“Sa Re Ga Ma Pa” ରିୟାଲିଟି ଶୋ’ରେ ଉଠିଲା ରସଗୋଲା ବିବାବ, କଟକି ଷ୍ଟାଇଲ ଜବାବରେ ଜଜ୍ ମାନଙ୍କ ମୁହଁ ବନ୍ଦ କରିଦେଲେ ଏହି ଓଡିଆ ଝିଅ, ଦେଖନ୍ତୁ viral video

ରସଗୋଲା ନାଁ ଶୁଣିଲେ ସମସ୍ତଙ୍କ ପାଟିରୁ ଲାଳ ବୋହିପଡେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢାବୁଢୀ ଯାଏଁ ସମସ୍ତେ ରସଗୋଲା ଖାଇବାକୁ ଖୁବ ଭଲ ପାଆନ୍ତି । କିନ୍ତୁ ରସଗୋଲାକୁ ନେଇ ଓଡିଶା ପଶ୍ଚିମବଙ୍ଗ ମଧ୍ୟରେ ଯେଉଁ ବି-ବା-ଦ ଚାଲିଛି ତାହା ସାରା ଦେଶକୁ ଜାଣି । ଓଡିଶା କହୁଛି ରସଗୋଲା ଆମର, ଆଉ ପଶ୍ଚିମବଙ୍ଗ କହୁଛି ରସଗୋଲା ଆମର । ଦୁଇଟି ଯାକ ରାଜ୍ୟ ରସଗୋଲାକୁ ନେଇ ନଛୋଡବନ୍ଧା । ରସଗୋଲା କେବଳ ଏକ ସ୍ଵାଦିଷ୍ଟ ମିଷ୍ଠାନ୍ନ ନୁହେଁ ବରଂ ଆମ ରାଜ୍ୟ ଓଡିଶାର ଗର୍ବ ଗୌରବ ବୋଲି ମାନାଯାଏ ।

ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ରସଗୋଲାକୁ ଖୁବ ମାନ୍ୟତା ଦିଆଯାଏ । ତେବେ ‘ରସଗୋଲା କାହାର ?’ ଏହି ବି-ବା-ଦୀ-ୟ ପ୍ରଶ୍ନ ଜିଟିଭିରେ ପ୍ରସାରିତ ଲୋକପ୍ରିୟ ସିଙ୍ଗିଙ୍ଗ ରିୟାଲିଟି ଶୋ ‘ସାରେଗାମାପା’ ରେ ଉଠିଥିଲା । ଏହି ରିୟାଲିଟି ଶୋ’ରେ ଅଡିସନ ଦେବାକୁ କଟକରୁ ଜଣେ ଓଡିଆ ଝିଅ ସ୍ଥିତିପଦ୍ମା ଯାଇଥିଲେ । ସେ ଓଡିଶାର କଟକରୁ ଆସିଥିବା ଜାଣି ତାଙ୍କୁ ଲୋକପ୍ରିୟ ଗାୟକ ତଥା ଶୋ’ର ଜଜ୍ ହିମେଶ ରେଶମିୟା ରସଗୋଲା କାହାର ବୋଲି ପଚାରିଥିଲେ ।

ଏହିଭଳି ଏକ ପ୍ରଶ୍ନ ଅଚାନକ ପଚରା ଯିବାରୁ ସ୍ଥିତିପଦ୍ମା କିଛି ମୂହୁର୍ତ୍ତ ପାଇଁ ଚୁପ ହୋଇ ଯାଇଥିଲେ । ଆଉ ଉତ୍ତର ଦେଇଥିଲେ, “ଜୟ ଜଗନ୍ନାଥ, ରସଗୋଲା ଆମର ।” ଜିଟିଭି ଦ୍ଵାରା ଏହି ଭି-ଡି-ଓ କ୍ଲି-ପ-ଟି ପ୍ରସାରିତ ହେବା ପରେ ଏହା ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ସମସ୍ତ ଓଡିଶାବାସୀ ସ୍ଥିତିପଦ୍ମାଙ୍କ ଏହିଭଳି ସିଧାସଳଖ ଜବାବଜୁ ଖୁବ ପସନ୍ଦ କରୁଛନ୍ତି । ଜାତୀୟ ସ୍ତରରେ ଖାଣ୍ଟି ଓଡିଆରେ ଏହିଭଳି ଏକ ପ୍ରଶ୍ନର ଉତ୍ତର ଦେବା ଅନ୍ଦାଜକୁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଖୁବ ପ୍ରଶଂସା କରାଯାଉଛି ।

ତେବେ ଏହାପରେ ସ୍ଥିତିପଦ୍ମା ସେଠାରେ ନିଜ ସଙ୍ଗୀତ ମଧ୍ୟ ପରିବେଷଣ କରିଥିଲେ ଓ ଜୁରୀଙ୍କ ଦ୍ଵାରା ଚୟନ ମଧ୍ୟ ହୋଇଥିଲେ । ଏହିପରି ଭାବେ ପୁଣି ଥରେ ଜଣେ ଓଡିଆ ଝିଅ ଜାତୀୟ ସ୍ତରରେ ଆମ ରାଜ୍ୟ ପାଇଁ ଗର୍ବ ଗୌରବର କାରଣ ପାଲଟିଛନ୍ତି । ଆପଣଙ୍କୁ ସ୍ଥିତିପଦ୍ମାଙ୍କର ଏହିଭଳି ଉତ୍ତର କେମିତି ଲାଗିଲା ମକୁ କମେଣ୍ଟ କରି ଜଣାନ୍ତୁଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।