ବାରମ୍ବାର ଚେଷ୍ଟା ପରେ ବି ଗର୍ଭ ରହୁ ନାହିଁ କି ? ଗର୍ଭଧାରଣ ପାଇଁ ଏହି ରାମବାଣ ଆୟୁର୍ବେଦିକ ଘରୋଇ ଉପଚାର – Health Tips

ବିବାହ କରିବା ପରେ ପିଲାଟିଏ ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । କିନ୍ତୁ କେହି କେହି ଅନେକ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କ ଗର୍ଭ ରୁହେ ନାହିଁ । ଅନେକ ପ୍ରକାର ଉପାୟ ଆପଣେଇଲା ପରେ ମଧ୍ୟ ସେମାନଙ୍କ ଗର୍ଭ ରହି ନଥାଏ । ଗର୍ଭ ନ ରହିବାର ଅନେକ ପ୍ରକାର କାରଣ ରହିଛି । କିନ୍ତୁ ଆୟୁର୍ବେଦରେ ଏମିତି କିଛି ଉପାୟ ବର୍ଣ୍ଣିତ ଅଛି ଯାହାର ସେବନ କରି ଆପଣଙ୍କ ଗର୍ଭ ରହିପାରିବ । ତେବେ ଚାଲନ୍ତୁ ଜାଣିବା କଣ ଏହି ରାମବାଣ ଆୟୁର୍ବେଦିକ ଉପାୟ ।

ଗର୍ଭଧାରଣ ପାଇଁ ବା ବନ୍ଧ୍ୟାଦୋଷ ଦୂର କରିବା ପାଇଁ ଏହି ଘରୋଇ ଉପଚାରଟି ବହୁ ପୁରାତନ ଆୟୁର୍ବେଦିକ ଉପଚାର ଅଟେ । ଏହାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପ୍ୟାନରେ ଏକ ଗ୍ଳାସ ପାଣି ଦେଇ ଭଲ ଭାବେ ଫୁଟାନ୍ତୁ ଓ ତା’ପରେ ଏଥିରେ ଶୁଦ୍ଧ ଗାଈ କ୍ଷୀର ୨୫୦ml ଢାଳନ୍ତୁ ଓ ଏହାକୁ ଭଲ ଭାବେ ଫୁଟାନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଅଶ୍ଵଗନ୍ଧା ଚୂର୍ଣ୍ଣ । ଏହା ଆପଣଙ୍କୁ ଯେକୌଣସି ଗ୍ରୋସରି ଷ୍ଟୋର ବା ତେଜରାତି ଦୋକାନରେ ମିଳିଯିବ ।

ଏହି ଅଶ୍ଵଗନ୍ଧା ଚୂର୍ଣ୍ଣରୁ ଅଧା ଚାମୁଚ ଫୁଟୁଥିବା କ୍ଷୀରରେ ପାଇ ଦିଅନ୍ତୁ ଓ ଏହାକୁ ଅଳ୍ପ ସମୟ ଫୁଟିବାକୁ ଦିଅନ୍ତୁ । ଏହାପରେ ଏହି ମିଶ୍ରଣରେ ଏକ ଛୋଟ ଖଣ୍ଡ ମିଶ୍ରି ପକାନ୍ତୁ । ମିଶ୍ରି ପକାଇ ସାରିବା ପରେ ଏହି କ୍ଷୀରରେ ଏବେ ଏକ ଚାମୁଚ ଶୁଦ୍ଧ ଗୁଆ ଘିଅ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଭଲ ଭାବ ଫୁଟାନ୍ତୁ । ଯେତେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ୨୫୦ml ନ ହୋଇ ଯାଇଛି ସେତେ ପର୍ଯ୍ୟନ୍ତ ଏହି କ୍ଷୀରକୁ ଫୁଟିବାକୁ ଛାଡି ଦିଅନ୍ତୁ । ତା’ପରେ ଗ୍ଯାସ ବନ୍ଦ କରି ଏହାକୁ ଏକ ପାତ୍ରରେ ଛାଣି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗର୍ଭଧାରଣ ପାଇଁ ଆପଣଙ୍କ ଘରୋଇ ଉପଚାର । ତେବେ ଏହାକୁ ସେବନ କରିବାର ଉପାୟ ମଧ୍ୟ ଜାଣିବା ନିହାତି ଆବଶ୍ୟକ । ଏହି କ୍ଷୀରକୁ ସେବେ ପ୍ରସ୍ତୁତ କରନ୍ତୁ ଯେବେ ଆପଣଙ୍କ ଶୁଦ୍ଧ ସ୍ନାନର ସମୟ ହୋଇଥିବ । ଅର୍ଥାତ ଋତୁସ୍ରାବର ଚାରିରୁ ପାଞ୍ଚ ଦିନ ମଧ୍ୟରେ ଏହି କ୍ଷୀରକୁ ପ୍ରସ୍ତୁତ କରନ୍ତୁ ଓ ଏହାକୁ ସେବନ କରନ୍ତୁ । ଏହାପରେ ଆପଣ ନିଜ ସାଥିଙ୍କ ସହ ସହବାସ କରନ୍ତୁ ।

ଦେଖିବେ ଏହା ସେବନ କରିବା ପରେ ଆପଣ ନିଶ୍ଚୟ ଗର୍ଭଧାରଣ କରିବାକୁ ସକ୍ଷମ ହେବେ । ଏହା ଅତ୍ୟନ୍ତ ଚମତ୍କାରୀ ଘରୋଇ ଉପଚାର ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।