30 ବର୍ଷରେ ଯାହା ହୋଇ ନଥିଲା ତାହା ଆମେ 13 ଦିନରେ କରି ଦେଇଛୁ, ଯୁଦ୍ଧବେଳେ ରାଷ୍ଟ୍ରପତି Zelenskyy ଙ୍କ ଆଉ ଏକ ବୟାନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା

ମହାଯୁଦ୍ଧରେ ଋଷିଆ ପ୍ରାୟ ୧୨ ଯାହାର ସୈନ୍ୟଙ୍କୁ ହରାଇଲାଣି । ଯାହା ୩୦ ବର୍ଷରେ ହୋଇ ନଥିଲା ତାହା ୧୩ ଦିନରେ ହୋଇଛି । ଯୁଦ୍ଧବେଳେ ଏବେ ପୁଣି ଚର୍ଚ୍ଚାରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ବୟାନ । ଋଷିଆ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ମଧ୍ୟରେ ଜେଲେନସ୍କି ଏହି ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ବିଶ୍ବରେ ଖୁବ ଚର୍ଚ୍ଚା ହେଉଛି । ଏହି ଯୁଦ୍ଧକୁ ପ୍ରାୟ ୧୪ଦିନ ହେଲାଣି ।

ଆଉ ୟୁକ୍ରେନକୁ ଛାରଖାର କରିବା ପାଇଁ ଋଷିଆ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ତାହା ଆଗାମୀ ଦିନରେ ଋଷିଆକୁ ଭୟଙ୍କର ଅସୁବିଧାରେ ପକାଇବ ବୋଲି ଜେଲେନସ୍କି ବୟାନ ରଖିଛନ୍ତି । ଏପରିକି ଜେଲେନସ୍କି କହିଛନ୍ତି କି ରୁଷ ଏପର୍ଯ୍ୟନ୍ତ ଯେତିକି ଅସ୍ତ୍ରଶସ୍ତ୍ର ହରାଇଲାଣି ସେତିକି ଯୁଦ୍ଧାସ୍ତ୍ର ବିଗତ ୩୦ ବର୍ଷ ମଧ୍ୟରେ ବି ହରାଇ ନାହିଁ । ଏହି ଯୁଦ୍ଧରେ ରୁଷର ପାଖାପାଖି ୧୨ ହଜାର ସୈନ୍ୟ ନିହତ ହୋଇଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ।

ୟୁକ୍ରେନ ସହ ଯୁଦ୍ଧରେ ଭୟଙ୍କର କ୍ଷତି ସହିଲାଣି ଋଷିଆ । ଅଧିକ ଦିନ ଯୁଦ୍ଧ ଲାଗି ରହିଲେ ଭୟଙ୍କର ସ୍ଥିତିର ସାମ୍ନା କରିପାରେ ଋଷିଆ । ମହାଯୁଦ୍ଧରେ ଋଷିଆର ୧୨ ହଜାର ସୈନ୍ୟଙ୍କୁ ୟୁକ୍ରେନ ମାରି ସାରିଥିବା ଦାବି କରିଛି । କିନ୍ତୁ ଏହି ବୟାନକୁ ଋଷ ମାନିନାହିଁ । ଓଲଟା କହିଛି କି ଆମେ ଆମର ଅନେକ ସୈନ୍ୟଙ୍କୁ ହରାଇଛୁ ସତ କିନ୍ତୁ ୧୨ ହଜାର ନୁହେଁ । ଋଷିଆ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ ଆଉ ୟୁକ୍ରେନ ସହ ଯୁଦ୍ଧ ବିରତିର ପ୍ରଶ୍ନ ହିଁ ଉଠୁନି ।

ଋଷିଆ ପାଖରେ ଅସ୍ତ୍ରଶସ୍ତ୍ର ନାହିଁ ବୋଲି ଆଦୌ ବିଶ୍ବାସ କରନ୍ତୁ ନାହିଁ । ଏହା ସୁକଳ୍ପିତ ଗୁଜବ ବୋଲି ମସ୍କୋ କହିଛି । ସେପଟେ ଅନେକ ଦେଶର ବାରମ୍ବାର ନିବେଦନ ପରେ ବି ଯୁଦ୍ଧ ଥମୁନି । ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଚାଲିଛି ଋଷିଆ । ଏହାରି ମଧ୍ୟରେ ଋଷ ଓ ୟୁକ୍ରେନ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ପୂର୍ବରୁ ମଧ୍ୟ ଦୁଇଟି ଆଲୋଚନା ବିଫଳ ହୋଇଥିବା ବେଳେ ଏହି ବୈଠକ ମଧ୍ୟ ଫଳପ୍ରଦ ହେବନାହିଁ ବୋଲି ଅନେକ ରାଷ୍ଟ୍ର ଆଶଙ୍କା କରିଛନ୍ତି ।

ୟୁକ୍ରେନ ଓ ଋଷ ଯୁଦ୍ଧ ଜଟିଳ ସ୍ଥିତିରେ ରହିଥିବା ବେଳେ ହେବାକୁ ଥିବା ଏହି ବୈଠକ ଉପରେ ଏବେ ସମସ୍ତଙ୍କ ନଜର । ଯୁଦ୍ଧ ବିଭୀଷିକାର ହୃଦୟ ବିଦାରକ ଚିତ୍ର ସବୁ ସାମ୍ନାକୁ ଆସୁଛି । ଭୟ ଓ ଦୁର୍ଦ୍ଦିନ ମଧ୍ୟରେ ହଜାର ହଜାର ସଂଖ୍ୟକ ନାଗରିକ ପେଷି ହେଉଛନ୍ତି । ଆଉ ଏତିକି ବେଳେ ଜେଲେନସ୍କିଙ୍କ ବୟାନକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।