ସଧବା ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡ ମୁଦି ? ଜାଣନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ଓ ଏହାର ଲାଭ

ଭାରତରେ ପ୍ରତ୍ଯେକ ବାସ କରୁଥିବା ପ୍ରତ୍ଯେକ ଧର୍ମ ତଥା ସମୁଦାୟର ନିଜେ ସ୍ଵତନ୍ତ୍ର ରୀତିନୀତି ରହିଛି । ସେହିପରି ହିନ୍ଦୁଧର୍ମରେ ସ୍ତ୍ରୀ ଲୋକମାନେ ବିବାହ ପରେ ଗୋଡରେ ମୁଦି ପିନ୍ଧିବାର ନିୟମ ରହିଛି । ଅନେକ ମହିଳା ଗୋଡରେ ମୁଦି ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ବହୁତ କମ୍ ମହିଳା ଜାଣନ୍ତି କି ବିବାହିତ ମହିଳାମାନେ ଗୋଡରେ କଣ ପାଇଁ ମୁଦି ପିନ୍ଧନ୍ତି । ତେବେ ଆଜି ଆମେ ଆପଣଙ୍କୁ ହିନ୍ଦୁଧର୍ମରେ ବିବାହିତ ମହିଳାମାନେ ମୁଦି ପିନ୍ଧିବାର କାରଣ ବିଷୟରେ ଜଣାଇବୁ ।

ଗୋଡରେ ଉଡି ପିନ୍ଧିବାର ରୀତିନୀତି ବୈଦିକ ଯୁଗରୁ ପ୍ରଚଳିତ ରହିଛି । ଆଜିବି ମହିଳାମାନେ ଗୋଡରେ ମୁଦି ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ରାମାୟଣ ମହାକାବ୍ୟରେ ମଧ୍ୟ ଗୋଡ ମୁଦି ବିଷୟରେ ଉଲ୍ଲେଖ ରହିଛି । ଯେତେବେଳେ ରାବଣ ମାତା ସୀତାଙ୍କୁ ହରଣ କରି ନେଇଥିଲା ଭଗବାନ ରାମଙ୍କୁ ତାଙ୍କ ବିଷୟରେ ସୁରାକ ଦେବା ପାଇଁ ସେ ନିଜ ଗୋଡ ମୁଦି କାଢି ଫୋଫାଡି ଥିଲେ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗୋଦା ମୁଦିକୁ ଜଣେ ମହିଳାଙ୍କ ଷୋଳ ଶୃଙ୍ଗାର ମଧ୍ୟରୁ ଗୋଟିଏ ବୋଲି ମାନାଯାଏ । ହିନ୍ଦୁଧର୍ମରେ ଗୋଡ ମୁଦି ଜଣେ ମହିଳାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମାନାଯାଏ । ସିନ୍ଦୂର ଓ ମଙ୍ଗଳସୂତ୍ର ଭଳି ଗୋଡ ମୁଦି ମଧ୍ୟ ଜଣେ ବିବାହିତ ମହିଳାଙ୍କ ସୁହାଗର ଚିହ୍ନ ବୋଲି ମାନାଯାଏ । ସେଥିପାଇଁ ମହିଳାଙ୍କ ଗୋଡ ମୁଦି ହଜିଯିବାକୁ ଅଶୁଭ ବୋଲି ମାନାଯାଏ ।

ଦୂର୍ଗା ପୂଜା ସମୟରେ ଦେବୀ ମା’ଙ୍କୁ ଷୋଳ ଶୃଙ୍ଗାର ସହ ଗୋଡ ମୁଦି ମଧ୍ୟ ପିନ୍ଧା ଯାଇଥାଏ । ବିଜ୍ଞାନ ଅନୁସାରେ ଦେଖିବାକୁ ଗଲେ ପ୍ରମାଣ ରହିଛି କି, ଗୋଡ ମୁଦି ପିନ୍ଧିବା ଦ୍ଵାରା ମହିଳା ମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡେ ଓ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରୁହେ । ଗୋଡର ବୁଢା ଆଙ୍ଗୁଠିର ପାଖରେ ଥିବା ଆଙ୍ଗୁଠିରେ ମୁଦି ପିନ୍ଧିବା ଦ୍ଵାରା ଏହା ଏକ ପ୍ରକାର ଆକ୍ୟୁପ୍ରେସର ଭଳି କାମ କରିଥାଏ । କାରଣ ଏହି ଆଙ୍ଗୁଠିର ଶିରା ପ୍ରଶିରା ସିଧା ମହିଳାଙ୍କ ହୃଦୟ ଓ ଗର୍ଭାଶୟ ସହ ଜଡିତ ହୋଇ ରହିଥାଏ ।

ତେଣୁ ସେହି ଆଙ୍ଗୁଳିର ଶିରା ପ୍ରଶିରାରେ ଚାପ ପଡିବା ଦ୍ଵାରା ମହିଳାଙ୍କ ଶରୀରରେ ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ । ଏହାଦ୍ବାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିବା ସହ ଅନିୟମିତ ଋତୁସ୍ରାବ ଭଳି ସମସ୍ଯା ଥିଲେ ତାହା ମଧ୍ୟ ସାଧନ ହୋଇଥାଏ । ଏହା ବ୍ଯତୀତ ଗୋଡ ମୁଦି ପିନ୍ଧିବା ଦ୍ଵାରା ଥାଇରଏଡ ହେବାର ସମ୍ଭାବନା ମଧ୍ୟ କମ୍ ରହିଥାଏ ଓ ମହିଳାଙ୍କ ହର୍ମୋନାଲ ସିଷ୍ଟମ ମଧ୍ୟ ଭଲ ଭାବେ କାର୍ଯ୍ୟ କରିଥାଏ ।

କିଛି ମହିଳା ଗୋଡରେ ଚାନ୍ଦିର ମୁଦି ପିନ୍ଧୁଥିବା ବେଳେ ଆଉ କିଛି ଅହିଲା ସୁନାର ମୁଦି ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଅଣ୍ଟାରୁ ତଳକୁ ସୁନା ଆଭୁଷଣ ପିନ୍ଧିବା ଦ୍ଵାରା ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ସେଥିପାଇଁ ଗୋଡରେ ପ୍ରାୟତଃ ଚାନ୍ଦିର ମୁଦି ପିନ୍ଧିବାକୁ କୁହାଯାଏ । ଚାନ୍ଦିକୁ ବିଦ୍ୟୁତ ସୁଚାଳକ ମାନାଯାଏ । ଏହା ପିନ୍ଧିବା ଦ୍ଵାରା ଶରୀରରେ ଊର୍ଜା ସଞ୍ଚାର ହୋଇଥାଏ ମହିଳାମାନେ ସର୍ବଦା ସୁଖଦ ଅନୁଭବ କରିଥାନ୍ତି ଓ ନକରାତ୍ମକ ବିଚାର ମଧ୍ୟ ଦୂରରେ ରହିଥାଏ ।

କିନ୍ତୁ ଗୋଡରେ ସୁନା ମୁଦି ପିନ୍ଧିବା ଦ୍ଵାରା ଶରୀରରେ ଉତ୍ତାପର ସନ୍ତୁଳନ ବିଗିଡିଯାଏ ଓ ଅନେକ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।