ଶାଶୁଘରେ ଝିଅ ନିର୍ଯ୍ୟାତନା ପାଉଛି ଜାଣିବା ପରେ ଶାଶୁଘରୁ ଝିଅ କୁ କିଛି ଏମିତି ନିଆରା ଢଙ୍ଗରେ ଶୋଭାଯାତ୍ରା କରି ଘରକୁ ଫେରାଇ ଆଣିଛନ୍ତି ବାପା…..

ବ୍ୟାଣ୍ଡ ବାଜା ବାଣ ରୋଷଣୀ ସହ ଶାଶୁଘରୁ ବାପଘରକୁ ଆସିଲା ଗେଲହା ଝିଅ । ନିଜର ଅଲିଅଳି ଝିଅ କୁ ସମ୍ମାନ ର ସହ ନିଜ ଘରକୁ ଫେରାଇ ଆଣିଛନ୍ତି ବାପା । ହଁ ଦର୍ଶକ ବନ୍ଧୁ କଥାରେ ଅଛି ଝିଅ ଜନ୍ମ ପର ଘରକୁ । ଦେଲୁ ନାରୀ ହେଲୁ ପାରି । ଏମିତି କିଛି ପ୍ରଥା ଆମର ପୁରୁଷ ପ୍ରଧାନ ସମାଜ ରେ ରହିଛି । ଝିଅ ଟି କୁ ବାହା ଦେଇ ଦେଲେ ବାପା ମା ଙ୍କ ମୁଣ୍ଡରୁ ଯେମିତି ଗୋଟେ ବଡ ବୋଝ ଓଲହାଇ ପଡେ ଏମିତି ମାନ୍ୟତା ଅଛି ।

ଯଦି ବିବାହ ପରେ ଶାଶୁଘର ଲୋକେ ଝିଅ କୁ ନ ଆପଣେଇ ନିର୍ଯ୍ୟାତନା ଅତ୍ୟାଚାର କରନ୍ତି ତେବେ କେଉଁ ବାପା ବା ସହି ପାରିବ । ଝିଅ ଶାଶୁଘରେ ଦୁଃଖ କଷ୍ଟରେ ରହିବ ଏ କଥାକୁ କେଉଁ ବାପା ସହି ପାରିବ ? ତେବେ ଝାଡଖଣ୍ଡ ର ରାଞ୍ଚି ରେ ଏଭଳି ଏକ ଘଟଣା ଘଟିଛି ଯାହା ପୁରୁଷ ପ୍ରାଧାନ୍ଯ ସମାଜ ଙ୍କୁ ଏକ ଉଚିତ ଶିକ୍ଷା କହିଲେ କିଛି ଭୁଲ ହେବ ନାହିଁ । କୈଳାସ ନଗରର ପ୍ରେମ ଗୁପ୍ତା ବର୍ଷେ ପୂର୍ବରୁ ନିଜ ଝିଅର ବାହାଘର ଖୁବ ଜାକଜକମ ରେ କରାଇ ଥିଲେ ।

ଯାନିଯୌତୁଳ ଦେଇ ଝିଅ କୁ ଶାଶୁଘରକୁ ବିଦା କରିଥିଲେ । ବାହାଘର ପରେ ଝିଅ ର ବାପା ମା ବେଶ ଖୁସି ରେ ଥିଲେ । କିନ୍ତୁ ସେପଟେ ଝିଅ ଟି କିନ୍ତୁ ଶାଶୁଘରେ ଖୁସି ରେ ନ ଥିଲା । କାରଣ ଶାଶୁଘର ଲୋକେ ଝିଅ କୁ ଛୋଟ ଛୋଟ କଥାରେ ନିର୍ଯ୍ୟାତନା ଦେଉଥିଲେ । ଝିଅକୁ ଶାଶୁଘର ଲୋକ ଭଲ ବ୍ୟବହାର କରୁ ନାହାନ୍ତି ଏହା ଜାଣିବା ପରେ ବାପା ପ୍ରେମ ଗୁପ୍ତା ଙ୍କ ହୃଦୟ ଯେମିତି ଭାଙ୍ଗି ଯାଇଥିଲା ।

ଯେଉଁ ଝିଅକୁ ସେ ରାଜକୁମାରୀ ଭଳି ରଖିଥିଲେ ଓ ଭଲ ପାଉଥିଲେ ସେହି ଝିଅକୁ ଘରକୁ ଫେରାଇ ଆଣିବାକୁ ଚିନ୍ତା ବିଚାର କରିଥିଲେ ବାପା ପ୍ରେମ ଗୁପ୍ତା । ଝିଅର ବାହାଘର ନ ତିଷ୍ଠି ଥିଲେ ତାକୁ ଘରକୁ ଫେରାଇ ଆଣିଥିଲେ । କିନ୍ତୁ ଏମିତି ସେମିତି କରି ନୁହେଁ ବରଂ ବାଜା ବାଣ ସହ ରୋଷଣୀ କରି ଶୋଭାଯାତ୍ରା ଭଳି ନୀଜ ଝିଅକୁ ଘରକୁ ଫେରାଇ ଆଣିଛନ୍ତି ବାପା ପ୍ରେମ ଗୁପ୍ତା ।

ସାଧାରଣତଃ ବାହାଘର ସମୟରେ ବ୍ୟାଣ୍ଡ ବାଜା ବାଣ ଫୁଟିବାର ଦେଖାଯାଏ । କିନ୍ତୁ ଶାଶୁଘରୁ ବାପଘରକୁ ଏମିତି ଶୋଭାଯାତ୍ରା କରି ପ୍ରଥମ ଥର ପାଇଁ ଝିଅ ଫେରିବାର ଘଟଣା ପ୍ରଥମ ଥର ପାଇଁ ଘଟିଛି । ଝିଅ କୁ ଏଭଳି ଫେରାଇ ଆଣିବା ପରେ ସମସ୍ତେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା କରୁଛନ୍ତି । ଓ ବାପାଙ୍କର ଏଭଳି କାମ ପାଇଁ ସମସ୍ତେ ଏବେ ତାଙ୍କର ପ୍ରଶଂସାରେ ଶତମୁଖ । ଏଭଳି କିଛି ବାପାଙ୍କର ସାହସିକତା ପଦକ୍ଷେପ ଆଗାମୀ ସମୟରେ ପୁରୁଷ ପ୍ରାଧାନ୍ଯ ସମାଜକୁ ନୂଆ ରାସ୍ତା ଦେଖାଇପାରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।