ହେବ । ଏହାର ଯେଉଁ ମାଧ୍ୟମ ଅଛି ତାହା ହୁଏ ତ ଟିକେ କଷ୍ଟ ସାଧ୍ୟ ହୋଇପାରେ କିନ୍ତୁ ଆପଣଙ୍କ ସ୍ୱପ୍ନ ଆଗରେ ଏହା ବହୁତ ଛୋଟ ଅଟେ ।

ଆପଣ ଯଦି ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ କୌଣସି ଏକ ବିଶ୍ୱବିଦ୍ୟାଳୟ ର ସାର୍ଟିଫିକେଟ ଥିବା ନିହାତି ଆବଶ୍ୟକ । ଏହାକୁ ଆପଣ କମନ ୱେଲଥ ଅଫିସିଆଲ ୱେବ୍ସାଇଟ ରେ ଆବେଦନ କରିପାରିବେ ଏହା ଛଡା ପରେ ଆପଣଂକୁ ମାନବ ଉନ୍ନୟନ ମନ୍ତ୍ରାଳୟ ର ୱେବସାଇଟ ରେ ମଧ୍ୟ ଆବେଦନ କରିବାକୁ ପଡିବ । ପ୍ରଥମ ଆବେଦନ ରେ ଆପଣଙ୍କ ପାଖରେ ଥିବା ର୍କ ପିଡ଼ିଏଫ କୁ ଦ୍ଵିତୀୟ ସମୟ ଆବେଦନ କରିବା କରିବା ସମୟ ରେ ସେହି ୱେବସାଇଟ ରେ ଅପଲୋଡ଼ କରିବାକୁ ହେବ ।

ଏହିପରି ଭାବରେ ଆପଣ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ । ଆପଣ ବିଦେଶ ରେ ରହି ପାଠ ପଢିବା ଦ୍ୱାରା ଆପଣଙ୍କ ର ବହୁତ ଲାଭ ହୋଇଥାଏ କାରଣ ଆପଣ ବିଶ୍ୱ ର ଅନେକ ଭିନ୍ନ ଭିନ୍ନ ସ୍ଥାନ ରୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ପାଠ ପଢ଼ିଥାନ୍ତି । ଏହା ଦ୍ବାରା ଆପଣଂକର ଆନ୍ତରାଷ୍ଟ୍ରୀୟ ଜ୍ଞାନ ର ବିକାଶ ହୋଇଥାଏ । ତେଣୁ ଆପଣ ନିଶ୍ଚିତ ଭାବରେ ଏହି ସ୍କଲାରଶିପ ପାଇଁ ଆବେଦନ କରନ୍ତୁ ଓ ନିଜର ସ୍ୱପ୍ନ ପୂରଣ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।