ସରକାରୀ ଚାକିରି ଓ ପୈତୃକ ସମ୍ପତି ପାଇବା ପାଇଁ କଣ କରିବେ ଉପାୟ ? ଏହା ସହିତ ପଢନ୍ତୁ ଆଜିର 20 Anuchinta

ଜୀବନରେ ସୁଖଶାନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତ କରିବା ପାଇଁ କିଛି ମହତ୍ବପୂର୍ଣ୍ଣ ତଥ୍ୟ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ ହୋଇଥାଏ । ସକାଳୁ ନିୟମିତ ଭାବେ ସୂର୍ଯ୍ୟଦେବଙ୍କୁ ଜଳଦାନ କରିବା ମଙ୍ଗଳକାରୀ ହୋଇଥାଏ ଓ ଆଖି ସମସ୍ଯା ଦୂର ହୋଇଥାଏ । ଏପରି କରିବା ଦ୍ଵାରା ଆତ୍ମବିଶ୍ଵାସ ବୃଦ୍ଧି ହେବା ସହ ଚାକିରି ସମ୍ବନ୍ଧୀୟ ସମସ୍ଯା ମଧ୍ୟ ଦୂର ହୋଇଥାଏ । ସୂର୍ଯ୍ୟଙ୍କୁ ଜଳଦାନ କରିବା ପରେ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ମଙ୍ଗଳକାରୀ ହେବା ସହ ହୃଦରୋଗ ଆଶଙ୍କା ମଧ୍ୟ କମ୍ ହୋଇଥାଏ ।

ଯଦି ପୈତୃକ ସମ୍ପତ୍ତି ପାଇଁ ବାଦବିବାଦ ଦେଖା ଦେଉଥାଏ କିମ୍ବା ବାପାଙ୍କ ସହ ମନୋମାଳିନ୍ୟ ଦେଖା ଦେଉଥାଏ ତେବେ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରିବା ଦ୍ଵାରା ଏହି ସମସ୍ଯା ଦୂର ହୋଇଥାଏ । ଯଦି କେହି ସରକାରୀ ଚାକିରି କରିବା ପାଇଁ ଚାହୁନଥାନ୍ତି ତେବେ ନିୟମିତ ଭାବେ ସୂର୍ଯ୍ୟଙ୍କୁ ଜଳଦାନ କରିବା ସହ ସୂର୍ଯ୍ୟ ଉପାସନା କରିବା ଦ୍ଵାରା ଲାଭପ୍ରଦ ହୋଇଥାଏ । ନିୟମିତ ସୂର୍ଯ୍ୟଙ୍କୁ ଜଳଦାନ କରିବା ଓ ତାଙ୍କର ଉପାସନା କରିବା ଦ୍ଵାରା ଚର୍ମରୋଗ ବା ଚର୍ମ ଜନିତ ସମସ୍ଯାରୁ ଆରୋଗ୍ୟ ମିଳିଥାଏ ।

ଯଦି ଶୀଘ୍ର ବିବାହ ଏବଂ ସୁଖଦ ବୈବାହିକ ଜୀବନ ଚାହୁଁଛନ୍ତି ତେବେ ଜଳରେ ହଳଦୀ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପରେ ବଳି ପଡିଥିବା କିଛି ଜଳ ମସତ, କାନ୍ଥ ଏବଂ ଦୁଇ ହାତରେ ଲଗାଇବା ଦ୍ଵାରା ବହୁତ ମଙ୍ଗଳକାରୀ ହୋଇଥାଏ ଓ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ । ପିତୃଶାନ୍ତି ଏବଂ ପିତୃଦୋଷ ଦୂର କରିବା ପାଇଁ ଜଳରେ ଅକ୍ଷତ ଏବଂ ଖସା ମିଶାଇ ସୁରଜ୍ଯଙ୍କୁ ଅର୍ପଣ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶକ୍ତି ପ୍ରାପ୍ତ କରିବା ପାଇଁ ଜଳରେ ଲାଲ ଚନ୍ଦନ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଶିକ୍ଷାକ୍ଷେତ୍ରରେ ଅଗ୍ରଗତି ଚାହୁଁଥିଲେ କିମ୍ବା ଏକାଗ୍ରତା ବୃଦ୍ଧି କରିବା ପାଇଁ ହେଲେ ଜଳରେ ନୀଳରଙ୍ଗ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ଵାରା ମଙ୍ଗଲ ହୋଇଥାଏ । ଯେଉଁ ଘରେ ଜିନିଷପାତ୍ର ଏଠିସେଠି ପଡିବା ସହ ବ୍ଯବହ୍ରୁତ ଜିନିଷ ଚିରି ଯାଇଥାଏ ଏବଂ ସ୍ତ୍ରୀ ଲୋକଙ୍କ ଉପରେ ମାରପିଟ ହେଉଥାଏ ସେ ଘରେ ଦେବତା ପ୍ରବେଶ କରନ୍ତି ନାହିଁ ।

ଘରେ ଭାଙ୍ଗି ଯାଇଥିବା ବାସନ କିମ୍ବା ଖଟ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରେ କଳି ହେବା ସହ ଧନହାନି ମଧ୍ୟ ହୋଇଥାଏ । ଶାସ୍ତ୍ର ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବଡଭାଇଙ୍କୁ ପିତା ସମାନ ମାନିବା ଦ୍ଵାରା କଲ୍ୟାଣ ହୋଇଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀର ବାମପଟ ଜଙ୍ଘ ଉପରେ କେବଳ ସ୍ତ୍ରୀର ବସିବାର ଅଧିକାର ଅଛି ଏବଂ ଦକ୍ଷିଣ ପାଟ ଜଙ୍ଘ ଉପରେ କେବଳ ପୁତ୍ର କନ୍ୟାମାନେ ବସି ପାରିବେ ।

ଯେଉଁ ଲୋକମାନେ ନିଜ ପିତୃପୁରୁଷଙ୍କ ଶ୍ରାଦ୍ଧ କରନ୍ତି ନାହିଁ ଏବଂ ଅନ୍ୟ ମାନଙ୍କର ଦ୍ରବ୍ୟ ଚୋରୀ କରନ୍ତି ସେମାନଙ୍କର ବଂଶବୃଦ୍ଧି ହୋଇ ନଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।