Savitri Brata 2022: ସାବିତ୍ରୀ ଅମାବାସ୍ୟାରେ ଏହି 6 ରାଶିଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ମାତା ଲକ୍ଷ୍ମୀ, ଖୋଲିବ ଭାଗ୍ଯର ଦ୍ଵାର

ଆଜିର ସମାଜରେ ପ୍ରତ୍ଯେକ ବିଷୟ ପାଇଁ ରାଶିଚକ୍ରକୁ ଦେଖା ଯାଇଥାଏ । କାରଣ ଗ୍ରହ ମାନଙ୍କର ଚଳନ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାନ୍ତି । ଆସନ୍ତା ମେ ୩୦ ତାରିଖ ତଥା ସାବିତ୍ରୀ ଅମାବାସ୍ୟା ଦିନ ଗ୍ରହ ମାନଙ୍କର ପ୍ରଭାବ ଅଲଗା ଅଲଗା ରାଶିଙ୍କ ଉପରେ ପଡିବା ହେତୁ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିମାନଙ୍କ ଭାଗ୍ୟ ଅଚାନକ ଭାବେ ଖୋଲିବାକୁ ଯାଉଛି । ତେଣେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ଯଶାଳୀ ରାଶି ଅଟନ୍ତି ଯେଉଁମାନଙ୍କ ଉପରେ ମାତା ଲକ୍ଷ୍ମୀ କୃପା ବର୍ଷା କରିବାକୁ ଯାଉଛନ୍ତି ।

ମିଥୁନ ରାଶି । ଆପଣଙ୍କ ଜୀବନରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ରାଜଯୋଗ କାରଣରୁ ଆପଣଙ୍କ ଧନ ବୃଦ୍ଧି ହେବ ଓ ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବେପାର କ୍ଷେତ୍ରରେ ଲାଭବାନ ହେବେ ଓ ସମସ୍ତ ଭୌତିକ ସୁଖ ସୁବିଧା ଆପଣଙ୍କୁ ପ୍ରାପ୍ତ ହେବ । ଆପଣ ନିଜ ଚତୁରତା ଓ ବିବେକ ହେତୁ ସମସ୍ତ ପରିସ୍ଥିତିର ସାମ୍ନା କରିପାରିବେ ଓ ସବୁ କାର୍ଯ୍ୟରେ ସଫଳ ହେବେ ।

କୁମ୍ଭ ରାଶି । ଆପଣଙ୍କ ବ୍ୟବସାୟରେ ବିଶେଷ ବୃଦ୍ଧି ହେବାକୁ ଯାଉଥିବାରୁ ଆପଣଙ୍କ ଶତ୍ରୁମାନେ ଉଗ୍ର ହୋଇ କଷ୍ଟ ପହଞ୍ଚାଇବାକୁ ଚେଷ୍ଟା କରିବେ । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ ସେମାନେ ଆପଣଙ୍କର କିଛି ବିଗାଡି ପାରିବେ ନାହିଁ । ଆପଣଙ୍କ ଜୀବନରେ ବହୁତ ଖୁସିର ଆଗମନ ହେବାକୁ ଯାଉଛି । ଗୁରୁଜନମାନଙ୍କ ସହଯୋଗ ପ୍ରାପ୍ତ ହେବେ ଓ ଆକସ୍ମିକ ଧନ ପ୍ରାପ୍ତି ହେବ ।

ବୃଷ ରାଶି । ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି ତେଣୁ ଆସନ୍ତା ଦିନଗୁଡିକ ଆପଣଙ୍କ ପାଇଁ ଶୁଭ ହେବାକୁ ଯାଉଛି । ଆପଣଙ୍କ ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ସହଯୋଗ କରିବ ଓ ଧନ ସମ୍ପତ୍ତି ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ବିବାହରେ ବିଳମ୍ବ ହେଉଥିଲେ ଅତି ଶୀଘ୍ର ହୋଇଯିବ । ପାର୍ଟନରସିପ ବିଜନେସରେ ଆପଣ ନିଶ୍ଚୟ ଫଳପ୍ରଦ ହେବେ ।

ସିଂହ ରାଶି । ଆପଣ ଏବେ ଠାରୁ ସବୁ କାର୍ଯ୍ୟରେ ସଫଳତା ଲାଭ କରିବେ ଓ ଆପଣଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି । ପରିବାର ସୁଖ ସମୃଦ୍ଧିରେ ପୁରି ରହିବ ଓ ଯେକୌଣସି କାର୍ଯ୍ୟରେ ଆପଣ ହାତ ଦେବେ ସେଥିରେ ଅବଶ୍ୟ ସଫଳ ହେବେ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ ଓ ଜୀବନରେ ଲାଗି ରହିଥିବା ସବୁ ସମସ୍ଯା ଦୂର ହେବ ।

ତୁଳା ରାଶି । ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟିରୁ ଆପଣଙ୍କୁ ମଧ୍ୟ ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି । ଆପଣଙ୍କ ଜୀବନରେ ଏମିତି କିଛି ଘଟିବ ଯାହା ଆପଣ କେବେବି ଭାବି ନଥିବେ । ପିତାମାତାଙ୍କ ଚିନ୍ତା ଦୂର ହେବ ଓ ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳ ହେବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ଓ ଆୟର ନୂଆ ସ୍ରୋତ ମଧ୍ୟ ପ୍ରାପ୍ତ ହେବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

ମେଷ ରାଶି । ମାତା ଲକ୍ଷ୍ମୀଙ୍କ ଅଶେଷ କୃପାରୁ ଆପଣଙ୍କ ଆର୍ଥିକ ଅବସ୍ଥା ଖୁବ ଭଲ ରହିବ ଓ ବ୍ୟବାସ୍ୟା କ୍ଷେତ୍ରରେ ଖୁବ ଉନ୍ନତି ଘଟିବ । ପ୍ରେମ ସମ୍ପର୍କରେ ଥିବା ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ଜୀବନସାଥି ବହୁତ ଖୁସି ଦେବେ ଓ ଶୀଘ୍ର ବିବାହ ମଧ୍ୟ ହୋଇପାରେ । ଚାକିରି ଓ ବ୍ୟବସାୟ ଉଭୟ କ୍ଷେତ୍ରରେ ଆପଣ ଧନ ଲାଭ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।