Personality Test:- ସର୍କସର ଚାରୋଟି ଚରିତ୍ର ମଧ୍ୟରୁ ବାଛନ୍ତୁ ଗୋଟିଏ ଚରିତ୍ର ଆଉ ଜାଣନ୍ତୁ ନିଜର ସବୁଠୁ ବଡ ଦୁର୍ବଳତା କଣ

କେବେ କେବେ ଆମ ଭଲ ଗୁଣ ଆମର ଦୁର୍ବଳତା ବନିଯାଏ ତ ଆଉ କେବେ ଆମ ଦୁର୍ବଳତା ହିଁ ଆମତ ତାକତ ବନିଥାଏ । ସବୁ ବ୍ୟକ୍ତି ଚାହାନ୍ତି ନିଜ ଦୁର୍ବଳତାକୁ ଚିହ୍ନି ତାହାକୁ ସୁଧାରି ନିଏ ସେ ଜୀବନରେ ନିଶ୍ଚୟ ସଫଳ ହୁଏ । ଜ୍ଯୋତିଷ ଅନୁସାରେ ଆମେ ଆଜି ଆପଣଙ୍କ ଦୁର୍ବଳତା ଜାଣିବା ପାଇଁ ଏକ ଟେଷ୍ଟ ଗେମ୍ ନେଇ ଆସିଛୁ । ଏଥିରୁ ଗୋଟିଏ ସର୍କସ ଚରିତ୍ର ବାଛନ୍ତୁ ଓ ନିଜ ଦୁର୍ବଳତା କଣ ଜାଣନ୍ତୁ ଏବଂ ଏହାକୁ ସୁଧାରନ୍ତୁ ।

୧- ଜୋକର

ଯଦି ଆପଣଙ୍କୁ ସର୍କସର ଜୋକର ଚରିତ୍ର ପସନ୍ଦ ତେବେ ଆପଣଙ୍କ ସବୁଠୁ ବଡ ଦୁର୍ବଳତା ହେଉଛି ମନା ନକରି ପାରିବା ଗୁଣ । ସାମ୍ନାବାଲା ବ୍ୟକ୍ତି ଆପଣଙ୍କ ଶତ୍ରୁ କିମ୍ବା ସ୍ଵାର୍ଥୀ ମଣିଷ ହୋଇଥିଲେ ମଧ୍ୟ ଆପଣ ଚାହିଁଲେ ବି ତାଙ୍କୁ ମନା କରିପାରନ୍ତି ନାହିଁ । କେହି ଆପଣଙ୍କୁ ସାହାଯ୍ୟ ମାଗିଲେ ଆପଣ ନଚାହିଁଲେ ମଧ୍ୟ ତାଙ୍କର ସାହାଯ୍ୟ କରିଦିଅନ୍ତି । ଆଉ ଏହି ଅଭ୍ଯାସ ଅନେକ ସମୟରେ ଆପଣଙ୍କୁ ସମସ୍ୟାରେ ପକାଇ ଦିଏ । ତେଣୁ କେଉଁ ପରିସ୍ଥିତିରେ କାହାକୁ ସାହାଯ୍ୟ କରିବେ ଏହା ଆପଣ ଶିଖିବା ଉଚିତ ।

୨- ରିଙ୍ଗ ମାଷ୍ଟର

ଯଦି ଆପଣନ ରିଙ୍ଗ ମାଷ୍ଟର ବା ପଶୁପକ୍ଷୀଙ୍କ ଶିକ୍ଷକ ଚରିତ୍ର ପସନ୍ଦ ତେବେ ଆପଣ କାହା ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବାରେ ଖୁବ ଦୁର୍ବଳ ଅଟନ୍ତି । ଆପଣ ଅନ୍ୟମାନଙ୍କୁ ନିଜ ସହ ନେଇ ଚାଲି ପାରନ୍ତି ନାହିଁ । ସର୍କସରେ ପଶୁପକ୍ଷୀ ଯେପରି ରିଙ୍ଗ ମାଷ୍ଟରଙ୍କ କଥାକୁ ବୁଝି ନିଜ ଅନୁସାରେ ତାଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି ଆପଣ ମଧ୍ୟ ସେହିପରି ଅନ୍ୟର କଥା ଏବଂ ବ୍ୟବହାରକୁ ଧ୍ୟାନ ଦେଇ ସେହି ଅନୁସାରେ ତାଙ୍କ ସହ ସମ୍ପର୍କ ରଖିବା ଉଚିତ ।

୩- ରୋପ ୱାର୍କର

ଯଦି ଆପଣଙ୍କୁ ରୋପ୍ ୱାକରଙ୍କ ଚରିତ୍ର ପସନ୍ଦ ତେବେ ଆପଣ ନିଜକୁ ସାମାନ୍ଯ ଏବଂ ନିରାଶାବାଦୀ ମାନନ୍ତି ଓ ଡିପ୍ରେସନରେ ରୁହନ୍ତି । ଆପଣ ନିଜ ଆନ୍ତରିକ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି । ଆପଣ ଜାଣିବା ଦରକାର ଯେ ଆପଣ ଚମତ୍କାର ଅଟନ୍ତି । ନିଜକୁ ବିଶେଷ ବୋଲି ମାନିବାକୁ ପ୍ରେରଣା ଦିଅନ୍ତୁ । ଯେଉଁ ଦିନ ଆପଣ ନିଜକୁ ନେଇ ଏହି ଚିନ୍ତାଧାରା ପରିବର୍ତ୍ତନ କରିବେ ନିଜ ଭିତରେ ବହୁତ ବଡ ପରିବର୍ତ୍ତନ ଦେଖିବେ ।

୪- ଯାଦୁଗର

ଯଦି ଆପଣଙ୍କୁ ଯାଦୁଗରର ଚରିତ୍ର ପସନ୍ଦ ତେବେ ଅଧିକ ଷ୍ଟ୍ରେଟ ଫରୱାର୍ଡ ହେବା ଏବଂ ନିଜ ଚିନ୍ତା ବିଚାରକୁ ସବୁଠୁ ଆଗରେ ରଖିବା ହିଁ ଆପଣଙ୍କର ସବୁଠୁ ବଡ ଦୁର୍ବଳତା । ଆପଣଙ୍କ ଦିମାଗରେ ଯାହା ଆସିଥାଏ ଆପଣ କେବଳ ସେସବୁକୁ ହିଁ ଗୁରୁତ୍ଵ ଦିଅନ୍ତି । ସେଥିପାଇଁ ଛୋଟ କଥାରେ ଉତ୍ତେଜିତ ହୋଇ ତର୍କବିତର୍କ ଆରମ୍ଭ କରିଦିଅନ୍ତି । ଏହା ଯୋଗୁଁ ଆପଣ ଲୋକଙ୍କ ଦୃଷ୍ଟିରେ ଖରାପ ହୋଇଯାନ୍ତି । ତେଣୁ ନିଜ କଥାକୁ ଗଭୀରତାର ସହ ବୁଝି ତା’ପରେ ନିଜ ବିଚାର ରଖିବାକୁ ଚେଷ୍ଟା କରନ୍ତୁ ।