ଏ କି ଯୁଗ ହେଲା ଭାଇ, ଫିଲ୍ମ ପୁଷ୍ପାର ଶ୍ରୀବଲ୍ଲୀ ଗୀତ ଷ୍ଟାଇଲର ଚାଲିଛି ହରେ ରାମ ହରେ କୃଷ୍ଣ କୀର୍ତ୍ତନ, ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି ଭିଡିଓ

ସାଉଥ ଫିଲ୍ମ ଦୁନିଆର ଷ୍ଟାଇଲିଶ ଷ୍ଟାର ଆଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା- ଦି ରାଇଜ’ ବକ୍ସ ଅଫିସରେ ଖୁବ କମାଲ କରିଥିଲା । ଡିସେମ୍ବର ମାସରେ ରିଲିଜ ହୋଇଥିବା ଫିଲ୍ମର ଫିଭର ଏବେବି ସୋ-ସି-ଆ-ଲ ମି-ଡି-ଆ-ରେ ଦେଖିବାକୁ ମିଳୁଛି । ଫିଲ୍ମରେ ପୁଷ୍ପରାଜ ଭୂମିକାରେ ଅଭିନୟ କରିଥିଲା ଆଲୁ ଅର୍ଜୁନଙ୍କ ଷ୍ଟାଇଲକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ବଡ ବଡ ଫିଲ୍ମ ଓ କ୍ରିକେଟ ତାରକାଙ୍କ ଠାରୁ ଆରମ୍ଭ କରି ସାଧାରଣ ମୁଲିଆ ମଜଦୁରିଆ ଯାଏଁ ସମସ୍ତେ ଆଲୁ ଅର୍ଜୁନଙ୍କ ଭୂମିକାକୁ ନକଲ କରୁଥିବାରୁ ଦେଖିବାକୁ ମିଳିଥିଲା ।

ଆଲୁ ଅର୍ଜୁନଙ୍କ ଦାଢିରେ ହାତ ମାରିବା ଷ୍ଟାଇଲ୍ଠୁ ନେଇ “ଶ୍ରୀବଲ୍ଲୀ” ଗୀତର ଡ୍ୟାନ୍ସ ଷ୍ଟେପ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁବ ଦିୱାନା କରିଥିଲା । ଯେଉଁଠି ଯାହାକୁ ଦେଖିବ ସମସ୍ତେ ଏହି ପୁଷ୍ପା ଫିଲ୍ମର ଡାଇଲଗ ଓ ଆଲୁ ଅର୍ଜୁନଙ୍କ ହୁକ୍ ଡ୍ୟାନ୍ସ ଷ୍ଟେପକୁ ନକଲ କରିବାକୁ ଚେଷ୍ଟା କରୁଥିଲେ ଓ ଏବେବି କରୁଛନ୍ତି । ଇନଷ୍ଟାଗ୍ରାମ ରିଲସ୍ ଠାରୁ ଆରମ୍ଭ କରି ଫେସବୁକ ନ୍ଯୁଜଫିଡ ଓ ହ୍ଵାଟ୍ସଆପ୍ ଷ୍ଟାଟସ ଯାଏଁ ସବୁଠୁ ପୁଷ୍ପା ଫିଭର ଦେଖିବାକୁ ମିଳିଥିଲା । ଏମିତିକି ଫିଲ୍ମ ବ୍ୟାନର ଷ୍ଟାଇଲର ଶାଢୀ ମଧ୍ୟ ବଜାରକୁ ଆସିଥିଲା ।

ଆଉ ଏବେ ପୁଷ୍ପା ଫିଲ୍ମର ଆଲୁ ଅର୍ଜୁନଙ୍କ ହୁକ୍ ଡ୍ୟାନ୍ସ ଷ୍ଟେପକୁ ଏକ ନିଆରା ଢଙ୍ଗରେ ଦେଖିବାକୁ ମିଳିଛି । କୀର୍ତ୍ତନ ବେଳେ ଗାୟକ ଓ ପାଳିଆ ମାନେ ଏହି ଷ୍ଟେପକୁ କରୁଥିବା ସମୟର ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । କୀର୍ତ୍ତନ ଆମ ଓଡିଶାର ଏକ ପାରମ୍ପରିକ କଳା । କୀର୍ତ୍ତନ ମାଧ୍ୟମରେ ଭଗବାନଙ୍କ କଥାସମୂହ ତଥା ବିଭିନ୍ନ ଶାସ୍ତ୍ର କଥା ପାଲା ବା କୀର୍ତ୍ତନ ମାଧ୍ୟମରେ ଲୋକଙ୍କ ନିକଟରେ ଉପସ୍ଥାପନା କରା ଯାଇଥାଏ ।

ଆଜିର ଟିଭି ମୋବାଇଲ ଯୁଗରେ ଲୋକେ କୀର୍ତ୍ତନ ଦେଖିବାକୁ କମ୍ ଆଗ୍ରହୀ ହେଉଥିଲେ ମଧ୍ୟ ଆଜିବି ଅନେକ ଅଞ୍ଚଳରେ ଏହି କଳା ଜୀବିତ ରହିଛି । “ହରେ ରାମ ହରେ ରାମ… ରାମ ରାମ ହରେ ହରେ” ଗାଇ ଗାଇ ପାଳିଆ ମାନେ ପୁଷ୍ପା ଫିଲ୍ମର ଆଲୁ ଅର୍ଜୁନଙ୍କ ଷ୍ଟାଇଲରେ ପାଲା କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟି ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ।

ତେବେ ପାଲା ଆମର ଏକ ପୌରଣିକ ସଂସ୍କୃତି ହୋଇଥିବା ବେଳେ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟରେ ଫିଲ୍ମ ଷ୍ଟାଇଲ ଡ୍ୟାନ୍ସକୁ ଅନେକ ନାପସନ୍ଦ କରୁଥିଲେ ମଧ୍ୟ ଅନେକ ଲୋକଙ୍କୁ ଏହା ଖୁବ ପସନ୍ଦ ହେଉଛି । ତେବେ ଆପଣଙ୍କୁ ଏହି ପୁଷ୍ପା ଷ୍ଟାଇଲ ପାଲା ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।