ସବୁ ଖେଳ ବିଗାଡି ଦେଲା ଆମେରିକା…

ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ଋଷ ଠାରୁ ତୈଳ ଓ ଗ୍ଯାସ ଆମଦାନୀ ଉପରେ କଟକଣା ଲଗାଇବା ପରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଋଷ ୟୁକ୍ରେନର ରାଜଧାନୀ କିଭ ଅକ୍ତିଆର କରିବା ପାଇଁ ଚେଷ୍ଟା ଚଳେଇଥିବା ବେଳେ ସେପଟେ ୟୁକ୍ରେନର ସୁରକ୍ଷା ଲାଗି ପୋଲାଣ୍ଡ ନିଜର ସମସ୍ତ ମି୨୯ ଫାଇଟର ଜେଟ୍ ୟୁକ୍ରେନକୁ ଦେବାକୁ ନିଷ୍ପତ୍ତି ନେଇଛି । ଋଷ ସହ ମୁକାବିଲା କରିବାରେ ପୋଲାଣ୍ଡ ୟୁକ୍ରେନକୁ ସହାୟତାର ହାତ ବଢାଇଛି ।

ପୋଲାଣ୍ଡର ଏହି ନିଷ୍ପତ୍ତିକୁ ନେଇ ଆମେରିକା ଚିନ୍ତାରେ ଥିବା ବେଳେ ୟୁକ୍ରେନ କିନ୍ତୁ ପୋଲାଣ୍ଡର ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛି । ତେବେ ଋଷର ୟୁକ୍ରେନ ଉପରେ ଆକ୍ରମଣକୁ ଜବାବ ଦେବାକୁ ଆମେରିକା ପୋଲାଣ୍ଡରେ ଦୁଇଟି ପ୍ୟାଟ୍ରାଟ ମିଶାଇଲ ମୁତୟନ କରିବ । ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଥିବା ବେଳେ ନାଟୋ ଦେଶ ଏବଂ ଆମେରିକା ଉପରେ ଯେପରି କୌଣସି ବିପଦ ନଆସେ ସେଥିପାଇଁ ଏହି ମିଶାଇଲ ମୁତୟନ କରିବ ଆମେରିକା ।

ଏହାସହ ଆଜି ୟୁକ୍ରେନର ପାଞ୍ଚୋଟି ସହରରେ ଅସ୍ତ୍ର ବିରୋଧୀ ଘୋଷଣା କରିଛି ଋଷ । ସୁମୀ, ଖାରକିଭ, ମାରିଓପୋଲ, ଚେର୍ଣ୍ଣିହିବ, ଜାପୁରିଛିଆ ସହରରେ ଋଷ ଅସ୍ତ୍ର ବିରୋଧୀ ଘୋଷଣା କରିଛି । ହ୍ୟୁମାନିଟାରିୟାନ କରିଡର ଜରିଆରେ ନାଗରିକଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ଋଷ ଏହି ଅସ୍ତ୍ର ବିରୋଧୀ ଘୋଷଣା କରିଛି । ଋଷ ଏବଂ ବେଲାଋଷ ଉପରେ ପାଶ୍ଚାତ୍ୟ ଦେଶ ଲଗାଇଥିବା କଟକଣାର ଅବହେଳା କରିଥିବାରୁ କିଛି ଚୀନ କମ୍ପାନୀ ଗୁଡିକ ଉପରେ ତାଲାବନ୍ଦୀ ଲାଗିପାରେ ।

ଏସବୁ ସତ୍ତ୍ୱେ ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିସ ଆଜି ପୋଲାଣ୍ଡ ଏବଂ ରୋମାନିଆ ଗସ୍ତରେ ଯାଉଛନ୍ତି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଦୁଇ ଦେଶ ଗସ୍ତରେ ରହିବେ କମଲା ହାରିସ । ଦୁଇ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆମେରିକା ଓ ନାଟୋ ଦେଶ ଋଷ ବିରୋଧରେ ଲଢିବା ପାଇଁ  ୟୁକ୍ରେନକୁ ସହାୟତାର ହାତ ବଢାଇ ନଥିଲେ ମଧ୍ୟ ଋଷ ଉପରେ ଅନେକ ପ୍ରକାରର କଟକଣା ଲଗାଇଛି ଆମେରିକା ।

ଏହାସହ ଆହୁରି ଅନେକ ୟୁରୋପୀୟ ଦେଶମାନେ ମଧ୍ୟ ଋଷ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି । ଯାହାକୁ ନେଇ ଋଷ ମଧ୍ୟ ଏବେ ଚିନ୍ତାରେ ପଡିଯାଇଛି । କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ କରିବାରୁ ଏ ପର୍ଯ୍ୟନ୍ତ ଓହରି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।