ଋଷ ଓ ୟୁକ୍ରେନର ଯୁଦ୍ଧ ମଧ୍ୟରେ ଅଚାନକ ଚୀନ ଯାହା କହିଲା ଶୁଣିଲେ ବିଶ୍ଵାସ କରି ପାରିବେନି…

ଆଜିକୁ ପ୍ରାୟ ଦୁଇ ସପ୍ତାହ ଧରି ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଇତିମଧ୍ୟରେ ଭାରତର ବନ୍ଧୁ ହେବାକୁ ଚାହେଁ ବୋଲି ଚୀନ ପୁଣି ଥରେ ଇସାରା କରିଛି । ଯେଉଁ ଚୀନ ଦୁନିଆର କୌଣସି ଦେଶକୁ ମଧ୍ୟ ଧମକ ଦେବାରୁ ପଛାଏ ନାହିଁ ସେ ଏବେ ଚେଷ୍ଟା କରୁଛି ତା’ ସମ୍ବନ୍ଧ ଭାରତ ସହ ଭଲ ରହୁ ବୋଲି । ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ଇ କହିଛନ୍ତି, ଗତ କିଛି ବର୍ଷ ଧରି ଭାରତ ଏବଂ ଚୀନ ମଧ୍ୟରେ କିଛି ସମସ୍ଯା ଦେଖା ଦେଇଛି । କିନ୍ତୁ ଵହି ସମସ୍ଯା ଉଭୟ ଦେଶ ପାଇଁ ଓ ସେମାନଙ୍କ ଲୋକଙ୍କ ପାଇଁ ହିତକର ନୁହେଁ ।

ତେଣୁ ସେ କହିଛନ୍ତି କି ଭାରତ ଓ ଚୀନ ପରସ୍ପରର ବିରୋଧୀ ନହୋଇ ବନ୍ଧୁ ହେବା ଉଚିତ । କେବଳ ଏତିକି ନୁହେଁ ବରନଗ ଚୀନର ବିଦେଶ ମନ୍ତ୍ରୀ ଆମେରିକାକୁ ଇଙ୍ଗିତ କରି କହିଛନ୍ତି କି କିଛି ଶକ୍ତି ଭାରତ ଓ ଚୀନ ମଧ୍ୟରେ ସର୍ବଦା ଅଶାନ୍ତି ଉତ୍ପନ୍ନ କରିବା ପାଇଁ ଚେଷ୍ଟା କରିଛନ୍ତି । ଏହା ପୂର୍ବରୁ ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଏକ ବୟାନ ଦେଇଥିଲେ କି ଏଲଏସି ରେ ସୈନ୍ୟବଳଙ୍କୁ ନିୟୋଜିତ ନ କରିବାକୁ ଯେଉଁ ଚୁକ୍ତି ହୋଇଥିଲା ତାହା ଚୀନ ଉଲ୍ଲଂଘନ କରିଛି, ଯାହାଫଳରେ ଚୀନ ସହ ଭାରତର ସମ୍ପର୍କ ଖୁବ ସମସ୍ୟାଜନକ ଭାବେ ଗତି କରୁଛି ।

ଠିକ ଏହାପରେ ହିଁ ଚୀନର ବିଦେଶ ମନ୍ତ୍ରୀ ବନ୍ଧୁତାର ବୟାନ ଦେଇଥିଲେ । ତେବେ ଭାରତର ବୃଦ୍ଧି ପାଉଥିବା ଶକ୍ତିକୁ ଦେଖି ଚୀନ ଲଗାତାର ନିଜର ସ୍ଵର ପରିବର୍ତ୍ତନ କରୁଛି । କିଛି ଦିନ ପୂର୍ବରୁ ମଧ୍ୟ ଚୀନ ପକ୍ଷରୁ ଭାରତ ସହ ସମ୍ପର୍କକୁ ନେଇ ଏକ ବୟାନ ଆସିଥିଲା । ସେହି ବୟାନରେ ଚୀନର ବିଦେଶ ମନ୍ତ୍ରୀ କହିଥିଲେ କି, ଯଦି ଭାରତ ଚାହିଁବ ତେବେ ହିମାଳୟ ବି କମର ବନ୍ଧୁତାକୁ ରୋକିପାରିବ ନାହିଁ ।

ସେହି ସମୟରେ ମଧ୍ୟ ଚୀନର ବିଦେଶ ମନ୍ତ୍ରୀ କହିଥିଲେ କି ଭାରତ ଓ ଚୀନ ପରସ୍ପର ସହ ଲଢିବା ଉଚିତ ନୁହେଁ ବରଂ ଏକା ସାଥିରେ କାର୍ଯ୍ୟ କରିବା ଉଚିତ । ତେବେ ଚୀନ ବିଦେଶ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ବିଦେଶ ବିଭାଗ ବିଶେଷଜ୍ଞ ମାନେ ଏହାର ଅଲଗା ଅଲଗା ଅର୍ଥ ବାହାର କରୁଛନ୍ତି । କିଛି ବିଶେଷଜ୍ଞଙ୍କ ମତରେ ଚୀନ ଉପରେ ଏତେ ଶୀଘ୍ର ଭରସା କରା ଯାଇପାରିବ ନାହିଁ । କାରଣ ସୀମାରେ ଜାରି ହୋଇଥିବା ଗତିରୋଧ ଉପରେ ଚୀନର ଉଦ୍ଦେଶ୍ୟ କେବେବି ସକାରାତ୍ମକ ରହିନାହିଁ ।

ଆଉ କିଛି ବିଶେଷଜ୍ଞଙ୍କ କହିବା ନୁଯାୟୀ ଭାରତର ଶକ୍ତି ବୃଦ୍ଧି ହେଉଥିବାର ଦେଖି ଚୀନ ଧୀରେ ଧୀରେ ନିଜ ମୋଡ ପରିବର୍ତ୍ତନ କରୁଛି । କାରଣ ଚୀନକୁ ଭଲ ଭାବେ ଜଣା କି ଯଦି କେଉଁ ଦେଶ ତାକୁ ଟକ୍କର ଦେଇପାରେ ସେ ହେଉଛି ଭାରତ । ତେବେ ଏ ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।