ପୂଜା କରିବା ବେଳେ ଭଗବାନଙ୍କ ଆଗରେ କାନ୍ଦିଲେ କଣ ହୋଇଥାଏ ? ଏହି ଚମତ୍କାର ବିଷୟରେ ଆପଣ ଆଦୌ ଜାଣି ନଥିବେ, ଜାଣନ୍ତୁ କଣ ଏହି ରହସ୍ୟ

ଅନେକ ସମୟରେ ଈଶ୍ବରଙ୍କ ପୂଜା କରିବା ବେଳେ ଆମ ଆଖିରେ ଲୋତକ ଆସି ଯାଇଥାଏ । ପୂଜା କରିବା ବେଳେ ବାତାବରଣ ସକାରାତ୍ମକତାରେ ଭରିଯାଏ ଓ ସେହି ସ୍ଥାନରେ ଈଶ୍ବରଙ୍କ ଉପସ୍ଥିତ ହୋଇଥାଏ । ଆମ ଅନ୍ତରାତ୍ମା ଯେତେବେଳେ ଈଶ୍ବରଙ୍କ ସହ ଜଡିତ ହୋଇଯାଏ, ସେତେବେଳେ ଆମ ଆଖିରେ ଲୁହ ଆସିଥାଏ । କିନ୍ତୁ ଏହା ଆମେ ଜାଣି ପାରି ନଥାଉ । ଇଶ୍ଵର ତାଙ୍କୁ ଉପସ୍ଥିତି ଆମକୁ ଅନୁଭବ କରାଇବା ପାଇଁ ଏବଂ ଆମ ପ୍ରସନ୍ନ ଅଛନ୍ତି ବୋଲି ଜଣାଇବା ପାଇଁ ଏହାଦ୍ବାରା ଆମକୁ ସଂକେତ ଦେଇଥାନ୍ତି ।

ଯଦି ଆପଣ ପୂଜା ବା ପ୍ରାର୍ଥନା କରୁଛନ୍ତି ଓ ଏହି ସମୟରେ ଆପଣଙ୍କ ଆଖିରେ ଲୁହ ଆସୁଛି ତେବେ ଏହାର ଅର୍ଥ ଆପଣଙ୍କ ଆତ୍ମା ଈଶ୍ବରଙ୍କ ଆତ୍ମା ସହ ମିଶି ସାରିଛି । ଏହି ସମୟରେ ଆପଣ ନିଜର ସମସ୍ତ ମନୋସ୍କାମନା ଈଶ୍ଵରଙ୍କୁ ଜଣାନ୍ତୁ । ଏହି ସମୟରେ ଈଶ୍ଵରଙ୍କ ନିକଟରେ କରିଥିବା ପ୍ରତ୍ଯେକ ପ୍ରାର୍ଥନାର ଫଳ ନିଶ୍ଚିତ ଭାବେ ମିଳିଥାଏ । ଅଧିକାଂଶ ଲୋକ ଏହାକୁ କେବଳ ସଂଯୋଗ ଭାବି ଧ୍ୟାନ ଦିଅନ୍ତି ନାହିଁ ଓ ଈଶ୍ବରଙ୍କ ଆରାଧନାରେ ହଜି ଯାଆନ୍ତି । କିନ୍ତୁ ଏହା ଈଶ୍ଵରଙ୍କୁ କିଛି ମାଗିବାର ସର୍ବୋତ୍ତମ ସମୟ ଅଟେ ।

ପୂଜା ସମୟରେ ଆଖିରେ ଲୁହ ଆସିବାର ଆଉ ଏକ କାରଣ ହେଉଛି ଆପଣଙ୍କ ଅନ୍ତରାତ୍ମା ପରିଷ୍କୃତ ହେଉଛି ଓ ଆପଣଙ୍କ ଅନ୍ତଃକରଣ ଶୁଦ୍ଧ ହେଉଛି । ଅଗ୍ନି ପଞ୍ଚତତ୍ତ୍ଵ ମଧ୍ୟରୁ ଅନ୍ଯତମ । ଏଥିରେ ଭଗବାନ ଶିବଙ୍କ ବାସ ହୋଇଥାଏ । ପୂଜା କରିବା ସମୟରେ ଯଦି ଆପଣ ଜଳାଇଥିବା ଦୀପର ଜ୍ଯୋତି ବଢିଯାଏ ତେବେ ଏହାର ଅର୍ଥ ହେଉଛି ଇଶ୍ଵର ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି । ଏପରି ସମୟରେ ମଧ୍ୟ ଆପଣ ଈଶ୍ବରଙ୍କ ପ୍ରାର୍ଥନା କରି ନିଜର ମନୋସ୍କାମନା ଜଣାଇବା ଉଚିତ ।

ଯଦି ପୂଜା କରିବା ବେଳେ ଆପଣ ଲଗାଇଥିବା ଧୂପ ଏବଂ ଦୀପର ଧୂଆଁ ଭଗବାନଙ୍କ ପ୍ରତିମା ଆଡକୁ ଯାଉଛି ତେବେ ଏହାର ରଥ ଇଶ୍ଵର ଆପଣଙ୍କ ପୂଜାକୁ ସ୍ଵୀକାର କରିଛନ୍ତି । ଯଦି ପୂଜା କରିବା ବେଳେ ଆପଣ ଭଗବାନଙ୍କ ଉପରେ ଚଢାଇଥିବା ଫୁଲ ତଳେ ପଡିଯାଏ ତେବେ ଏହାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ଏହାର ଅର୍ଥ ମଧ୍ୟ ଈଶ୍ବର ଆପଣଙ୍କ ଆରାଧନାକୁ ସ୍ଵୀକାର ରଖିଛନ୍ତି ଓ ଏହାର ଉଚିତ ଫଳ ସେ ଆପଣଙ୍କୁ ତୁରନ୍ତ ପ୍ରଦାନ କରିବେ ।

ଭଗବାନ ଶିବଙ୍କ ପୂଜା କରିବା ସମୟରେ ଯଦି ଦ୍ଵାରକୁ ଗାଈ ଆସେ ତେବେ ଏହାକୁ ମଧ୍ୟ ଶୁଭ ସଂକେତ ବୋଲି ମାନାଯାଏ । ତାଙ୍କୁ ପୂଜା କରି ରୋଟି ଖାଇବାକୁ ଦିଅନ୍ତୁ ଓ ତାଙ୍କ ପାଖେ ନିଜ ମନୋସ୍କାମନା ଜଣାନ୍ତୁ । ଦେଖିବେ ତାହା ନିଶ୍ଚୟ ପୂର୍ଣ୍ଣ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲୟକ କରନ୍ତୁ ।