ଗୁରୁବାର ଦିନ ଏହି 3 କାମ ନିଶ୍ଚୟ କରନ୍ତୁ, ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଘରେ ହେବ ଧନବର୍ଷା – Vastu Tips

ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କ ବାର । ଏହିଦିନ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ସମସ୍ତେ ଚେଷ୍ଟା କରିଥାନ୍ତି ଓ ଏହିଦିନ ମା ଲକ୍ଷ୍ମୀଙ୍କ ପୂଜା ଆରାଧନା ମଧ୍ୟ କରିଥାନ୍ତି । ତେବେ ଏପରି କିଛି କାମ ରହିଛି ଯାହା ଆପଣଙ୍କୁ ସାମାନ୍ଯ ଲାଗୁଥିଲେ ମଧ୍ୟ ଗୁରୁବାର ଦିନ ଲାପ୍ଲାନ କରିବା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଓ ମା ଲକ୍ଷ୍ମୀ ପ୍ରସନ୍ନ ହେଲେ ଆପଣଙ୍କ ଘର ସଉଖ ସମୃଦ୍ଧିରେ ଭରିଯାଏ । ତେବେ ଚାଲନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ କଣ କରିବେ ।

କେବେବି ଗୋଟିଏ ହାତ ଉଠାଇ କାହାରିକୁ ନମସ୍କାର କରନ୍ତୁ ନାହିଁ । ଭଗବାନ ହୁଅନ୍ତୁ କି ମଣିଷ ସମସ୍ତଙ୍କୁ ଦୁଇ ହାତରେ ନମସ୍କାର କରନ୍ତୁ । ଯଦି ଆପଣ ଗାଡି ହ୍ୟାଣ୍ଡେଲ ଧରିଛନ୍ତି ତେବେ କେବଳ ମୁଣ୍ଡକୁ ତଳକୁ କରି ଦିଅନ୍ତୁ । ଏତିକି ହିଁ ଯଥେଷ୍ଟ ହେବ । ନାରୀମାନେ ସ୍ନାନ କରିବା ପରେ କେବେବି ହାତ ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ , ସର୍ବଦା ଚେଷ୍ଟା କରନ୍ତୁ ରୂପା କାଠି କିମ୍ବା ଝିଙ୍କ କଣ୍ଟାରେ ସୁନଦୂର ପିନ୍ଧିବା ପାଇଁ । ଏହା ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ପାଇଁ ମଙ୍ଗଳ ଅଟେ ।

ଆପଣଙ୍କ ଘରେ ପିତୃପୁରୁଷଙ୍କ ଫଟୋକୁ କେବେବି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଲଗାନ୍ତୁ ନାହିଁ । ଏହି ଫଟୋକୁ ଉତ୍ତର ଦିଗର କାନ୍ଥରେ ଲଗାନ୍ତୁ ଯାହାଫଳରେ ତାଙ୍କ ମୁହଁଟି ଦକ୍ଷିଣ ଦିଗକୁ ରହିବ । ଏଥିରେ ଆପଣଙ୍କ ଘରର ସର୍ବାହିତ ମଙ୍ଗଳ ହେବ । ଘରର ଦକ୍ଷିଣ କାନ୍ଥରେ କେବେ ହେଲେ ଘଣ୍ଟା ରଖନ୍ତୁ ନାହିଁ କି ଘରେ କୌଣସି ଅଚଳ କଣ୍ଟା ମଧ୍ୟ ରଖନ୍ତୁ ନାହିଁ । ଘଣ୍ଟାର ସମୟ ସର୍ବଦା ଆଗକୁ ରଖନ୍ତୁ ।

ଘରେ ଥିବା ଆଲମାରିର ମୁହଁ କେବେବି ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରେ କାହାର ନା କାହାର ଦେହ ସବୁବେଳେ ଅସୁସ୍ଥ ରହିବ ଓ ତାଙ୍କ ପଛରେ ସବୁବେଳେ ଟଙ୍କା ଖର୍ଚ୍ଚ ହେବ । ଘରେ ଥିବା ଝାଡୁରେ କେବେବି ଗୋଡ ଲଗାନ୍ତୁ ନାହିଁ କି ଶନିବାର ଦିନ କେବେବି ଝାଡୁ କିଣନ୍ତୁ ନାହିଁ । ଝାଡୁକୁ ଘରର ପଶ୍ଚିମ ଦିଗରେ ରଖିଲେ ଏହା ଶୁଭଫଳ ପ୍ରଦାନ କରିଥାଏ । ସୁନାକୁ କେବେବି ବାମ ହାତରେ ପିନ୍ଧନ୍ତୁ ନାହିଁ ଓ ଏହାକୁ ଲାଲ କିମ୍ବା ହଳଦିଆ କପଡାରେ ଗୁଡାଇ ରଖିଲେ ଶୁଭଫଳ ମିଳିଥାଏ ।

ପ୍ରତି ଗୁରୁବାର ଅଶ୍ଵତଥ ବୃକ୍ଷମୂଳରେ ଜଳ ଅର୍ପଣ କରନ୍ତୁ ଓ କିଛି କଞ୍ଚା କ୍ଷୀରରେ ହଳଦୀ ମିଶାଇ ଏହି ଗଛମୂଳରେ ଢାଳନ୍ତୁ ଏବଂ ବୃକ୍ଷର ଚାରିପାଖେ ପ୍ରଦକ୍ଷିଣ କରନ୍ତୁ । ଏହାଦ୍ବ୍ରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ । ମନେ ରଖନ୍ତୁ କେବେବି ଅନ୍ଧାରୁଆ ସ୍ଥାନରେ ଏକାକୀ ବସନ୍ତୁ ନାହିଁ କି ଭୋଜନ କରନ୍ତୁ ନାହିଁ । କାରଣ ଏପରି ସ୍ଥାନରେ ଅଲକ୍ଷ୍ମୀ ବାସ କରିଥାନ୍ତି ।

ସବୁବେଳେ କପଡା ଆସନରେ ବସି ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ତଳେ, ପଥର ଉପରେ କିମ୍ବା କାଠ ପିଢାରେ ବସି ପୂଜା କରନ୍ତୁ ନାହିଁ । ଶ୍ରୀ ଜନ୍ତ୍ର ଓ ଲାଲ କପଡାରେ ଗୁଡା ହୋଇଥିବା ଗୋଟିଏ ନଡିଆ ଠାକୁର ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।